Odisha News
.

ତ୍ରିପୁରାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ନିର୍ଯାତନା ଘଟଣା, ତଦନ୍ତ ପାଇଁ ଅଗରତାଲା ଯାଉଛି ଏକ ଉଚ୍ଚସ୍ତରୀୟ କମିଟି

ତ୍ରିପୁରା(କେନ୍ଯୁଜ୍) : ତ୍ରିପୁରାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ନିର୍ଯାତନା ଘଟଣାର ତନାଘନା । ତଦନ୍ତ ପାଇଁ ଅଗରତାଲା ଯାଉଛି ଏକ ଉଚ୍ଚସ୍ତରୀୟ କମିଟି । ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ବି. ପରମେଶ୍ୱରନ୍‌ ଓ ପୁରୀ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ରାଧାମାଧବ ଦାଶତ୍ରିପୁରା ଯାଉଛନ୍ତି । ସେଠାରେ ଛାତ୍ରଛାତ୍ରୀଙ୍କୁ କାହିଁକି ନିର୍ଯାତନା ଦିଆଯାଉଛି ସେନେଇ ଅନୁଧ୍ୟାନ ଓ ତଦନ୍ତ କରିବେ । ସେହିପରି ଘଟଣା ସମ୍ପର୍କରେ ତ୍ରିପୁରା ପୋଲିସ ଡିଜିଙ୍କ ସହ କଥା ହୋଇଛନ୍ତି ଓଡ଼ିଶା ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା । କଲେଜ କ୍ୟାମ୍ପସରେ ପୋଲିସ ମୁତୟନ ହୋଇଥିବା ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି ।

STUDENT-1ଅଗରତାଲା ସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ଏକଲବ୍ୟ କ୍ୟାମ୍ପସରେ ୯୦ରୁ ଅଧିକ ବିଏଡ୍‌ ଛାତ୍ରଛାତ୍ରୀ ପଢୁଛନ୍ତି । ୧୦ ଜଣ ଓଡ଼ିଆ ଶିକ୍ଷକ ମଧ୍ୟ ରହିଛନ୍ତି । ଏମାନଙ୍କୁ ସ୍ଥାନୀୟ ଲୋକେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଛାତ୍ରଛାତ୍ରୀମାନେ ଏକ ଭିଡିଓ ପୋଷ୍ଟ କରି ସରକାରଙ୍କଠାରୁ ସେମାନଙ୍କ ସୁରକ୍ଷା ଦାବି କରିଥିଲେ । ସ୍ଥାନୀୟ ପିଲାଙ୍କୁ ସେଠାରେ ପାଠ ପଢିବାର ସୁଯୋଗ ନଦେଇ, ଅନ୍ୟ ରାଜ୍ୟର ପିଲାଙ୍କୁ ସୁଯୋଗ ଦିଆଯାଉଥିବାରୁ ଏପରି ଆକ୍ରମଣ କରାଯାଉଥିବା ଓଡ଼ିଆ ଛାତ୍ରଛାତ୍ରୀମାନେ କହିଛନ୍ତି । ଏନେଇ ଛାତ୍ରଛାତ୍ରୀମାନେ ସ୍ଥାନୀୟ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଫଳରେ ସେମାନଙ୍କୁ ସୁରକ୍ଷା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଗତକାଲିଠାରୁ ପିଲାଙ୍କ ନିବେଦନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପିଲାମାନଙ୍କୁ ସୁରକ୍ଷା ପ୍ରଦାନ ପାଇଁ ବିଭିନ୍ନ ମହଲରେ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.