ବେକ କାଟିବା ପରେ ପତ୍ନୀଙ୍କୁ ଗାଡି ଚଢାଇ ମାରିଦେଲା ଡାକ୍ତର ସ୍ବାମୀ, ଫେରାର ହେଉଥିବା ସମୟରେ ଘଟିଲା ଏମିତି ଘଟଣା

ତାମିଲନାଡୁ ଚେନ୍ନାଇରେ ଏକ ହୃଦୟ ବିଦାରଣ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଡାକ୍ତର ନିଜ ପତ୍ନୀଙ୍କୁ ଏମିତି ମରଣ ଦେଇଛନ୍ତି, ଯାହା ବିଷୟରେ ଆପଣ ଶୁଣିଲେ ଲୋମ ଟାଙ୍କୁରି ଯିବ। ଏଠିକାର ଜଣେ ଡାକ୍ତର ପ୍ରଥମେ ନିଜ ପତ୍ନୀଙ୍କ ବେକ କାଟିବା ପରେ ପୁଣି ତାଙ୍କୁ ଗାଡି ଚଢାଇ ଦଳି ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ତାଙ୍କ ପ୍ରାଣ ଚାଲିଯାଇଛି।

ପୋଲିସ କହିବା ମୁତାବକ, ଯେଉଁ ଡାକ୍ତର ଏଭଳି ଜଘନ୍ଯ କାଣ୍ଡ ଘଟାଇଛନ୍ତି, ତାଙ୍କ ନାମ ଗୋକୁଲ କୁମାର(୩୫)। ଡାକ୍ତର ଜଣକ କେବଳ ପତ୍ନୀଙ୍କ ସହିତ ଏଭଳି କାଣ୍ଡ ଘଟାଇନାହାନ୍ତି, ତା ସହିତ ଶଶ୍ବୁରଙ୍କ ସହିତ ମାରପିଟ୍ ମଧ୍ୟ କରିଥିଲେ। ଘଟଣା ଘଟାଇ ସେହି ସ୍ଥାନରୁ ଡାକ୍ତର ଖସିଯିବାକୁ ଉଦ୍ଯମ କରୁଥିବା ବେଳେ ତାଙ୍କ ଦୁର୍ଘଟଣା ହୋଇଥିଲା ଫଳରେ ଧରାପଡିଯାଇଥିଲେ।

ପଡୋଶୀଙ୍କ କହିବା ମୁତାବକ, ଡାକ୍ତର ଏକ ତାଙ୍କ ପତ୍ନୀଙ୍କ ମଧ୍ୟରେ ସବୁବେଳେ ଝଗଡା ହେଉଥିଲା। ଲକଡାଉନ ହେବା ପରଠାରୁ ଏହା ପ୍ରତିଦିନ ହେଉଥିଲା। ଲକଡାଉନରେ ଡାକ୍ତର ଚାକିରି ଛାଡିଦେଇଥିଲେ, ସେବେଠାରୁ ଏମିତି ସବୁଦିନ ଘଟୁଛି। ଏହାଛଡା ୬ ମାସ ପୂର୍ବରୁ ଦୁହିଁଙ୍କ ମଧ୍ୟରେ ଛାଡପତ୍ର ପାଇଁ ଆପ୍ଲାଏ କରିଥିଲେ।

Leave A Reply

Your email address will not be published.