ନିଜର ଏହି ଆପକୁ ପୁଣି ଥରେ ଲଞ୍ଚ କଲା WhatsApp, ଯାହାକୁ ୟୁଜର୍ସ କରୁଥିଲେ ମିସ

ଇନଷ୍ଟାନଟ ମେସେଜିଙ୍ଗ ଆପ Whatsapp ନିଜ ୟୁଜର୍ସ ମାନଙ୍କୁ ଅଧିକ ସୁବିଧା ଯୋଗାଇବା ପାଇଁ ଗଲା କିଛି ଦିନ ହେବ ନୂଆ- ନୂଆ ଫିଚର୍ସ ଲଞ୍ଚ କରିବାରେ ଲାଗିଛି  । କିଛି ଦିନ ତଳେ ହିଁ କମ୍ପାନୀ ତରଫରୁ ନୂଆ ଅପଡ଼େଟ ଜରିଆରେ “ମେସେଞ୍ଜର ରୂମସ ସଟକଟ” ଆପକୁ ନିଜ ଫିଚର୍ସ ଲିଷ୍ଟରେ ଆଡ କରିଥିଲା  । ଏହି କାରଣରୁ ହିଁ କମ୍ପାନୀକୁ କ୍ୟାମେରା ଆଇକନକୁ ହଟାଇବାକୁ ପଡିଥିଲା  । କ୍ୟାମେରା ସର୍ଟକଟ ହଟାଯାଇଥିବାରୁ ୟୁଜର୍ସଙ୍କୁ ମାନେ ବି ଏହାକୁ ଖୁବ ମିସ କରିଥିଲେ  । ୟୁଜର୍ସଙ୍କ ଏହି ଡିମାଣ୍ଡକୁ ନଜରରେ ରଖି କମ୍ପାନୀ ପୁଣି ଥରେ ଏହି ଆପକୁ ପୁଣିଥରେ ଲଞ୍ଚ କରିଛି  । WABetainfo ରିପୋର୍ଟ ଅନୁଯାୟୀ, WhatsAppର ଲାଟେଷ୍ଟ ବିଟା ବର୍ଜନ 2.20.194.11 ଜରିଆରେ ୟୁଜର୍ସ ମାନେ ପୁରୁଣା କ୍ୟାମେରା ସର୍ଟକଟ ଆପକୁ ପୁଣି ଥରେ ନିଜ ଫୋନରେ ଇନଷ୍ଟଲ କରିପାରିବେ  । କିନ୍ତୁ ସୂଚନାରୁ ଜଣାଯାଇଛିକି, WhatsAppର ଏହି ନୂଆ ବିଟା ବର୍ଜନ କିଛି ଦେଶ ମାନଙ୍କରେ ହିଁ ଉପଲବ୍ଧ ହେବ  ।

WhatsApp bug could have let hackers read your messages by just ...

 

କମ୍ପାନୀ ତରଫରୁ ନୂଆ “ମେସେଞ୍ଜର ରୂମସ” ଲଞ୍ଚ ହେବା ପରେ ଗ୍ରୁପ ଭିଡିଓ କଲିଙ୍ଗ କରିବା ଖୁବ ସହଜ ହୋଇଯାଇଛି  । ଏହା ସାହାଯ୍ୟରେ ଗୋଟିଏ ଥରରେ ୫୦ ଜଣ ଏକା ସାଥିରେ ଗ୍ରୁପ କଲିଙ୍ଗ କରିପାରିବେ  । କିନ୍ତୁ ଏହି ସୁବିଧା କେବଳ ମାତ୍ର ୱେବ ଭର୍ଜନରେ ହିଁ ଉପଲବ୍ଧ ଅଛି | ମୋବାଇଲରେ ଏହାକୁ ବ୍ୟବହାର କରାଯାଇପାରିବ ନାହିଁ  । ଏହାକୁ ବ୍ୟବହାର କରିବା ପାଇଁ ବ୍ୟହାରକାରୀଙ୍କ ଫେସବୁକ ମେସେଞ୍ଜର ଥିବା ନିହାତି ଦରକାର ବୋଲି କମ୍ପାନୀ ତରଫରୁ ସ୍ପଷ୍ଟ କରାଯାଇଥିଲା  । WhatsAppରେ ଥିବା ମେସେଞ୍ଜର ରୂମସର ସଟକଟରେ କ୍ଲିକ କରିବା ମାତ୍ରେ ହିଁ ମେସେଞ୍ଜର ଆପ ଆପେ ଆପେ ଖୋଲିଯିବ  । ଯେବେକି WhatsApp ମାଧ୍ୟମରେ ଏବେକା ସମୟରେ 8 ଜଣ ହିଁ ଗ୍ରୁପ କଳିଙ୍ଗ କରିପାରିବାର ସୁବିଧା ରହିଛି  ।

କିଛି ଦିନ ପୂର୍ବେ ଏକ ଖବର ପ୍ରକାଶ ପାଇଥିଲାକି, WhatsApp ଖୁବ ଶୀଘ୍ର ନିଜର ନୂଆ ଅପଡ଼େଟ ନେଇ ଆସୁଛି  । ଏହି ଅପଡେଟ ଜରିଆରେ ୟୁଜର୍ସ ମାନେ ଗୋଟିଏ ସମୟରେ ଚାରି ଚାରିଟି ଡ଼ିଭାଇସ ଏକା ସାଥିରେ ବ୍ୟବହାର କରିପାରିବେ  ।

Leave A Reply

Your email address will not be published.