Odisha News

ଜିଲ୍ଲାପାଳଙ୍କ ଆକାଉଣ୍ଟରୁ ଟଙ୍କା ହଡପ କଲେ ବ୍ୟାଙ୍କ୍ ମ୍ୟାନେଜର

ଅନୁଗୁଳ (କେନ୍ଯୁଜ୍) : ଜିଲ୍ଲାରେ ବଡ଼ ଧରଣର ବ୍ୟାଙ୍କ ଠକେଇ । ୬୦ ଲକ୍ଷ ଟଙ୍କା ହଡପ କରିନେଲେ ବ୍ୟାଙ୍କ ମ୍ୟାନେଜର । ଜିଲ୍ଲାପାଳଙ୍କ ଆକାଉଣ୍ଟରୁ ଜାଲ୍ ଦସ୍ତଖତ କରି ଆତ୍ମସାତ କରିନେଲେ ଟଙ୍କା । ଆଇଡିଏଫସି ବ୍ୟାଙ୍କ ଭୁବନେଶ୍ୱର ଶାଖାରେ କାମ କରୁଥିବା ଶକ୍ତି ବେଦାନ୍ତ ଦାସଙ୍କୁ ଗିରଫ କରିଛି ଅନୁଗୁଳ ପୋଲିସ । ଏହାପୂର୍ବରୁ ସେ ଅନୁଗୁଳ ଏଚ୍ଡିଏଫ୍ସି ବ୍ୟାଙ୍କର ମ୍ୟାନେଜର ଥିଲେ । ଏହି ଶାଖାରେ ଅନୁଗୁଳ ଜିଲ୍ଲାପାଳଙ୍କ ନାଁରେ ରହିଛି ଆକାଉଣ୍ଟ । ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ସଂପ୍ରସାରଣ କରିବାକୁ ଜମି ଅଧିଗ୍ରହଣ ପାଇଁ ସରକାରଙ୍କ ପକ୍ଷରୁ ୬୦ ଲକ୍ଷ ଟଙ୍କା ଜମା କରାଯାଇଥିଲା । ଗତ ୨୦୧୭-୧୮ ମସିହାରେ ଶକ୍ତି ବେଦାନ୍ତ ଦାସ ୮ଟି ଜାଲ୍ ଚେକ୍ ଜରିଆରେ ୬୦ ଲକ୍ଷ ଟଙ୍କା ଉଠାଇ ନେଇଥିଲେ । ଏହା ଚାକିରି ଛାଡି ଦେଇଥିଲେ ଶକ୍ତି ବେଦାନ୍ତ । ଟଙ୍କା ଆତ୍ମସାତ୍ ଖବର ଜଣାପଡ଼ିବା ପରେ ଆସିଷ୍ଟାଣ୍ଟ କଲେକ୍ଟର ଅନୁଗୁଳ ଥାନାରେ ଏତଲା ଦେଇଥିଲେ । ପୋଲିସ ଘଟଣାର ତଦନ୍ତ କରି ଶକ୍ତି ବେଦାନ୍ତ ଦାସଙ୍କୁ ଗିରଫ କରିଛି । ଏହି ଘଟଣାରେ ଅନ୍ୟ କିଛି ଅଧିକାରୀ ଓ କର୍ମଚାରୀ ମଧ୍ୟ ସଂପୃକ୍ତି ଥିବା ଅନୁମାନ କରାଯାଉଛି ।

Loading...

Leave A Reply

Your email address will not be published.