Beneli କମ୍ପାନୀ ଲଞ୍ଚ କଲା ନୂଆ ଇଲେକଟ୍ରିକ ସ୍କୁଟର, ରହିିଛି ସବୁଠୁ ଶାନଦାର ଫିଚର୍ସ

ଇଟାଲୀର ପ୍ରମୁଖ ଦୁଇ ଚକିଆ ଯାନର କମ୍ପାନୀ Beneli ଦୁନିଆରେ ନିଜର ପାୱାରଫୁଲ ତଥା ଲାଟେଷ୍ଟ ଫିଚର୍ସ ରଖୁଥିବା ବାଇକକୁ ନେଇ ବେଶ ଚର୍ଚ୍ଚିତ ରହିଥାଏ । ୨୦୦୫ରେ Beneli କମ୍ପାନୀକୁ ଚୀନର କମ୍ପାନୀ Qianjiang ଗ୍ରୁପ ନିଜ ଅଧିନକୁ ଆଣିଥିଲା । ଏବେ ଏହି କମ୍ପାନୀ ପକ୍ଷରୁ ନୂଆ ଇଲେକଟ୍ରିକ ସ୍କୁଟର Beneli Dong ଲଞ୍ଚ ହେବାକୁ ଯାଉଛି ।

Beneli କମ୍ପାନୀ କିଛି ଦିନ ପୂର୍ବେ ଭାରତୀୟ ବଜାରରେ ପ୍ରବେଶ କରିଛି । ଏବେ ଏହାର ନୂଆ ଇଲେକଟ୍ରିକ ସ୍କୁଟର ଲଞ୍ଚ ହେବା ପରେ ଏଥିପାଇଁ ଅନେକ ଫାଇଦା ମିଳିବ ବୋଲି ଆଶା କରାଯାଉଛି । ଭାରତୀୟ ବଜାରରେ ମଧ୍ୟ ଏହାକୁ ଲଞ୍ଚ କରାଯିବ । ତେବେ କମ୍ପାନୀ ତରଫରୁ ଏହାକୁ ଏକ ୟୁନିକ ଡିଜାଇନ ଦିଆଯାଇଛି ।

ଏହି ସ୍କୁଟରର ଟପ୍ ସ୍ପିଡ ୪୫ କି.ମି ପ୍ରତି ଘଣ୍ଟାକୁ ରହିଛି । ସିଙ୍ଗଲ ଚାର୍ଜ ଦ୍ୱାରା ଏହି ଗାଡ଼ି ୬୦କି.ମି ପର୍ଯ୍ୟନ୍ତ ଯାଇପାରିବ । ଏଥିରେ କମ୍ପାନୀ ତରଫରୁ ଏକ ସ୍ପିକର ଦିଆଯାଇଛି । ଯାହା ବିଭିନ୍ନ ଢ଼ଙ୍ଗର ଅଡିଓ କ୍ରିଏଟ କରିଥାଏ । ଏହା ୧.୨କିଲୋୱାଟ କ୍ଷମତାର ଇଲେକଟ୍ରିକ ମୋଟର ଏବଂ ଏଥିରେ ୧.୫୬ କିଲୋୱାଟର ରିମୁଭେବଲ ବ୍ୟାଟେରୀ ଦିଆଯାଇଛି ।

ଏହାକୁ ଇଣ୍ଡୋନେସିଆ ମାର୍କେଟରେ ଲଞ୍ଚ କରାଯାଇଛି । ସେଠାରେ ଏହାର ଦାମ୍ ୩୬,୯୦୦,୦୦୦ ଟଙ୍କା (ଇଣ୍ଡୋନେସିଆ କରେନ୍ସି) ରଖାଯାଇଥିଲା । ଯାହାକି ଭାରତୀୟ ମୁଦ୍ରାରେ ତାହା ୧.୯ ଳକ୍ଷ ଟଙ୍କା ପାଖାପାଖି ରହିବ । ତେବେ ଭାରତରେ ଏହାର ଦାମ୍ କୁ ଧ୍ୟାନରେ ରଖି କମ୍ପାନୀକୁ ଲଞ୍ଚ କରିବାକୁ ପଡିବ । କାରଣ ଭାରତୀୟ ବଜାରରେ ଏହି ଦାମ ବହୁତ ଅଧିକ ।

Leave A Reply

Your email address will not be published.