ଦ୍ରୁତ ଗତିରେ ସଂକ୍ରମଣ ବଢ଼ାଉଛି AP ଷ୍ଟ୍ରେନ୍‌, ପୂର୍ବ ତୁଳନାରେ ୧୫ ଗୁଣ ଅଧିକ ଘାତକ

ଚିନ୍ତା ବଢ଼ାଇଲାଣି AP ଷ୍ଟ୍ରେନ୍‌ । ପୂର୍ବ ତୁଳନାରେ ୧୫ ଗୁଣ ଅଧିକ ଘାତକ N440K ଭାରିଆଣ୍ଟ । ଅଧିକ ଘାତକ ହୋଇଥିବା କହିଛନ୍ତି ଆନ୍ଧ୍ରପ୍ରଦେଶ ବିଶେଷଜ୍ଞ । ଏହି ଷ୍ଟ୍ରେନ୍‌ ଦ୍ରୁତ ଗତିରେ ସଂକ୍ରମଣ ବଢ଼ିଥାଏ । ସେଣ୍ଟର ଫର ସେଲୁଲାର ଏବଂ ମଲିକୁଲାର ବାୟୋଲୋଜି CCMB ଦ୍ୱାରା ଏହା ଆବିଷ୍କୃତ ହୋଇଛି ।

ଏହି ନୂତନ କରୋନା ଭାରିଆଣ୍ଟ ଅଧିକ ବିପଦ ବୋଲି ଜଣାପଡିଛି । ବିଶାଖାପାଟଣା ଓ ରାଜ୍ୟର ଅନ୍ୟ ଅଞ୍ଚଳରେ ଏହା ବିପଦ ସୃଷ୍ଟି କରିଛି । କୁର୍ନୁଲରେ ଏହା ପ୍ରଥମେ ଦେଖାଯାଇଥିବାରୁ ଏହାକୁ AP ଷ୍ଟ୍ରେନ୍‌ କୁହଯାଉଛି । B1-617 ଓ B1-618 ଭାରତୀୟ ପ୍ରକାର ଅପେକ୍ଷା ଏହା ଅଧିକ ଶକ୍ତିଶାଳୀ ।

ଗତବର୍ଷ ଦେଖାଦେଇଥିବା ଭାରିଆଣ୍ଟ ଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ ବୋଲି କହିଛନ୍ତି ଜିଲ୍ଲାପାଳ ଭି ବିନୟ ଚାନ୍ଦ । ପୂର୍ବ ଭାରିଆଣ୍ଟ ଏକ ସପ୍ତାହ ସମୟ ନେଉଥିବା ବେଳେ ଏବେ ରୋଗୀମାନେ ତିନି ଦିନରେ ଗୁରୁତର ଅବସ୍ଥାରେ ପହଁଚିଛନ୍ତି । ଜଣେ ବ୍ୟକ୍ତି ସଂକ୍ରମିତ ହେଲେ ୪ରୁ ୫ ଜଣଙ୍କୁ ସଂକ୍ରମିତ କରିବାରେ ସକ୍ଷମ ରଖୁଛି ଏହି AP ଷ୍ଟ୍ରେନ୍‌ ।

Leave A Reply

Your email address will not be published.