Browsing Category

ରାଜ୍ୟ

ଭିତରକନିକା ଜାତୀୟ ଉଦ୍ୟାନ ପାଇଁ ଲୋଗୋ, ଗହିରମଥାକୁ ବିଶେଷ ପରିଚୟ ଦେବାକୁ ପ୍ରୟାସ

ରାଜନଗର(କେନ୍ଯୁଜ୍): ଭିତରକନିକା ଜାତୀୟ ଉଦ୍ୟାନ ଓ ସାମୁଦ୍ରିକ ଅଭୟାରଣ୍ୟ ଗହିରମଥାକୁ ବିଶେଷ ପରିଚୟ ଦେବାକୁ ପ୍ରୟାସ। ଏଥିପାଇଁ ରାଜନଗର ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ୨ଟି ନୂଆ ଲୋଗୋ ପ୍ରସ୍ତୁତ କରାଯାଇଛି । ଭିତରକନିକା ଲୋଗୋରେ ଭିତରକନିକାର ବଉଳା କୁମ୍ଭୀର, ପକ୍ଷୀ, ହରିଣ , ସାପ,…

ବିଦ୍ୟୁତ ସରବରାହ ବିଛିନ୍ନ: ଅନ୍ଧାରରେ ପ୍ରସିଦ୍ଧ ଆରଡି ବାବା ଆଖଣ୍ଡଳମଣୀଙ୍କ ପୀଠ ସମେତ ୨୫ଟି ଗାଁ

ଚାନ୍ଦବାଲି(କେନ୍ଯୁଜ୍): ଅନ୍ଧାରରେ ପ୍ରସିଦ୍ଧ ଶୈବପୀଠ ଆରଡି ଆଖଣ୍ଡଳମଣୀ ପୀଠ ସହ ନାନ୍ଦପୁର, ସୁନ୍ଦରପୁର, ଓଳଗ ପଞ୍ଚାୟତର ୨୫ଟି ଗାଁ। ୨୦ ଘଣ୍ଟାରୁ ଅଧିକ ସମୟ ଧରି ବିଦ୍ୟୁତ ସରବରାହ ବିଛିନ୍ନ ରହିଛି। ବିଦ୍ୟୁତ୍‌ ନଥିବାରୁ ଗତକାଲିଠାରୁ ପାଇପ ପାଣି ମଧ୍ୟ ବନ୍ଦ ଅଛି। ତେଣୁ ଆରଡି…

ଜଳଦ କୁମାର ତ୍ରିପାଠୀ ହେବେ ନୂଆ ମୁଖ୍ୟ ସୂଚନା କମିଶନର

ଭୁବନେଶ୍ବର(କେନ୍ଯୁଜ୍): ଜଳଦ କୁମାର ତ୍ରିପାଠୀ ହେବେ ନୂଆ ମୁଖ୍ୟ ସୂଚନା କମିଶନର । ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ଜଳଦ କୁମାର ତ୍ରୀପାଠୀ ହେବେ ରାଜ୍ୟ ମୁଖ୍ୟ ସୂଚନା କମିଶନର । ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନୋନୟନ କମିଟି ବୈଠକରେ ଶ୍ରୀ ତ୍ରୀପାଠୀଙ୍କ ନାଁରେ…

ରାଜଧାନୀର ଭରତପୁର ଥାନା ଅଞ୍ଚଳରୁ ଗୋଟିଏ ଚୋରା ବନ୍ଧୁକ ସହ ୩ଟି ଗୁଳି ଜବତ, ବେପାରୀ ଗିରଫ

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀରେ ବନ୍ଧୁକ ବେପାର। ଭରତପୁର ଥାନା ଅଞ୍ଚଳରୁ ଗୋଟିଏ ଚୋରା ବନ୍ଧୁକ ସହ ୩ଟି ଗୁଳି ଜବତ କରିଛି ଭରତପୁର ଥାନା ପୋଲିସ। ଚୋରା କାରବାର ଅଭିଯୋଗରେ ଜଣେ ବନ୍ଧୁକ ବେପାରୀକୁ ମଧ୍ୟ ଗିରଫ କରାଯାଇଛି। ଭରତପୁର ଜିଏ କଲୋନୀ ନିକଟରୁ ତାକି ଗିରଫ କରାଯାଇଛି। ତା…

ପୁଣି ୧ ପ୍ରତିଶତ ଉପରେ ଦୈନିକ ସଂକ୍ରମଣ: ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୩୪ କରୋନା ପଜିଟିଭ୍‌ ଚିହ୍ନଟ, ୪ ମୃତ

ଭୁବନେଶ୍ୱର (କେନ୍ୟୁଜ ):ରାଜ୍ୟରେ ପୁଣି ୧ ପ୍ରତିଶତ ଉପରେ ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ଆଉ ୭୩୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜି ପଜିଟିଭ୍‌ ହାର ରହିଛି ୧.୦୫ ପ୍ରତିଶତ । ୭୩୪ ସଂକ୍ରମିତଙ୍କ ଭିତରେ ୦ରୁ ୧୮ ବର୍ଷ ଭିତରେ ଅଛନ୍ତି ୧୦୧ ଜଣ । ଆଜି ଖୋର୍ଦ୍ଧାରୁ ୩୩୫ ନୂଆ…

କଳାହାଣ୍ଡି କୁଟରୁଗୁଡାରେ ଅଘଟଣ: ପୋଖରୀରେ ବୁଡି ଗଲା ଦୁଇ ଶିଶୁଙ୍କ ଜୀବନ

କଳାହାଣ୍ଡି(କେନ୍ଯୁଜ୍): ପୋଖରୀରେ ବୁଡି ଗଲା ଦୁଇ ଶିଶୁଙ୍କ ଜୀବନ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକ କୁଟରୁଗୁଡାରେ ଅଘଟଣ ଘଟିଛି। ମୃତ ଦୁଇ ଶିଶୁ ହେଲେ କସ୍ମିତା ମାଝୀ ଓ ସୁଶାନ୍ତ ମାଝୀ । ବାପା ମାଆ ଚାଷଜମିରେ କାମ କରୁଥିବାବେଳେ ଦୁଇ ଶିଶୁ ପୋଖରୀ ନିକଟକୁ ଚାଲିଯାଇଥିଲେ । କିଛି…

ବେସାହାରା ଅବସ୍ଥାରେ ଦିନ କାଟୁଛନ୍ତି ବାପା,ମା ଛେଉଣ୍ଡ ଛଅ ଅନାଥ ଝିଅ, ଅସରାଏ ଦୁଖଃ ଛଡା କିଛି ନାହିଁ ଏମାନଙ୍କର

ଗଜପତି(କେନ୍ଯୁଜ୍): ବାପା କିମ୍ବା ମାଙ୍କର ମୃତ୍ୟୁ ହୋଇଗଲେ ସେହି ପରିବାର ଚଳିବା କେତେ କଷ୍ଟକର ତାହା ଆମେ ଜାଣିଛେ । ଏପରିକି ଆଜିକା ଦିନରେ ବାପା,ମା ଥାଇ ମଧ୍ୟ ନିଜ ସନ୍ତାନର ସବୁ ଆବଶ୍ୟତା ପୂରଣ କରିବା ସମ୍ଭବପର ହୋଇପାରୁନାହିଁ । ଏପରିସ୍ଥିତିରେ ଉଭୟ ବାପା,ମାଙ୍କୁ ହରାଇ ଛଅ ଜଣ ଅନାଥ ଝିଅ…

କନ୍ଧମାଳ ଗସ୍ତରେ ସାଂସଦ ଡ. ଅଚ୍ୟୁତ ସାମନ୍ତ, ସଂସଦୀୟ କ୍ଷେତ୍ରର ବିକାଶ ମୂଳକ କାର୍ଯ୍ୟର କଲେ ସମୀକ୍ଷା

ଫୁଲବାଣୀ(କେନ୍ଯୁଜ୍): କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ସଂସଦୀୟ କ୍ଷେତ୍ରର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଫୁଲବାଣୀଠାରେ କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡି ଓ ଜିଲ୍ଲାର ଅନ୍ୟ ବରିଷ୍ଠ ପଦାଧିକାରୀଙ୍କ ସହ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ…

ବିପଦ ସଙ୍କେତ ଉପରେ ଜଳକା ଜଳସ୍ତର: ବିଭିନ୍ନ ରାସ୍ତା ଉପରେ ୩ ଫୁଟର ପାଣି, ୧୨ରୁ ଉର୍ଦ୍ଧ୍ୱ ପଞ୍ଚାୟତରେ ବନ୍ୟାଜଳ…

ଜଳେଶ୍ବର(କେନ୍ଯୁଜ୍): ବଢୁଛି ଜଳକା । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳସ୍ତର। ବସ୍ତା ବ୍ଲକ ମଥାନୀଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବାବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୭.୧୮ ମିଟରରେ ପ୍ରବାହିତ ହେଉଛି। ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳସ୍ତର ବୃଦ୍ଧି ପାଇବାରେ…

ଦୁର୍ବଳ ହେଉଛି ମାଓ ସଙ୍ଗଠନ: ପୋଲିସ ନିକଟରେ ଦୁର୍ଦ୍ଦାନ୍ତ ମାଓ ଦମ୍ପତିଙ୍କ ଆତ୍ମସମର୍ପଣ

ମାଲକାନଗିରି(କେନ୍ଯୁଜ୍): ଦୁର୍ବଳ ହେଉଛି ମାଓ ସଙ୍ଗଠନ । ମାଲକାନଗିରି ସୀମାନ୍ତ ଛତିଶଗଡ ସୁକମା ଜିଲ୍ଲା ପୋଲିସ ନିକଟରେ ଦୁର୍ଦ୍ଦାନ୍ତ ମାଓ ଦମ୍ପତିଙ୍କ ଆତ୍ମସମର୍ପଣ । ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏସ୍‌ପି ସୁନୀଲ ଶର୍ମାଙ୍କ ନିକଟରେ ମାଓ ଦମ୍ପତି ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ…

ଚାକିରିର ପ୍ରଲୋଭନ ଦେଖାଇ ଟଙ୍କା ହଡପ୍, ୫୦ଜଣ ମହିଳାଙ୍କଠୁ ୫ ହଜାର ଲେଖାଏଁ ଠକେଇ

କଟକ(କେନ୍ଯୁଜ୍): ଚାକିରିର ପ୍ରଲୋଭନ ଦେଖାଇ ମହିଳାଙ୍କୁ ଠକେଇ ଅଭିଯୋଗ । ବଡ଼ମ୍ବା ଅଞ୍ଚଳର ପାଖାପାଖି ୫୦ ମହିଳା ଠକେଇର ଶିକାର ହୋଇଛନ୍ତି । ଏ.ଡି ମାଜିଷ୍ଟିକ ନାମକ କମ୍ପାନୀ କରି ଧୂପକାଠିି ଯୋଗାଇବା, ସରକାରୀ ଚାକିରି କରାଇଦେବା, ହେଲଥ କାର୍ଡ କରାଇ ଦେବା ଭଳି ପ୍ରଲୋଭନ ଦେଖାଇ ପ୍ରତ୍ୟେକ…

ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର, ପ୍ରଭାବରେ ଆଜି ୧୦ ଜିଲ୍ଲାରେ ପ୍ରବଳ ବର୍ଷା !

ଭୁବନେଶ୍ବର(କେନ୍ଯୁଜ୍): ଆଜି ୧୦ ଜିଲ୍ଲାରେ ପ୍ରବଳ ବର୍ଷା। ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଲଗ୍ନ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଜି କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଶେଷକରି ଝାରସୁଗୁଡ଼ା, କେନ୍ଦୁଝର,…