Odisha News

ଲିଭ-ଇନ୍ ସାଥିଙ୍କ ଖାଇବାରେ ରକ୍ତ ମିଶାଇ ଦେଉଥିଲେ ମହିଳା, କାରଣ ଆପଣଙ୍କୁ କରିବ ଚକିତ

ଦେଶର ରାଜଧାନୀ ଦିଲ୍ଲୀରେ ତନ୍ତ୍ର-ସାଧାନାର ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଘଟଣା ଅନୁଯାୟୀ ଲିଭ-ଇନରେ ରହୁଥିବା ଜଣେ ମହିଳା ତାଙ୍କ ସାଥିଙ୍କୁ ନିୟନ୍ତ୍ରଣରେ ରଖିବା ପାଇଁ ଖାଇବାରେ ରକ୍ତ ମିଶାଇ ପରଷୁଥିଲେ। ତାଙ୍କର ବିଶ୍ବାସ ରହିଥିଲା କି ଏପରି କରିବା ଦ୍ବାରା ତାଙ୍କ ପ୍ରେମୀକ ସବୁବେଳେ ତାଙ୍କ ସାଥିରେ ରହିବେ।

couple eating

ମିଳିଥିବା ସୂଚନା ମୁତାବକ, ମହିଳା ଜଣଙ୍କ ବଶିକରଣର ଭିନ୍ନ ଭିନ୍ନ ଉପାୟ କରୁଥିଲେ। ଏପରିକି ଯୁବକଙ୍କ କେଶ ନେଇ ତାହା ସହ ବିଭିନ୍ନ ପ୍ରକାରର ତନ୍ତ୍ରମନ୍ତ୍ର ମଧ୍ୟ କରୁଥିଲେ। ଏହି ତନ୍ତ୍ର ସାଧାନରୁ ବିରକ୍ତ ହୋଇ ଯୁବକ ଜଣଙ୍କ ନିଜ ସାଥି ମହିଳାଙ୍କ ଉପରେ ଆକ୍ରମଣ କରିଥିଲେ। ଫଳର ମହିଳାଙ୍କ ଅବସ୍ଥା ଏବେ ଗମ୍ଭୀର ବୋଲି କୁହାଯାଉଛି। ଯୁବକ ଜଣଙ୍କର ପରିଚୟ ଅରୁଣ ଭାବେ ହୋଇଥିବା ବେଳେ ତାଙ୍କୁ ପୋଲିସ ଗିରଫ କରିବା ସହ ମାମଲାର ତଦନ୍ତ କରୁଛି।

ନିଶ୍ଚିତ ପଢ଼ନ୍ତୁ: ଏବେ କମ ହେବ ମହିଳାଙ୍କ ପ୍ରତି ଅପରାଧ, ସବୁ ଥାନାରେ ନିୟୋଜିତ ହେବେ…

ମହିଳା ଏବଂ ତାଙ୍କ ସାଥି ଦୁଇଜଣ ବିହାରର ବାସିନ୍ଦା। ଦୁହିଁଙ୍କର ପୂର୍ବରୁ ସ୍ବାମୀ ଏବଂ ପତ୍ନୀ ଅଛନ୍ତି। ଦୁହିଁଙ୍କର ତିନି ବର୍ଷ ପୂର୍ବେ ଦେଖା ହୋଇଥିବା ବେଳେ ବିଗତ ଅଢ଼େଇ ବର୍ଷ ହେବ ଦୁହେଁ ଦିଲ୍ଲୀରେ ଲିଭିଂରେ ରହୁଛନ୍ତି। ତେବେ ମହିଳାଜଣଙ୍କ ଆଜାଦପୁରର କୌଣସି ତାନ୍ତ୍ରକଙ୍କ କଥାରେ ଆସି ନିଜର ଲିଭ-ଇନ୍ ସାଥିଙ୍କ ସହ ଏପରି କରୁଥିବା ଜଣାପଡିଛି।

Loading...

Leave A Reply

Your email address will not be published.