Browsing Category

ଦେଶ ବିଦେଶ

କୋଭିଡ ନିୟମ ଉଲଂଘନ ହେଲେ ରାଲି ଓ ସାଧାରଣ ସଭା ଉପରେ ଲାଗିବ ବ୍ୟାନ୍‌ : ନିର୍ବାଚନ କମିଶନ

ନିର୍ବାଚନୀ ରାଲିରେ କୋଭିଡ ନିୟମ ମାନ । ନଚେତ ପ୍ରତିବନ୍ଧକ ଲଗାଇବାକୁ ସଙ୍କୋଚ କରିବୁ ନାହିଁ । ବିଧାନସଭା ନିର୍ବାଚନୀ ରାଲିରେ କୋଭିଡ ନିୟମର ଖୁଲମଖୁଲା ଉଲଂଘନ ଦୃଶ୍ୟ ସାମ୍ନାକୁ ଆସିବା ପରେ ଜାତୀୟ ଓ ଆଞ୍ଚଳିକ ଦଳକୁ ଏଭଳି ଚରମବାଣୀ ଶୁଣାଇଛନ୍ତି ନିର୍ବାଚନ କମିଶନ । ନିର୍ବାଚନୀ ରାଲିରେ…

ଆଜି ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, ଚାଲିଛି ୫ ଜିଲ୍ଲାର ୪୪ଟି ଆସନରେ ଭୋଟିଂ

କୋଲକତା: ଆଜି ବେଙ୍ଗଲ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଏହି ପର୍ଯ୍ୟାୟରେ ୫ ଜିଲ୍ଲାର ୪୪ଟି ଆସନରେ ଚାଲିଛି ଭୋଟିଂ । ଏହି ଜିଲ୍ଲାଗୁଡ଼ିକ ହେଉଛି କୋଚବେହାର, ଆଲିପୁରଦୁଆର୍‌, ଦକ୍ଷିଣ ୨୪ ପ୍ରଗଣା, ହାଓଡ଼ା ଓ ହୁଗୁଳି । ଏହି ପର୍ଯ୍ୟାୟ ପାଇଁ ମୈଦାନରେ ଅଛନ୍ତି ୩୭୩ ପ୍ରାର୍ଥୀ । ଏମାନଙ୍କ…

ଆମେରିକାରେ ଟିକା ନେବାକୁ ପ୍ରଲୋଭନ : ଟିକା ନେଲେ ମିଳିବ ମଦ ଓ ଗଞ୍ଜେଇ

ନ୍ୟୁୟର୍କ :  କରୋନା ଏବେ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରିଚାଲିଛି । ସବୁ ଦେଶରେ ଏବେ କରୋନା ଟିକାକରଣ ଚାଲିଥିବା ବେଳେ କିଛି ଲୋକ ଟିକା ନେବାକୁ ରାଜି ହେଉନାହାଁନ୍ତି । ଏଭଳି ଲୋକଙ୍କୁ ଟିକାକରଣରେ ସାମିଲ କରିବାକୁ ବିଭିନ୍ନ ସ୍ଥାନରେ ବିଭିନ୍ନ ଅଫରମାନ ମଧ୍ୟ ଦିଆଯାଉଛି ।…

ପ୍ରିନ୍ସ ଫିଲିପ୍‌ଙ୍କ ପରଲୋକରେ ଦୁଃଖ ପ୍ରକାଶ କଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ, କହିଲେ ପ୍ରିନ୍ସ ଥିଲେ ଅଗଣୀତ ଯୁବକଙ୍କ…

ଲଣ୍ଡନ : ବ୍ରିଟେନ୍‌ ରାଣୀ ଏଲିଜାବେଥ-୨ୟଙ୍କ ସ୍ୱାମୀ ତଥା ଡ୍ୟୁକ୍‌ ଅଫ୍‌ ଏଡିନବର୍ଗ ପ୍ରିନ୍ସ ଫିଲିପଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା । ବ୍ରିଟେନ୍‌ ରାଜପରିବାରର ୨ୟ ପ୍ରମୁଖ ରାଜପ୍ରାସାଦ ଓ୍ଵିଣ୍ଡସ୍‌ର କାସ୍‌ଲରେ ଆଜି ତାଙ୍କର ପରଲୋକ ହୋଇଛି ।…

ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ସ୍ୱାମୀ ପ୍ରିନ୍ସ ଫିଲିପ୍‌ଙ୍କ ନିଧନ

ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ସ୍ୱାମୀ ପ୍ରିନ୍ସ ଫିଲିପ୍‌ଙ୍କ ୯୯ ବର୍ଷ ବୟସରେ ପରଲୋକ ଘଟିଛି। ରୟାଲ ଫ୍ୟାମିଲି ତରଫରୁ ଟ୍ଵିଟ୍‌ କରାଯାଇ ଏହି ଦୁଃଖଦ ଖବର ବିଷୟରେ ଜଣାଇ ଦିଆଯାଇଛି। ପ୍ରିନ୍ସ ଫିଲିପ୍‌ ୪ ସପ୍ତାହ ଧରି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ତାଙ୍କୁ ୧୬ ମାର୍ଚ୍ଚରେ…

ପଶ୍ଚିମବଙ୍ଗ ନିର୍ବାଚନ: ଟିଏମ୍‌ସି ପାଇଁ ରୋଡ୍‌ ଶୋ’ କରୁଥିଲେ ଜୟା ବଚ୍ଚନ, ସେଲ୍ଫି ନେବାକୁ ଆସିଥିବା ଯୁବକଙ୍କୁ ଦେଲେ…

ପଶ୍ଚିମବଙ୍ଗରେ ଚାଲିଛି ବିଧାନସଭା ନିର୍ବାଚନ। ଏହାରି ଭିତରେ ଟିଏମ୍‌ସିକୁ ସମର୍ଥନ ଦେବାକୁ ପହଞ୍ଚିଥିଲେ ସପା ସାଂସଦ ଜୟା ବଚ୍ଚନ। ବୁଧବାର ଜୟା ହାଓ୍ଵଡା ଏବଂ ଶିବପୁରରେ ରୋଡ୍‌ ଶୋ’ କରିଥିଲେ। କିନ୍ତୁ ଏହି ରୋଡ୍‌ ଶୋ’ ସମୟରେ ସେ ଏମିତି କିଛି କାମ କରିଥିଲେ, ଯାହାକି ତାଙ୍କ ପାଇଁ ଏବଂ…

ଭାରତୀୟ ଡାକ୍ତରଙ୍କ ପକ୍ଷରୁ ମିଳିଲା ସୂଚନା, RT-PCRର କୋଭିଡ ରିପୋର୍ଟ ହୋଇପାରେ ଭୁଲ

ରାପିଡ ଆଣ୍ଟିଜେନ ଟେଷ୍ଟ ଓ RT-PCRରେ ଆସୁଥିବା ରିପୋର୍ଟ ହୋଇପାରେ ଭୁଲ। ଏହି ଟେଷ୍ଟିଂରେ ଯଦି ଆପଣଙ୍କ ରିପୋର୍ଟ ନେଗେଟିଭ ଆସେ, ତେବେ ଆପଣ ତା’କୁ ସଠିକ୍‌ ଭାବିବା ଆପଣଙ୍କ ପାଇଁ ପଡିପାରେ ମହଙ୍ଗା। ଆମେ ଆଜି ଆପଣଙ୍କ ପାଇଁ ନେଇ ଆସିଛୁ ସେହିଭଳି କିଛି ତଥ୍ୟ ଯାହା ଆପଣଙ୍କ ଚିନ୍ତା ବଢ଼ାଇବ।…

ଢୋଲ ବାଜା ଧରି ଅଭିଯୁକ୍ତଙ୍କ ଘରେ ପହଞ୍ଚିଲା ପୋଲିସ, ଆତ୍ମସମର୍ପଣ ପାଇଁ ମାଇକ୍‌ରେ କଲା ଘୋଷଣା, ଜାଣନ୍ତୁ କ’ଣ ରହିଛି…

ବିହାରର ବୈଶାଳୀ ଜିଲାରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠି ପୋଲିସ ଢୋଲ ବାଜା ଧରି ଜଣେ ଅଭିଯୁକ୍ତଙ୍କ ଘରେ ପହଞ୍ଚିଥିଲା। ପୋଲିସ ଅଭିଯୁକ୍ତଙ୍କ ଘର ସାମ୍ନାରେ ଢୋଲ ବଜାଇବା ସହ ତୁରନ୍ତ ଆତ୍ମସମର୍ପଣ କରିବାକୁ ମାଇକ୍‌ରେ ଘୋଷଣା କରିଥିଲା। ଏଥିସହ ଘର କାନ୍ଥରେ ଏକ ନୋଟିସ୍‌ ମଧ୍ୟ…

‘ଓଡ଼ିଶା ଇତିହାସ’ ପୁସ୍ତକର ହିନ୍ଦୀ ଅନୁବାଦର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପୂର୍ବତନ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ‘ଓଡ଼ିଶା ଇତିହାସ’ ପୁସ୍ତକର ହିନ୍ଦୀ ଅନୁବାଦର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁସ୍ତକରେ ଓଡ଼ିଶାର ଇତିହାସ ଉପରେ ବର୍ଣ୍ଣନା କରାଯାଇଛି । ଦିଲ୍ଲା ଜନପଥସ୍ଥିତ ଅମ୍ବେଦକର ଇଣ୍ଟରନ୍ୟାସନଲ…

ଧୁ ଧୁ ହୋଇ ଜଳିଉଠିଲା ଅହମଦାବାଦର ଏହି ସ୍କୁଲ: ନିଆଁ ଲିଭାଇବା ପାଇଁ ୧୦ଟି ଦମକଳ ଗାଡି ନିୟୋଜିତ, ୪ ପିଲା ଫସିଥିବା…

ଅହମଦାବାଦର କ୍ରିଷ୍ଣାନଗର ସ୍ଥିତ ଅଙ୍କୁର ସ୍କୁଲରେ ଭୀଷଣ ନିଆଁ ଲାଗିଛି। ଏହି ନିଆଁକୁ ଆୟତ୍ତ କରିବା ପାଇଁ ୧୦ଟି ଦମକଳ ଗାଡି ନିୟୋଜିତ ହୋଇଛି। ନିଆଁର ମାତ୍ରା ବେଶ ଭୟଙ୍କର ରହିଛି। ତେଣୁ ଏହାର ଆଖପାଖ ଅଞ୍ଚଳ କଳାଧୂଆଁରେ ଭରି ହୋଇଯାଇଛି। ଏହି ନିଆଁରେ ୪ ଜଣ ପିଲା ଫସିଥିବା ଅନୁମାନ…

ଜମ୍ମୁ-କାଶ୍ମୀରରେ ୨ଟି ସ୍ଥାନରେ ଏନକାଉଣ୍ଟର, ୫ ଆତଙ୍କୀ ନିହତ

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର । ୨ଟି ସ୍ଥାନରେ ଏନକାଉଣ୍ଟରରେ ୫ ଆତଙ୍କୀ ନିହତ ହୋଇଛନ୍ତି । ଅଓ୍ଵନ୍ତିପୁରାର ଟ୍ରାଲ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ସକାଳ ୮ଟାରୁ ଆରମ୍ଭ ହୋଇଥିବା ଏହିି ଅପରେସନ ଏବେ ବି ଜାରି ରହିଛି। ଅନ୍ୟପଟେ…

ଆଜି ଭାରତ-ଚୀନ ମଧ୍ୟରେ ୧୧ ତମ କମାଣ୍ଡରସ୍ତରୀୟ ଆଲୋଚନା

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦର ସମାଧାନ ପାଇଁ ଆଜି ହେବ ୧୧ ତମ କମାଣ୍ଡରସ୍ତରୀୟ ଆଲୋଚନା । ସୂଚନା ଅନୁସାରେ ଏଥରର କଥାବାର୍ତ୍ତା ଅବଶିଷ୍ଟ ସ୍ଥାନରୁ ସୈନ୍ୟ ପ୍ରତ୍ୟାହାର ଉପରେ ଗୁରୁତ୍ୱ ଦିଆଯିବ । ଏପଟେ ଚୀନ ସେନାର କିଛି ପ୍ଲାଟୁନ ଅକସାଇ ଚୀନ ଅଞ୍ଚଳକୁ ଗତି କରିବା…