Sabuthi Sabubele Hata Muthare Khabar

୧୬ନଂ ଜାତୀୟ ରାଜପଥରେ ମାତିଲେ ଲୁଟେରା, ଟାଙ୍ଗୀ ଥାନା ଅଞ୍ଚଳରୁ ଦାମୀ ସିଗାରେଟ ଭର୍ତ୍ତି କଣ୍ଟେନର ଲୁଟ

ଟାଙ୍ଗୀ: ୧୬ନଂ ଜାତୀୟ ରାଜପଥରେ ମାତିଲେ ଲୁଟେରା। ଖୋର୍ଦ୍ଧାର ଟାଙ୍ଗୀ ଥାନା ଜାତୀୟ ରାଜପଥରେ ବନ୍ଧୁକ ମୁନରେ ଲୁଟ। ଦାମୀ ସିଗାରେଟ ଭର୍ତ୍ତି ଏକ କଣ୍ଟେନରକୁ ଲୁଟିଛନ୍ତି ଦୁର୍ବୃତ୍ତ। ଆଇଟିସି କଂପାନୀର ଦାମୀ ସିଗାରେଟ ନେଇ ହାଇଦ୍ରାବାଦରୁ କୋଲକାତା ଯାଉଥିବା କଣ୍ଟେନରର ଗାଡ଼ି ଚାଳକକୁ ବନ୍ଧୁକ ଦେଖାଇ ଲୁଟ କରିଛନ୍ତି। ପରେ ଡ୍ରାଇଭରର ହାତଗୋଡ଼ ବାନ୍ଧି ଉଗ୍ରତାରା ଜଙ୍ଗଲରେ ଫିଙ୍ଗି ଦେଇ ଟ୍ରକକୁ ନେଇ ଚାଲିଯାଇଛନ୍ତି। ସକାଳେ ସ୍ଥାନୀୟ ଲୋକେ ଡ୍ରାଇଭରକୁ ଉଦ୍ଧାର କରିବା ପରେ ଟାଙ୍ଗୀ ଥାନାରେ ଅଭିଯୋଗ ହୋଇଛି। ଚୋରି ହୋଇଥିବା ସିଗାରେଟ୍‌ ମୂଲ୍ୟ ପ୍ରାୟ ୧ କୋଟିରୁ ଅଧିକ ହେବ। ଲୁଟ ନେଇ ପୋଲିସ ତଦନ୍ତ ଚଳାଇଛି।

 

Leave A Reply

Your email address will not be published.