ଭୁବନେଶ୍ୱରର ଏହି ସବୁ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କଲା ବିଏମସି

ଭୁବନେଶ୍ୱର: ଭୁବନେଶ୍ୱରରେ ଦିନକୁ ଦିନ COVID ପଜିଟିଭ୍ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନଜରରେ ରଖି ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ରାଜଧାନୀର କିଛି ଅଞ୍ଚଳକୁ କଣ୍ଟେଣ୍ଟମେଣ୍ଟ ଜୋନ୍ ଘୋଷଣା କରିଛି।

ବିଏମସି ନିଜର ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦେଇଛି ଯେ, ବିଜେବି ନଗର ଏବଂ ହରିନଗର ବସ୍ତିଙ୍କୁ କଣ୍ଟେଣ୍ଟମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି।

“ହରିନଗର ବସ୍ତି, ୱାର୍ଡ ନଂ ୫୬, ବିଜେବି ନଗରରୁ ଅନେକ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି । ଯାହା ଫଳରେ ଏହିସବୁ ପ୍ରଭାବିତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି । ଏହି ଅଞ୍ଚଳ ଭିତରୁ ଜନସାଧାରଣଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି।

ଏହାସହ ବରଗଡ କେନାଲରୁ ଗାୟତ୍ରୀ ମଣ୍ଡଳ ପର୍ଯ୍ୟନ୍ତ, ଗାୟତ୍ରୀ ମଣ୍ଡଳରୁ ସ୍କୋଲାର୍ ବାଳକ ହଷ୍ଟେଲ ପର୍ଯ୍ୟନ୍ତ, ସ୍କୋଲାର୍ ବାଳକ ହଷ୍ଟେଲରୁ ହରି ନଗର ବସ୍ତିର ପ୍ରବେଶ ପଥ, ହରିନାଗର ବସ୍ତି ପ୍ରବେଶ ପଥରୁ ବରଗଡ କେନାଲ ଯାଏ ଏହି କଣ୍ଟେଣ୍ଟମେଣ୍ଟ ଜୋନ୍ ଘୋଷଣା କରାଯାଇଛି।

କୌଣସି ଜନସାଧାରଣଙ୍କୁ କଣ୍ଟେନମେଣ୍ଟ ଜୋନ୍ ଭିତରକୁ ଯିବାକୁ ଅନୁମତି ଦିଆଯିବ ନାହିଁ ଏବଂ କଣ୍ଟେଣ୍ଟମେଣ୍ଟ ଜୋନ୍ ଭିତରେ ଥିବା ବାସିନ୍ଦା ବାହାରକୁ ଯିବେ ନାହିଁ| କଣ୍ଟେଣ୍ଟମେଣ୍ଟ ଜୋନ୍ ମଧ୍ୟରେ ଥିବା ସମସ୍ତ ବାସିନ୍ଦା କଠୋର ଭାବରେ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କଣ୍ଟେଣ୍ଟମେଣ୍ଟ ଜୋନର ସୀମା ମଧ୍ୟରେ ଅବସ୍ଥିତ ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକ ବନ୍ଦ ରହିବ |

ବିଏମସି କଣ୍ଟେଣ୍ଟମେଣ୍ଟ ଜୋନରେ ଅତ୍ୟାବଶ୍ୟକ ଜିନିଷ, ଔଷଧ ଯୋଗାଣ ଜାରି ରହିବ | କୌଣସି ଆବଶ୍ୟକତା କିମ୍ବା ଅଭିଯୋଗ ପାଇଁ ବାସିନ୍ଦାମାନେ ହେଲ୍ପଲାଇନ ନମ୍ବର -1929 କୁ କଲ କରିପାରିବେ |

କଣ୍ଟେନମେଣ୍ଟ ଜୋନର ମାନଚିତ୍ରକୁ ଦେଖନ୍ତୁ:

BMC-14

Leave A Reply

Your email address will not be published.