ବରଗଡ଼ ପଦ୍ମପୁର ଅଞ୍ଚଳରେ ଦନ୍ତା ଆତଙ୍କ, ଘରେ ପଶି ଗୋଟିଏ ପରିବାରର ୪ ଜଣଙ୍କୁ ଦଳି ଦେଲା ହାତୀ

ବରଗଡ଼: ଘରେ ପଶି ୪ ଜଣଙ୍କୁ ଦଳି ଦେଲା ହାତୀ । ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳରେ ଦନ୍ତାହାତୀ ଆତଙ୍କ । ମୃତକ ହେଉଛନ୍ତି ରଜାପଡା ଗାଁର ଜଣେ ବୃଦ୍ଧଦ୍ୱାରିକା ନାଥ ପାଣ୍ଡେ, ପୁଅ ମଲେଇ ପାଣ୍ଡେ ଓ ନାତି ଚିଣ୍ଟୁ ପାଣ୍ଡେ । ଘରେ ଶୋଇଥିବା ବେଳେ ହାତୀ ତାଙ୍କୁ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲା । ସେହିଭଳି ଖଲିଆପାଲି ପଞ୍ଚାୟତ ଅର୍ନ୍ତଗତ ବାଝେନମଣ୍ଡା ଗାଁର ହେମ ସାଗର ସାହୁ ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି । ଖବର ପାଇ ଘଟଣାସ୍ଥଳରେ ପଦ୍ମପୁର ବନ ବିଭାଗ ଓ ପୋଲିସ ଓ ପଦ୍ମପୁର ଉପଜିଲ୍ଲାପାଳ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.