Below header
Browsing Category

ରାଜ୍ୟ

ଅସହାୟ ରଞ୍ଜିତାଙ୍କୁ ସାହା ହେଲେ କିସ୍‌ ଫାଉଣ୍ଡେସନ୍‌ ଓ ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର/ଟାଙ୍ଗୀ : ବେସାହାରା ରଞ୍ଜିତାଙ୍କୁ କିସ୍‌ ଫାଉଣ୍ଡେସନର ସହାୟତା। ଖୋର୍ଦ୍ଧା ଜିଲ୍ଲା ହରିକୁଣ୍ଡବରଡି ଗାଁର ରଞ୍ଜିତା ନିଜ ବାପା ମାଆଙ୍କୁ ହରାଇବା ପରେ ସମ୍ପୂର୍ଣ୍ଣ ବେସାହାରା ହୋଇପଡ଼ିଥିଲେ। ନିଜର ଚେଷ୍ଟା ବଳରେ ଏକ ସପିଂ ମଲ୍‌ରେ କାମ କରୁଥିଲେ ମଧ୍ୟ ପାଠପଢା ପ୍ରତି ତାଙ୍କର…

କୋଭିଡ ନିୟମ ଉଲଙ୍ଘନ: ଦୁଇ ଦିନ ପାଇଁ ସିଲ୍ ହେଲା ଗଜପତି ଲୁହାଗୁଡ଼ି ସ୍ଥିତ ରାଜପୁତ ଲାଇନ ହୋଟେଲ

ମୋହନା(କେନ୍ୟୁଜ୍): କୋଭିଡ ନିୟମ ଉଲଙ୍ଘନ କରିବା ମାହଙ୍ଗା ପଡିଛି ଜଣେ ହୋଟେଲ ମାଲିକଙ୍କ ପାଇଁ। ନିୟମ ଉଲଙ୍ଘନ କରିବା ଅଭିଯୋଗରେ ହୋଟେଲକୁ ଦୁଇ ଦିନ ବନ୍ଦ କରାଯିବା ସହ ୧୪ ହଜାର ଟଙ୍କାର ଆର୍ଥିକ ଜୋରିମାନା ଦେବାକୁ ପଡିଛି l ସୂଚନା ପ୍ରକାରେ ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ସ୍ଥିତ…

ନିଜ ବିଭାଗର ୫ଟି ପ୍ରମୁଖ ସଫଳତା ଉପରେ ରିପୋର୍ଟ କାର୍ଡ ଦେବେ ମନ୍ତ୍ରୀ, ମେ’ ୧୫ରୁ ୨୫ ସମୀକ୍ଷା କରିବେ…

କେନ୍ୟୁଜ୍(ବ୍ୟୁରୋ):  ମନ୍ତ୍ରୀମାନେ ଦେବେ ରିପୋର୍ଟ କାର୍ଡ । ନିଜ ବିଭାଗର ୫ଟି ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ଉପରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବେ । ମେ' ୧୫ରୁ ୨୫ ତାରିଖ ଯାଏ ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଏନେଇ ସେ ସବୁ ମନ୍ତ୍ରୀଙ୍କୁ ଚିଠି…

କେମିତି ଫେରାର୍‌ ହେଲା ହାଇଦର୍‌ ?, ଧରିବା ପାଇଁ ଉତ୍ତରାଞ୍ଚଳ ରେଞ୍ଜର ସମସ୍ତ ଜିଲ୍ଲାରେ ଜାରି ହୋଇଛି ହାଇ ଆଲର୍ଟ

କେନ୍ୟୁଜ୍(ବ୍ୟୁରୋ):  କେମିତି ଫେରାର୍‌ ହେଲା ହାଇଦର୍‌ ? ତାକୁ ନେଇ ଏବେ ଚର୍ଚ୍ଚା । କେମିତି ଓ କେଉଁ ପରିସ୍ଥିତିରେ ଚମ୍ପଟ ମାରିଲା ଗ୍ୟାଙ୍ଗଷ୍ଟର ? କଡ଼ା ସୁରକ୍ଷା ଭିତରେ ଏସସିବି ପରିସରରୁ କେମିତି ଫେରାର୍‌ ହେଲା ? ଆଉ କେହି ସହଯୋଗ କରିଛନ୍ତି କି ? କେଉଁଠୁ ଓ କେମିତି ଆଣିଲା ନିଶା ?…

ଢ଼େଙ୍କାନାଳର ପୁରୁଣା କଟକ – ସମ୍ବଲପୁର ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ସେନା ମୃତ

ଆଜି ଅପରାହ୍ନରେ ଢ଼େଙ୍କାନାଳର ପୁରୁଣା କଟକ - ସମ୍ବଲପୁର ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଛି। ଢ଼େଙ୍କାନାଳ ସଦର ଥାନା ଅନ୍ତର୍ଗତ ରଥପଦା ନିକଟରେ ଏକ କାର ସହ ଟ୍ରକର ଧକ୍କା ହୋଇଥିଲା। ଘଟଣା ସ୍ଥଳରୁ କାରରେ ଯାଉଥିବା ୨ଜଣ ବ୍ୟକ୍ତିଙ୍କୁ…

କଟକ: ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ଫେରାର ହୋଇଗଲା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର

କଟକ(କେନ୍ୟୁଜ୍):  କଟକ SCB ରୁ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର । ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ଫେରାର ହୋଇଥିବା ସୂଚନା । SCB ମେଡିକାଲର ସର୍ଜରୀ ବିଭାଗରୁ ଫେରାର । ୧୨ ଦିନ ତଳେ SCB ସର୍ଜରୀ ଓ୍ଵାର୍ଡରେ ଭର୍ତ୍ତି ହୋଇଥିଲା ହାଇଦର । ଚିକିତ୍ସା ପାଇଁ ବୁର୍ଲା ମେଡ଼ିକାଲରୁ SCBକୁ…

ଏ ନୂଆ ରାସ୍ତା ଏମିତି ଫାଟିଗଲା କାହିଁକି ? ଖୋର୍ଦ୍ଧା ସୁବୁଦ୍ଧିପାଟଣା ରାସ୍ତାକୁ ନେଇ ଅସନ୍ତୁଷ୍ଟ ଲୋକେ

ନୂଆ କରି ରାସ୍ତା ତିଆରି ହୋଇଛି । ଦେଖିଲେ ଲାଗିବ ଯେମିତି ଚକାଚକ୍‌ ରୋଡ୍‌ । ହେଲେ ଟିକେ ପାଖକୁ ଯାଇ ଦେଖିଲେ ଜଣାପଡ଼ିବ ମଝିରୁ ଫାଟି ଗଲାଣି ଆଉ ରାସ୍ତାଟି ଭାରି ଦୁର୍ବଳ । ଏମିତି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍‌ ଅନ୍ତର୍ଗତ ବଡ଼କୁଳ ପଞ୍ଚାୟତରେ । ଏଠାକାର…

ବଣାଇରେ ଚାଞ୍ଚଲ୍ୟ : ନାବାଳିକାଙ୍କୁ ଦୁଷ୍କର୍ମ ପରେ ଫିନାଇଲ ପିଆଇ ହତ୍ୟା ଉଦ୍ୟମ

ସୁନ୍ଦରଗଡ଼ (କେନ୍ୟୁଜ) : ନାବାଳିକାଙ୍କୁ ଦୁଷ୍କର୍ମ ପରେ ଫିନାଇଲ ପିଆଇ ହତ୍ୟା ଉଦ୍ୟମ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା। ଗତ ଗୁରୁବାର ଦିନ ବଣାଇ ଜଗନ୍ନାଥପୁର ସାହିରେ ନାବାଳିକାଙ୍କୁ ଘରେ ଏକୁଟିଆ ପାଇ ପଡ଼ୋଶୀ ଘରେ ରହୁଥିବା ଯୁବକ ସତ୍ୟ ସ୍ୱାଇଁ ଘରେ ପଶି…

ନବରଙ୍ଗପୁର: ସ୍ତ୍ରୀର ଅଶ୍ଳୀଳ ଭିଡିଓ ଓ ଫୋଟ ଭାଇରାଲ କରି ସ୍ଵାମୀ ଗିରଫ

ଉମରକୋଟ(କେନ୍ୟୁଜ୍):   ସ୍ତ୍ରୀର ଅଶ୍ଳୀଳ ଭିଡିଓ ଓ ଫୋଟ ଭାଇରାଲ କରି ସ୍ଵାମୀ ଗିରଫ । ଏମିତି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ।  ଉମରକୋଟ ଅଞ୍ଚଳର ଜଣେ ଯୁବତୀ ନବରଙ୍ଗପୁର ଜିଲ୍ଲାର କୋଷଗୁମୁଡ଼ା ଅଞ୍ଚଳରେ ବାହା ହୋଇଥିଲେ । କିନ୍ତୁ ତାଙ୍କର ପୂର୍ବରୁ ତାଙ୍କ…

ଭୁବନେଶ୍ୱର: ଗିରଫ ହେଲେ କୋଟିପତି କିରାଣୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ

କେନ୍ୟୁଜ୍(ବ୍ୟୁରୋ):  ଗିରଫ ହେଲେ କୋଟିପତି କିରାଣୀ । ଭୁବନେଶ୍ୱର ଚିଫ୍‌ କଞ୍ଜରଭେଟର ଅଫ୍‌ ଫରେଷ୍ଟସ-ସିସିଏଫ ଅଫିସର ବରିଷ୍ଠ କିରାଣୀ ଦିଲ୍ଲୀପ ଜେନାଙ୍କୁ ଭିଜିଲାନ୍‌ସ ଗିରଫ କରିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଦିଲ୍ଲୀପ ମୋଟ ୩ କୋଟି ଟଙ୍କାର…

ପୁରୀ: ପୁଣି ଏମାର ମଠରେ ମିଳିଲା ୪୭ ଖଣ୍ଡ ରୁପା ଇଟା, ୨୦୧୧ରେ ଜବତ ହୋଇଥିଲା ୫୨୨ ଖଣ୍ଡ

ପୁରୀ(କେନ୍ୟୁଜ୍):  ପୁରୀ ଏମାର ମଠରେ ରୁପା ଇଟାକୁ ନେଇ ଚର୍ଚ୍ଚା । ମଠ ପରିଚାଳନା ଭାର ନୂଆ ଟ୍ରଷ୍ଟ ବୋର୍ଡକୁ ହସ୍ତାନ୍ତର ବେଳେ ମଠ ମହନ୍ତଙ୍କ ମାର୍ଫତରେ ଥିବା ୪୭ ଖଣ୍ଡ ରୁପା ଇଟା ସଂପର୍କରେ ସୂଚନା ମିଳିଛି । ଦେବୋତ୍ତର ବିଭାଗର ତାଲିକାରେ ଥିବା ଏହି ୪୭ ଖଣ୍ଡ ରୁପା ଇଟା ୨୦୧୦ ମସିହାରେ…

ମାଲକାନଗିରି ଜିଲ୍ଲାରେ ଆରମ୍ଭ ହେଲା କଣ୍ଟେନମେଣ୍ଟ ଜୋନ୍, ଏକ ଘରୋଇ କଲେଜରୁ ପଜିଟିଭ ଚିହ୍ନଟ ପରେ ପଦକ୍ଷପ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଆରମ୍ଭ ହେଲା କଣ୍ଟେନମେଣ୍ଟ ଜୋନ୍। ଜିଲ୍ଲା ସଦର ମହକୁମାରେ ଥିବା ଘଡେଇ କଲେଜ ନାମକ ବେସରକାରୀ କଲେଜରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାଫଳରେ କଲେଜ ଏବଂ ହଷ୍ଟେଲକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। କଲେଜରେ ପଢ଼ୁଥିବା ସମସ୍ତ…