Below header
Browsing Category

କରୋନା ଭାଇରସ

ଭାରତ ବାୟୋଟେକର କୋଭାକ୍ସିନ୍‌ ଟିକାକୁ ୬ରୁ ୧୨ ବର୍ଷ ପିଲାଙ୍କୁ ଦେବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ(କେନ୍ୟୁଜ୍‌): ୬ରୁ ୧୨ ବର୍ଷ ପିଲାଙ୍କୁ କୋଭିଡ଼ ଟିକା। ଭାରତ ବାୟୋଟେକର କୋଭାକ୍ସିନ୍‌କୁ  ୬ରୁ ୧୨ ବର୍ଷ ପିଲାଙ୍କୁ ଦେବାନେଇ ମିଳିଛି ଅନୁମତି। ପିଲାଙ୍କୁ କୋଭାକ୍ସିନ ଟିକା ଦେବାକୁ DCGIର ଅନୁମତି ମିଳିଥିବା ସୂଚନା ମିଳିଛି।

ରାଜ୍ୟରେ କୋଭିଡ ସ୍ଥିତିକୁ ନେଇ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା, କହିଲେ ଯେଉଁମାନେ ଟିକା ନେଇ ନାହାନ୍ତି…

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟରେ କୋଭିଡ ସ୍ଥିତିକୁ ନେଇ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ଦେଶରେ ଦୈନିକ ୨ ହଜାରରୁ ଅଧିକ ଟ୍ରେଣ୍ଡ ଚାଲିଛି । କେବଳ କେରଳ, ଦିଲ୍ଲୀ, ହରିଆଣା, ପଞ୍ଜାବରେ ଅଧିକ ସଂକ୍ରମଣ ଦେଖା ଦେଉଛି । ଯାହାର ଗୁରୁତର ବା ସିଭିୟରିଟି ଏବେ ଯାଏଁ ଦେଖା…

ହୋଇପାରେ ଲକ୍‌ଡାଉନ୍‌! ଦ୍ରୁତ ବେଗରେ ମାଡ଼ି ଚାଲିଛି କରୋନା, ସପ୍ତାହେ ଭିତରେ ଦୁଇ ଗୁଣ ହେଲାଣି ସଂକ୍ରମଣ

ପୁଣିଥରେ ଦେଶରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଗତ ସପ୍ତାହେ ମଧ୍ୟରେ କରୋନା ମାମଲା ଦୁଇ ଗୁଣିତ ହୋଇଯାଇଛି। ଦେଶର ୧୨ଟି ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢ଼ୁଛି। ଏଥିରେ ରାଜଧାନୀ ଦିଲ୍ଲୀ, ଉତ୍ତର ପ୍ରଦେଶର କେତେକ ସହର ମଧ୍ୟ ରହିଛି। ଏବେ ଭାରତରେ ସଂକ୍ରମଣ ହାର ୦.୮୪ ପ୍ରତିଶତ ରହିଛି।…

IIT ମାଡ୍ରାସରେ ଏକାସାଙ୍ଗେ ୫୫ କରୋନା ପଜିଟିଭ୍‌ ଚିହ୍ନଟ, ପୁଣିଥରେ କଡ଼ା ହେବ ଗାଇଡ୍‌ଲାଇନ୍‌

ଚେନ୍ନାଇ: ଚେନ୍ନାଇ ସ୍ଥିତ ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନରେ କରୋନାର ନୂଆ ୫୫ ମାମଲା ସାମ୍ନାକୁ ଆସିଛି। ତାମିଲନାଡ଼ୁ ସ୍ୱାସ୍ଥ୍ୟ ସଚିବ ଜେ ରାଧାକ୍ରିଷ୍ଣନ୍‌ ଶନିବାର ଏଠାରେ ରାଜ୍ୟ ଟିକାକରଣ କେନ୍ଦ୍ର ଗସ୍ତ କରିଛନ୍ତି ଓ କହିଛନ୍ତି- ଚିନ୍ତାର କିଛି କାରଣ ନାହିଁ। ସ୍ଥିତି ଏବେ ନିୟନ୍ତ୍ରଣରେ…

ଆସନ୍ତା ୧୫ ଦିନ ଭିତରେ ଆସିବ ଚତୁର୍ଥ ଲହର ! ନୂଆ ଭ୍ୟାରିଏଣ୍ଟ ସୃଷ୍ଟି କରିପାରେ ସମସ୍ୟା

ଭୁବନେଶ୍ବର(କେନ୍ୟୁଜ୍): ଆସନ୍ତା ୧୫ ଦିନ ଭିତରେ ଆସିବ ଚତୁର୍ଥ ଲହର। ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ନୂଆ ଭ୍ୟାରିଏଣ୍ଟ ସମସ୍ୟା ସୃଷ୍ଟି କରିପାରେ। ଟୀକା ନେଇନଥିବା ବର୍ଗ ଏବଂ ଗୁରୁତର ରୋଗୀ ଏହି ଲହରରେ ପୁଣି ସମ୍ବେଦନଶୀଳ ବର୍ଗ ଭାବରେ ଉଭା ହୋଇପାରନ୍ତି। ଯେଉଁ ମାନେ ଟୀକା ଦ୍ୱିତୀୟ…

ଦିଲ୍ଲୀରେ ପ୍ରଥମ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ, ସାମ୍ନାକୁ ଆସିଲା ୮ଟି ନୂଆ ଭ୍ୟାରିଏଣ୍ଟ

ନୂଆଦିଲ୍ଲୀ: ଦେଶରେ ପୁଣିଥରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏଭଳି ସ୍ଥିତିରେ ଓମିକ୍ରନ୍‌ର ୮ଟି ନୂଆ ଭ୍ୟାରିଏଣ୍ଟ ବିଷୟରେ ଜଣାପଡ଼ିଛି। ଏହି ୮ଟି ଭ୍ୟାରିଏଣ୍ଟ ମଧ୍ୟରୁ ଗୋଟିଏ ମାମଲା ରାଜଧାନୀ ଦିଲ୍ଲୀରେ ଚିହ୍ନଟ ହୋଇଛି। ଦିଲ୍ଲୀରେ ନୂଆ ଭ୍ୟାରିଏଣ୍ଟ ମିଳିବା ପରେ ନ୍ୟାସନାଲ ସେଣ୍ଟର ଫର…

ତିନି ମାସ ପରେ ଆର ଭାଲ୍ୟୁ ୧ ଟପିଲା: ୨ହଜାର ଟପିଲା ଦେଶରେ ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ତିନି ମାସ ପରେ ଆର ଭାଲ୍ୟୁ ୧ ଟପିଲା। ଦେଶରେ ଦୈନିକ କରୋନା ସଂକ୍ରମଣ ୨ହଜାର ଟପିଛି। ଗତ ୨୪ଘଣ୍ଟାରେ ୨୦୬୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୪୦ଜଣଙ୍କ ମୃତ୍ୟୁ ହୋଇଛି। ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ଚିକିତ୍ସାଧୀନ ଆକ୍ରାନ୍ତଙ୍କ ସଂଖ୍ୟା ୧୨ହଜାର ୩୪୦କୁ ବୃଦ୍ଧି…

ଡିଡିଏମ୍‌ଏ ବୈଠକ: ଦିଲ୍ଲୀରେ ପୁଣି ଫେରିଲା ମାସ୍କ, ନ ଲଗାଇଲେ ଗଣିବେ ୫୦୦ ଜରିମାନା

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନାର ବଢ଼ୁଥିବା ମାମଲା ମଧ୍ୟରେ ପୁଣି ଫେରିଛି ମାସ୍କ। ବୁଧବାର ଅନୁଷ୍ଠିତ ଡିଡିଏମ୍‌ଏ ବୈଠକରେ ନିଷ୍ପତ୍ତି ହୋଇଛି ଯେ ଦିଲ୍ଲୀରେ ଆଜିଠୁ ମାସ୍କ ବାଧ୍ୟତାମୂଳକ ହେବ। ଏବେ ଦିଲ୍ଲୀରେ ମାସ୍କ ନ ପିନ୍ଧିଲେ ଲାଗିବ ୫୦୦ ଟଙ୍କା ଜରିମାନା। ଦେଶର ରାଜଧାନୀ ଦିଲ୍ଲୀରେ ଗତ…

ପୁଣି କରୋନା ସଂକ୍ରମଣ ବଢିବା ନେଇ ଓଡ଼ିଶାରେ ଆଗୁଆ ସତର୍କତା, ସଂକ୍ରମଣ ସ୍ଥିତି ଦେଖି ନିଆଯିବ ନିଷ୍ପତ୍ତି : ସ୍ୱାସ୍ଥ୍ୟ…

ଭୁବନେଶ୍ବର(କେନ୍ୟୁଜ୍): ଦେଶର କିଛି ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବା ପରେ ଚତୁର୍ଥ ଲହର ଭୟ ଦେଖାଦେଇଛି । ଓଡ଼ିଶାରେ ସେଭଳି ସ୍ଥିତି ଉପୁଜି ନାହିଁ । ତଥାପି ଆଗୁଆ ସତର୍କତା ଅବଲମ୍ବନ କରିଛନ୍ତି ରାଜ୍ୟ ସରକାର । ସଂକ୍ରମଣ ଉପରେ ନିୟମିତ ନଜର ରଖିବାକୁ ଜିଲ୍ଲାପାଳ, ମ୍ୟୁନିସପାଲ କର୍ପୋରେସନ ଓ…

ଚୀନ୍‌ରେ ସଂହାରଲୀଳା ଆରମ୍ଭ କଲାଣି କରୋନା, ସାଂଘାଇ ସହରରେ ପ୍ରଥମ ଥର ପାଇଁ ୩ ଜଣଙ୍କ ମୃତ୍ୟୁ

ଚୀନ୍‌ରେ କରୋନା ମହାମାରୀର ଆତଙ୍କ ଲଗାତାର ଜାରି ରହିଛି। କୋଭିଡ୍‌-୧୯ର ନୂଆ ଲହର ଯୋଗୁ ଲକ୍‌ଡାଉନ୍‌ ଆରମ୍ଭ ହେବା ପରେ ସାଂଘାଇରେ ପ୍ରଥମ ଥର ୩ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ସହରର ଜରେ ବରିଷ୍ଠ ଅଧିକାରୀଙ୍କ ମୁତାବକ, ସଂକ୍ରମଣ ପରେ ହସ୍ପିଟାଲ ଯିବା ପରେ ୩ ଜଣଙ୍କ ଅବସ୍ଥା ଗୁରୁତର…

କିଛି ଦିନର ବ୍ୟବଧାନ ପରେ ଦେଶରେ କରୋନାର ବଡ଼ ଲମ୍ପ: ୨୪ ଘଣ୍ଟାରେ ୨, ୧୮୩ ସଂକ୍ରମିତ ଚିହ୍ନଟ, ୨୧୪ମୃତ

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ଦେଶରେ କରୋନାର ବଡ଼ ଲମ୍ପ । ଗତ ୨୪ ଘଣ୍ଟାରେ ଦେଶରେ ୨ହଜାର ୧୮୩ କରୋନା ସଂକ୍ରମିତ ଚିହ୍ନଟ। ଦିନକରେ ୯୦ ପ୍ରତିଶତ ବଢିଲା କରୋନା ମାମଲା। ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ୧୯୮୫ । ୨୧୪ ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ। ଗତକାଲି ୧ ହଜାର…

ଦିଲ୍ଲୀରେ ବଢ଼ୁଛି କରୋନା ସଂକ୍ରମଣ, ଚତୁର୍ଥ ଲହର ନେଇ କଳ୍ପନାଜଳ୍ପନା ଆରମ୍ଭ

ନୂଆଦିଲ୍ଲୀ: ଦିଲ୍ଲୀରେ ବଢ଼ୁଛି ସଂକ୍ରମଣ । ଶୁକ୍ରବାର ଠାରୁ ଶନିବାର ୨୬ ପ୍ରତିଶତ ବଢ଼ିଛି ସଂକ୍ରମଣ । ଚିହ୍ନଟ ହୋଇଛନ୍ତି ୪୬୧ ସଂକ୍ରମିତ। ପଜିଟିଭିଟି ହାର ୫.୩୩ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ଘଣ୍ଟାରେ କୋଭିଡ୍‌ରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ଗତ ଏକ ସପ୍ତାହ ହେଲା…