୪୦୦୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେଲା Vivo V19, ଜାଣନ୍ତୁ କେତେ ରହିଛି ଦାମ

ବିଶ୍ୱ ବଜାରରେ ଲଞ୍ଚ ହେବାର ଦୁଇ ମାସ ପରେ ଭିଭୋ ନିଜ ସ୍ମାର୍ଟଫୋନ Vivo V 19 ଦରକୁ ଶସ୍ତା କରିଦେଇଛି । Vivo V 19କୁ ଗ୍ରାହକ ମାନେ ୪୦୦୦ ଟଙ୍କା ପର୍ଯ୍ୟନ୍ତର କମ ଦରରେ କିଣି ପାରିବେ । କହିରଖିବା ଉଚିତ ହେବକି, Vivo V 19ର ୮ଜିବି ରାମ ଓ ୧୨୮ ଷ୍ଟୋରେଜ ମଡ଼େଲ ଫୋନ ୩୦୦୦ ଟଙ୍କା ଓ ୨୫୬ ଜିବି ଷ୍ଟୋରେଜ ମଡ଼େଲକୁ ୪୦୦୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା କରିଛି କମ୍ପାନୀ । ଏହାବାଦ ଏହି ଫୋନରେ କ୍ୱାଡ଼ ରିୟର କ୍ୟାମେରା ସମେତ ଡୁଆଲ ସେଲ୍ଫି କ୍ୟାମେରା ସୁବିଧା ମଧ୍ୟ ଦିଆଯାଇଛି । ଦର କମାଯିବା ପରେ ୧୨୮ ଜିବି ଭ୍ୟାରିୟାଣ୍ଟର ଦର ୨୪୯୯୦ ଟଙ୍କା ହୋଇଥିବା ବେଳେ ୨୫୬ ଜିବି ଭ୍ୟାରିୟାଣ୍ଟର ଦର ୨୭୯୯୦ ଟଙ୍କାରେ ପହଁଚିଥିବା ଜଣାଯାଇଛି ।

vivo 19 two

ଆହୁରି ମଧ୍ୟ ଗ୍ରାହକଙ୍କ ପାଇଁ Vivoର ଏହି ଫୋନରେ ୬.୪୪ ଇଞ୍ଚର ଫୁଲ ଏଚଡ଼ି ପ୍ଲସ ଡିଷ୍ପ୍ଲେ ସମେତ ୧୦୮୦ x ୨୪୦୦ ପିକସଲ ରିଜୋଲୁସନ ମଧ୍ୟ ଦିଆଯାଇଛି । ଏହାସହ ଭଲ ପରଫରମାନ୍ସ ପାଇଁ ସ୍ନାପଡ୍ରାଗନ ୭୧୨ ପ୍ରୋସେସର ସପୋର୍ଟ ବି ଦିଆଯାଇଛି । ଏହା ସହ ଏହି ଫୋନ ଆଣ୍ଡ୍ରଏଡ ସ୍ପେଶାଲ ଅପରେଟିଙ୍ଗ ସିଷ୍ଟମ ସାହାଯ୍ୟରେ ହିଁ କାମ କରିଥାଏ । କ୍ୟାମେରା ଦୃଷ୍ଟିରୁ ଦେଖିଲେ ଏଥିରେ ୟୁଜର୍ସଙ୍କ ପାଇଁ କ୍ୱାଡ କ୍ୟାମେରା ସେଟଅପ ସୁବିଧା ଦିଆଯାଇଛି । ଯେଉଁଥିରେ ୪୮ ମେଗାପିକସଲ ପ୍ରାଇମେରୀ ସେନ୍ସର, ୮ ମେଗା ପିକସଲ ୱାଇଡ ଆଙ୍ଗଲ ଲେନ୍ସ , ୨ ମେଗାପିକସଲର ମାକ୍ରୋ ଲେନ୍ସ ସମେତ ୨ ମେଗାପିକସଲର ସ୍ପେଶାଲ ବୋକେହ ଲେନ୍ସ ବି ମହଜୂତ ଅଛି ।

ଏହା ସହ ଫୋନର ଫ୍ରଣ୍ଟରେ ୩୨ ମେଗାପିକସଲର ଓ ୮ ମେଗାପିକସଲର ସେଲ୍ଫି କ୍ୟାମେରା ସୁବିଧା ମଧ୍ୟ ଦିଆଯାଇଛି । ବ୍ୟାଟେରୀ ଦୃଷ୍ଟିରୁ ଦେଖିଲେ ଏଥିରେ ୩୩ ୱାଟ ଫାଷ୍ଟ ଚାରଜିଙ୍ଗ ଫିଚର ସହ ୪,୫୦୦mAh ବ୍ୟାଟେରୀ ସୁବିଧା ରହିଛି । ଏହାବାଦ ୟୁଜର୍ସଙ୍କୁ ଏଥିରେ ବ୍ଲୁ ଟୁଥ ଭର୍ଜନ ୫.୦, ୱାଇ-ଫାଇ, ଜିପିଏସ, ଓଟିଜି ସମେତ ୟୁଏସବି ପୋର୍ଟ ଟାଇପ-ସି ପରି କନେକ୍ଟିଭିଟି ମଧ୍ୟ ମିଳିଯାଇପାରିବ ।

Leave A Reply

Your email address will not be published.