Odisha News

କେବେ ଭାବିଛନ୍ତି, ଅଲିମ୍ପିକରେ ମେଡାଲ୍‌ ପରେ ମେଡାଲ୍‌ ଆଣୁଥିବା ଚୀନ୍‌ କାହିଁକି ଖେଳେ ନାହିଁ କ୍ରିକେଟ୍‌ ?

ଟେକ୍ନୋଲୋଜି ମାମଲାରେ ବିଶ୍ୱର ସମସ୍ତ ଦେଶରୁ ବେଶ୍‌ ଆଗରେ ଚୀନ୍‌ । ଅଲିମ୍ପିକରେ ଭଲ ପ୍ରଦର୍ଶନ କରି ମେଡାଲ୍‌ ଆଣିବାରେ ମଧ୍ୟ ଆଗରେ ଚୀନ୍‌ । କିନ୍ତୁ କ୍ରିକେଟ୍‌ ମାମଲାରେ . . . . ଏହି ଦେଶ ନା କ୍ରିକେଟ୍‌ ଖେଳେ ନା ଏଠାକାର ଲୋକ ଏହି ଖେଳକୁ ପସନ୍ଦ କରନ୍ତି । ହେଲେ କଣ ଏହାର କାରଣ କେବେ ଚିନ୍ତା କରିଛନ୍ତି ।

ପକୃତରେ ଅଲିମ୍ପିକକୁ ସବୁବେଳେ ସମର୍ଥନ କରିଥାଏ ଚୀନ । ଏବଂ ଅଲିମ୍ପିକରେ ହେଉଥିବା ଖେଳଗୁଡିକ ପାଇଁ ପରିଶ୍ରମ କରିଥାନ୍ତି ଖେଳାଳି । ଆଉ ଏହା ହିଁ କାରଣ ଅଲିମ୍ପିକରେ ସବୁଠାରୁ ଅଧିକ ମେଡାଲ୍‌ ଜିତିଥାଏ ଚୀନ୍‌ । ଯେହେତୁ କ୍ରିକେଟ ଅଲିମ୍ପିକର ଅଂଶ ନୁହେଁ ତେଣୁ ଏହି ଖେଳକୁ ଚୀନରେ କେହି ପସନ୍ଦ କରନ୍ତି ନାହିଁ ।

ସେହିପରି ଆଉ ଏକ କାରଣ ହେଉଛି ଇଂରେଜମାନଙ୍କ ଦ୍ୱାରା ଚୀନର କେବେ ଉପନିବେଶ କରାଯାଇନାହିଁ । ଯେଉଁ ଦେଶ କ୍ରିକେଟ୍‌ ଖେଳିଥାଏ ସେହି ଦେଶ କେବେ ନା କେବେ ବ୍ରିଟିଶ୍‌ ଉପନିବେଶର ଅଂଶ ହୋଇଥାଏ । ଚୀନ୍‌ ଲୋକ କ୍ରିକେଟକୁ ପସନ୍ଦ ନକରିବା ପଛରେ ଆଉ ଏକ କାରଣ ମଧ୍ୟ ରହିଛି । ବିଶ୍ୱ ଖେଳ ନୁହେଁ କ୍ରିକେଟ୍‌ । ଏହା ବିଶ୍ୱର ସମସ୍ତ ଦେଶରେ ଖେଳାଯାଏ ନାହିଁ । ଯେତେବେଳେ କି ଖେଳ ମାଧ୍ୟମରେପୁରା ବିଶ୍ୱରେ ନିଜ ଛାପ ଛାଡିବାକୁ ଚାହିଁଥାଏ ଚୀନ୍‌ । ସେଥିପାଇଁ ଚୀନ୍‌ ଲୋକଙ୍କୁ ପସନ୍ଦ ନୁହେଁ କ୍ରିକେଟ୍‌ ।

Leave A Reply

Your email address will not be published.