ନବରଙ୍ଗପୁର/ବାଲେଶ୍ୱର: ବଜ୍ରାଘାତରେ ଗଲା ୩ ଜୀବନ। ନବରଙ୍ଗପୁର ଚଟାହାଣ୍ଡି ପଞ୍ଚାୟତର ବାଉଁଶୀଆଗୁଡ଼ା ଗାଁରେ ଘଟିଛି ଅଘଟଣ। ଗତକାଲି ସଂଧ୍ୟାରେ ବଜ୍ରାଘାତରେ ଦୁଇ ଭାଇ ଓ ଅନ୍ୟ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ଭାଇ ହେଉଛନ୍ତି ଲଳିତ ବିନ୍ଧାଣୀ ଓ ମୋତିରାମ ବିନ୍ଧାଣୀ। ଉଭୟଙ୍କ ବୟସ ୧୬ ଓ ୧୪ ବର୍ଷ। ସେମାନଙ୍କର ଅନ୍ୟ ଜଣେ ସାଙ୍ଗ ୧୫ ବର୍ଷୀୟ କାଦମ ହରିଜନଙ୍କର ମଧ୍ୟ ମୃତ୍ୟୁ ଘଟିଛି। ତିନି ଜଣ ଗାଁ ପୋଖରୀରୁ ଶୌଚ ହୋଇ ଫେରିବା ବେଳେ ବଜ୍ରାଘାତ ହୋଇଥିଲା। ସମସ୍ତଙ୍କୁ ନବରଙ୍ଗପୁର ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ବାଲେଶ୍ୱର ଜିଲ୍ଲା ସୋର ବାବୁପାଟଣା ଗାଁରେ ମଧ୍ୟ ବଜ୍ରାଘାତରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ପ୍ରଫୁଲ ବେହେରା। ସେ ଜମି ପାଇଁ ଖତ ଆଣିବାକୁ ଯାଇଥିବା ବେଳେ ବଜ୍ରାଘାତ ହୋଇଥିଲା।
Trending
- ଆଜାଦ ହିନ୍ଦ୍ ଫୌଜର ସୈନିକ ମାନଙ୍କୁ ମମ୍ବର୍ଦ୍ଧିତ କଲେ ମୋଦି, ପରାକ୍ରମ ଦିବସ କାର୍ଯ୍ୟକ୍ରମର ଷ୍ଟେଜ୍ ତଳକୁ ଓହ୍ଲାଇ କଲେ ସମ୍ବର୍ଦ୍ଧିତ
- ମୋଦିଙ୍କ କାର୍ଯ୍ୟକ୍ରମରେ ଭାଷଣ ଦେଲେ ନାହିଁ ମମତା, ପ୍ରତିବାଦ ସ୍ବରୂପ ଭାଷଣ ଦେଲେନାହିଁ
- ସୁରେନ୍ଦ୍ର ସାଏଙ୍କ ଗ୍ରାମ ଖିଣ୍ଡାକୁ ଆଦର୍ଶ ଗ୍ରାମ କରାଯିବ: ଧର୍ମେନ୍ଦ୍ର ପ୍ରଧାନ
- ଚଳିତବର୍ଷର ପ୍ରଥମ ୨୧ ଦିନରେ ୪ ହଜାର ୨୬୭ ଗାଡି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ୍
- ନେତାଜୀ ସୁଭାଷ ବୋଷଙ୍କ ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ୮ କିମି ପଦଯାତ୍ରା
- ମାନବିକତା ଦେଖାଇଲେ ମନ୍ତ୍ରୀ ଟୁକୁନି ସାହୁ
- ପୁଣି ଆଉ ୩ ଦିନିଆ ରିମାଣ୍ଡରେ ଗଲା କିଡନୀ ଠକ ହିମାଂଶୁ ନନ୍ଦ
- କଟକ ଖାନନଗରରେ ନେତାଜୀ ବସ ଟର୍ମିନାଲର ଶିଳନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
- ବ୍ରହ୍ମପୁର: ଚେକିଂ ନାଁରେ ପୋଲିସର ଦାଦାଗିରି
- ରାଜ୍ଯରେ ଆଜି ୧୩୦ କରୋନା ପଜିଟିଭ୍ ଚିହ୍ନଟ