ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ତାନା ଜି ଦ ଅନସଙ୍ଗ୍ ଓ୍ଵାରିୟର’ର ପ୍ରଥମ ଗୀତ ‘ଶଙ୍କରା ରେ ଶଙ୍କରା’ର ଟିଜର ରିଲିଜ୍ ହୋଇଛି। ଏହାକୁ ଅଜୟ ଦେବଗନ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏଥିରେ ଅଜୟ ଦେବଗନଙ୍କୁ ପୂରା ଦମଦାର ଅନ୍ଦାଜରେ ଦେଖିବାକୁ ମିଳୁଛି।
ଟିଜରର ଆରମ୍ଭରେ ଅଜୟ କହୁଛନ୍ତି ‘ଦୁଷ୍ମନକୁ ହରାଇବା ପୂର୍ବରୁ ଦୁଷ୍ମନକୁ ଦେଖିବାକୁ ଚାହୁଁଛି’। ଏହାପରେ ଏକ ଛୋଟ ଝଲକ ଦେଖିବାକୁ ମିଳୁଛି। ଅଜୟ ଏହର ଟିଜରକୁ ସେୟାର କରି ଏହା ସୂଚନା ଦେଇଛନ୍ତି ଯେ ଏହି ଟିଜରର ପୂରା ଗୀତ ମଙ୍ଗଳବାର ଅର୍ଥାତ ଆଜି ରିଲିଜ୍ ହେବ।
Related Posts
ଏହି ଫିଲ୍ମରେ ଅଜୟଙ୍କ ବ୍ୟତୀତ କାଜୋଲ ଏବଂ ସୈଫ ଅଲ୍ଲୀ ଖାନ୍ ମଧ୍ୟ ଲିଡ୍ ରୋଲରେ ଅଛନ୍ତି। ଏହି ଟିଜରକୁ ଦର୍ଶକ ଖୁବ୍ ଭଲ ରିଆକସନ୍ ଦେଉଥିବା ଦେଖିବାକୁ ମିଳୁଛି।