Odisha News

କ୍ରିକେଟ୍‌ ଇତିହାସରେ ପ୍ରଥମ: ହେୟାର ଡ୍ରାୟର ଓ ଷ୍ଟିମ୍‌ ଆଇରନ୍‌ରେ ଓଦା ପିଚ୍‌କୁ ଶୁଖାଇବାକୁ ଚେଷ୍ଟା, ହାସ୍ୟାସ୍ପଦ ବୋଲି କହିଲା BCCI

ପଡ଼ିଆ ଓଦା ଥିବା କାରଣରୁ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ରବିବାର ଗୌହାଟିରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ୍‌ ବାତିଲ୍‌ ହୋଇଯାଇଛି। ଯଦିଓ ଠିକ୍‌ ସମୟରେ ଟସ୍‌ ପଡ଼ିଥିଲା, କିନ୍ତୁ ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ହିଁ ବର୍ଷା ବାଧକ ସାଜିଥିଲା। ପିଚ୍‌କୁ ଯଥାସମ୍ଭବ ଶୁଖାଇବା ପାଇଁ ଗ୍ରାଉଣ୍ଡ ଷ୍ଟାଫ୍‌ମାନେ କାମରେ ଲାଗିପଡ଼ିଥିଲେ।

ତେବେ ଯେଉଁଠି ଯେଉଁଠି ବଲ୍‌ ପିଚ୍‌ ହୋଇଥାଏ, ସେହି ସବୁ ସ୍ଥାନରେ ଅଧିକ ଓଦା ଦେଖିବାକୁ ମିଳିଥିଲା। କିନ୍ତୁ ଷ୍ଟାଡିୟମ୍‌ କର୍ମଚାରୀମାନେ ଯେଭଳି ଉପାୟରେ ପିଚ୍‌ ଶୁଖାଇବାରେ ଲାଗିଥିଲେ, ତାହା ଖୁବ୍‌ ହାସ୍ୟାସ୍ପଦ ଥିଲା। କାରଣ, ଏଭଳି ଘଟଣା କ୍ରିକେଟ୍‌ ଇତିହାସରେ ପ୍ରଥମ ବୋଲି କୁହାଯାଇଥିଲା।

ma3

କଥାଟି ହେଲା, ଷ୍ଟାଡିୟମ୍‌ର ଗ୍ରାଉଣ୍ଡ ଷ୍ଟାଫ୍‌ମାନେ ଭାକ୍ୟୁମ୍‌ କ୍ଲିନରରେ ପିଚ୍‌ ଶୁଖାଇବାରେ ଲାଗିଥିଲେ। ଏହାପରେ ସେମାନେ ହେୟାର ଡ୍ରାୟର ଓ ଷ୍ଟିମ୍‌ ଆଇରନ୍‌ ବ୍ୟବହାର କରିଥିଲେ। ମ୍ୟାଚ୍‌କୁ ନେଇ କୋହଲି ମଧ୍ୟ ଖୁବ୍‌ ଚିନ୍ତିତ ଥିଲେ। ସେ ବାରମ୍ବାର ପଡ଼ିଆ ଉପରକୁ ଯାଇ ଯାଞ୍ଚ୍‌ କରିଥିଲେ।

ସେପଟେ ପିଚ୍‌ ଶୁଖାଇବା ପାଇଁ ଏହି ସବୁ ଜିନିଷର ବ୍ୟବହାର ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଫ୍ୟାନ୍‌ମାନେ ଖୁବ୍‌ ମଜା ଉଡ଼ାଇଛନ୍ତି। ପୂର୍ବତନ କ୍ରିକେଟର ତଥା କମେଣ୍ଟଟର ଆକାଶ ଚୋପ୍ରା ଆସାମ କ୍ରିକେଟ ସଂଘର ଗ୍ରାଉଣ୍ଡ ଷ୍ଟାଫ୍‌ମାନଙ୍କ ଭୁଲ୍‌ ବୋଲି କହିଛନ୍ତି।

ma5

ତେବେ ଅମ୍ପାୟର୍ସ ସ୍ଥାନୀୟ ସମୟ ଅନୁସାରେ ୯ଟା ୪୬ମିନିଟ୍‌ରେ ପିଚ୍‌କୁ ଶେଷ ଥର ନିରୀକ୍ଷଣ କଲା ପରେ ମ୍ୟାଚ୍‌ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ବର୍ଷା ଯୋଗୁ ଷ୍ଟାଡିୟମ୍‌ରେ ଉପସ୍ଥିତ ଥିବା ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ିଥିଲା।

Loading...

Leave A Reply

Your email address will not be published.