Browsing Category

ରାଜ୍ୟ

କୋଭିଡ ଯୋଦ୍ଧାଙ୍କ ବଳିଦାନ ପାଇଁ ଆସନ୍ତାକାଲି ସଂଧ୍ୟା ୬ଟାରେ ୧ ମିନିଟ୍‌ ନିରବ ପ୍ରାର୍ଥନା କରିବାକୁ ରାଜ୍ୟବାସୀଙ୍କୁ…

କେନ୍ୟୁଜ (ବ୍ୟୁରୋ): କୋଭିଡ୍‌ ଯୁଦ୍ଧରେ ଅନେକ ବଳିଦାନ ଦେଇଛନ୍ତି । ସେମାନଙ୍କ ତ୍ୟାଗକୁ ସ୍ମରଣ କରିବା ସହ ସମ୍ମାନ ଜଣାଇବାକୁ ୧ ମିନିଟର ନିରବ ପ୍ରାର୍ଥନା ପାଇଁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। କାଲି ସଂଧ୍ୟା ଛଅଟାରେ ଏହି ନିରବ ପ୍ରାର୍ଥନା ସଭାରେ ଯୋଗ ଦେବା ପାଇଁ…

ରାଜ୍ୟରେ ଆଜି ସର୍ବାଧିକ ରେକର୍ଡ ସଂଖ୍ୟାକ ୧୪୦୯ କରୋନା ରୋଗୀ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ): ଖୁସି ଖବର ଦେଲା ସ୍ବାସ୍ଥ୍ୟ ବିଭାଗ । ରାଜ୍ୟରେ ଆଜି ରେକର୍ଡ ସଂଖ୍ୟାକ ୧୪୦୯ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥ ମାନଙ୍କ ମଧ୍ୟରେ ଅଛନ୍ତି ଗଂଜାମରୁ ୨୫୮ ଜଣ, ଖୋର୍ଦ୍ଧାରୁ ୨୧୮ ଜଣ, ରାୟଗଡ଼ାରୁ ୧୨୮ ଜଣ,…

ମାସ୍କ ନଥିଲେ ମାଲଗୋଦାମରେ ମିଳିବନି ମାଲ୍‌ ନିଷ୍ପତ୍ତି ନେଲେ ମାଲଗୋଦାମ ବ୍ୟବସାୟୀ ସଂଘ

କେନ୍ୟୁଜ (ବ୍ୟୁରୋ): ମାସ୍କ ନଥିଲେ ମାଲଗୋଦାମରେ ମିଳିବନି ମାଲ୍‌। ମାଲଗୋଦାମ ବ୍ୟବସାୟୀ ସଂଘ ନେଇଛି ଏଭଳି ନିଷ୍ପତ୍ତି। ମାଲଗୋଦାମ ବେହେରା ସାହି ଓ ତେଲୁଗୁ ବସ୍ତିରେ ଶତାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମାଲଗୋଦାମର ବ୍ୟବସାୟ ତିନିଟି ପର୍ଯ୍ୟାୟରେ କରିବା ପାଇଁ ନିଷ୍ପତ୍ତି…

MKCG କାଜୁଆଲଟିରେ ଅକ୍ସିଜେନ ଅଭାବରୁ ଦୁଇ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

କେନ୍ୟୁଜ (ବ୍ୟୁରୋ): ଅକ୍ସିଜେନ ଅଭାବରେ MKCG ମେଡିକାଲ କଲେଜ କାଜୁଆଲଟିରେ ଦୁଇ ରୋଗୀଙ୍କର ମୃତ୍ୟୁ ହୋଇଥିବା ନେଇ ଭିଡିଓ ଭାଇରାଲ କରିଛନ୍ତି ଜିଲ୍ଲା ପରିଷଦ ସଦସ୍ୟ ଏଲ୍‌. ମୋହନ ଦାସ । ଗତ ଦୁଇ ତାରିଖ ଦିନ ତାଙ୍କର ଜଣେ ବନ୍ଧଙ୍କୁ ଚିକିତ୍ସା ପାଇଁ ବଡ଼ ମେଡିକାଲ ଆଣିଥିଲେ । ହେଲେ ଅକ୍ସିଜେନ…

ବୁର୍ଲା ଭିମସାରରେ ୯ ଜଣ ଡାକ୍ତର ଓ ଜଣେ କର୍ମଚାରୀ କରୋନା ସଂକ୍ରମିତ

ସମ୍ବଲପୁର: ବୁର୍ଲା ଭିମସାରରେ ୯ ଜଣ ଡାକ୍ତର ଓ ଜଣେ କର୍ମଚାରୀ କରୋନା ସଂକ୍ରମିତ । ସମସ୍ତେ କରୋନା ପଜିଟିଭ ଜଣାପଡ଼ିବା ପରେ ମେଡିସିନ୍‌ ବିଭାଗର OPDକୁ ବନ୍ଦ କରିଦିଆଯାଇଛି। ଏସବୁ ସ୍ଥାନ ସାନିଟାଇଜ୍‌ କରାଯିବା ପରେ ଆସନ୍ତାକାଲି OPDକୁ ପୁଣି ଖୋଲାଯିବ । ଏନେଇ ସୂଚନା ଦେଇଛନ୍ତି, ଭିମସାର…

ଆଜି ଭୁବନେଶ୍ଵରରେ ୧୪୯ ଜଣ ଓ କଟକରେ ୧୨୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀ ଭୁବନେଶ୍ବରରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯୮ ଜଣ ବାହାରିଥିବା ବେଳେ ଲୋକାଲ କେସ ୫୧ ରହିଛି । ତାସହିତ ୧୪୫ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ଈଗଉ ପକ୍ଷରୁ ସୂଚନା ମିଳିଛି । ଏହି…

ମରିଗଲା ମାନବିକତା, ଦିନ ୧୦ଟାରୁ ସଂଧ୍ୟା ପର୍ଯ୍ୟନ୍ତ ଅଟୋ ଭିତରେ ପଡ଼ି ରହିଲା ମୃତଦେହ

ଗଞ୍ଜାମ : ମରିଗଲା ମାନବିକତା । ଅଟୋ ଭିତରେ ଆଠଘଣ୍ଟା ପଡ଼ି ରହିଲା ମୃତଦେହ । ହେଲେ କରୋନା ସନ୍ଦେହରେ ଅଟୋରୁ ମୃତଦେହ ବାହାର କରିବାକୁ କେହି ଆସିଲେନି । ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଓ କିଛି ସଂପର୍କୀୟ ପହଞ୍ଚିବା ପରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା । ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ…

ପରକୀୟା ପ୍ରୀତିକୁ ନେଇ ତାତିଲେ ଗାଁ ଲୋକେ, ପାଣି ମାଗିବାରୁ ପିଆଇଲେ ପରିସ୍ରା

ଭଦ୍ରକ: ଯୁବକର ପରକୀୟା ପ୍ରୀତିକୁ ନେଇ ତାତିଲେ ଗାଁ ଲୋକେ। ଯୁବକକୁ କଲେ ନଣ୍ଡା ଆଉ ପିନ୍ଧେଇଲେ ଜୋତାମାଳ ତା ସହିତ ମୁହଁରେ ଚୂନ କାଳୀ ବୋଳି ଗାଁ ରେ ବୁଲାଇଲେ । ଏମିତି ଏକ ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ତିହିଡି ଥାନା ସୟା ବାଉଁଶ ବାଗ ଅଞ୍ଚଳରେ ଘଟିଛି । ଫଳରେ ତମାମ ଗାଁରେ ଉତ୍ତେଜନା ଲାଗି…

ପ୍ରକାଶ ପାଇଲା ଆଇଏଏସ୍‌ ରେଜଲ୍ଟ ୨୦୧୯: ଓଡିଶାର ଟପ୍ପର ଅଭିଷେକ ସରାଫ

ଭୁବନେଶ୍ବର : ପ୍ରକାଶ ପାଇଲା ୟୁନିଅନ ପବ୍ଲିକ ସର୍ଭିସ କମିଶନ, ଭାରତୀୟ ପ୍ରଶାସନିକ ସେବା- ଆଇଏଏସ୍‌ ରେଜଲ୍ଟ ୨୦୧୯। ପ୍ରଦୀପ ସିଂହ ହେଲେ IAS ଟପ୍ପର। ଯତୀନ କିଶୋର ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ପ୍ରତିଭା ବର୍ମାଙ୍କୁ ମିଳିଛି ତୃତୀୟ ସ୍ଥାନ । ଅଷ୍ଟମ ର‍୍ୟାଙ୍କରେ ଅଛନ୍ତି ଓଡ଼ିଶାର…

ଦୀର୍ଘ ୫ ବର୍ଷ ଧରି ରୋଗୀଙ୍କ ସେବା କରି ସୁସ୍ଥ କରାଇଲେ ଡାକ୍ତର ଏବଂ ନର୍ସ, ଏବେ ଘରକୁ ଯିବାକୁ ନାରାଜ୍ ପୁଷ୍ପା

ସମ୍ବଲପୁର(କେନ୍ଯୁଜ୍): ଏବେବି ସମାଜରେ ବଂଚି ରହିଛି ମଣିଷ ପଣିଆ । ସମୟ ଏମିତି ଆସିଲା ପରିବାର ଲୋକେ ଭୁଲିଗଲେ ହେଲେ ଆପଣେଇ ନେଲେ ଅଚିହ୍ନଆ ମୁହଁ । ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଦୀର୍ଘ ୫ ବର୍ଷ ହେଲାଣି ବୁର୍ଲା ଭୀମସାରର ମେଡ଼ିସିନ ୱାର୍ଡରେ ଜଣେ ରୋଗୀଙ୍କୁ ସେବା କରି ଆସୁଛନ୍ତି…

ପୁଣି ଉଦ୍ଧାର ହେଲା ବିରଳ ପ୍ରଜାତିର କଇଁଛ, ଦେଖିବାକୁ ଲୋକଙ୍କ ଭିଡ

ସୋର(କେନ୍ଯୁଜ୍): ଖଇରା ବ୍ଲକ ଗଗନଧୂଳି ପଞ୍ଚାୟତ ବରପଦାରେ ବିରଳ କଇଁଛ ଉଦ୍ଧାର କରାଯାଇଛି । ସୂଚନା ମୁତାବକ ପ୍ରଦୀପ କୁମାର ସାହୁ ନିଜ ଜମିରେ କାମ କରୁଥିବା ବେଳେ ହଳଦିଆ ରଙ୍ଗର ବିରଳ ପ୍ରଜାତିର କଇଁଛ ପାଇଥିଲେ। ପରେ ସେ ସ୍ଥାନୀୟ ସମିତି ସଭ୍ୟ ମନୋଜ କୁମାର ରାଉତଙ୍କୁ ଖବର ଦେବା ସହ ଔପଦା…