Odisha News

ଚଳିତ ବର୍ଷ ଦୁର୍ବଳ ରହିପାରେ ମୌସୁମୀ, ଦେଶରେ କମ୍‌ ହେବ ବର୍ଷା, ଜୁନ୍‌ ୪ରେ ବିଧିବଦ୍ଧ ପ୍ରବେଶ ଘଟିବ

ଚଳିତ ବର୍ଷ ଦେଶରେ ସ୍ୱାଭାବିକଠାରୁ କମ୍‌ ମୌସୁମୀ ବର୍ଷା ହେବ। ସ୍କାଏମେଟ୍‌ ପକ୍ଷରୁ ଏହି ପୂର୍ବାନୁମାନ କରାଯାଇଛି। ଲଙ୍କ୍‌ ପିରିଅଡ୍‌ ଆଭରେଜ୍‌ରେ ୯୩ % ବର୍ଷା ହେବ ବୋଲି କହିଛି ସ୍କାଏମେଟ୍‌ । ଦେଶର ପ୍ରତି ରିଜିଅନ୍‌ ପାଇଁ ମୌସୁମୀ ଜନିତ ବର୍ଷାର ପୂର୍ବାନୁମାନ କରିଛି । ତେବେ ଚଳିତ ବର୍ଷ ମୌସୁମୀ ଦୁର୍ବଳ ରହିପାରେ। ଚଳିତବର୍ଷ ଦେଶରେ ୧୧୦ % ରୁ ଅଧିକ ବର୍ଷା ସମ୍ଭାବନା ଶୂନ ପ୍ରତିଶତ ରହିଛି । ସେହିପରି ସ୍ୱାଭାବିକଠାରୁ ଅଧିକ ଅର୍ଥାତ ୧୦୫ରୁ ୧୧୦ % ବର୍ଷା ସମ୍ଭାବନା ମଧ୍ୟ ଶୂନ ପ୍ରତିଶତ। ସେହିପରି ଚଳିତ ବର୍ଷ ଦେଶରେ ୧୫ % ମରୁଡ଼ି ସମ୍ଭାବନା ରହିଛି । ତେବେ ଓଡ଼ିଶା ଓ ଛତିଶଗଡ଼ରେ ବର୍ଷା ଭଲ ହେବ ବୋଲି ପୂର୍ବାନୁମାନ କରିଛି ସ୍କାଏମେଟ୍‌ ।

ସ୍କାଇମେଟ୍‌ର ସୂଚନା ଅନୁଯାୟୀ ଜୁନ୍‌ ୪ ତାରିଖ ବେଳକୁ ବିଧିବଦ୍ଧ ଭାବେ ଦେଶରେ ମୌସୁମୀର ପ୍ରବେଶ ଘଟିବ । ଜୁନ୍‌ ୧ ତାରଇଖଷର ଏହା କେରଳରେ ପହଞ୍ଚିବ ବୋଲି ପୂର୍ବରୁ କୁହାଯାଇଥିଲା । ତେବେ ଏହା ଟିକେ ବିଳମ୍ବରେ ଆସିବ । ମେ ୨୨ ତାରିଖରେ ମୌସୁମୀ ଆଣ୍ଡାମାନ୍‌ ନିକୋବର ଦ୍ୱୀପପୁଞ୍ଜ ଛୁଇଁ ପାରେ ବୋଲି କୁହାଯାଇଛି ।

Leave A Reply

Your email address will not be published.