Odisha News
.

ସବ୍‌କା ସାଥ+ ସବ୍‌କା ବିକାଶ + ସବ୍‌କା ବିଶ୍ୱାସ = ବିଜୟୀ ଭାରତ : ଆଜି ମୋଦିଙ୍କ ପ୍ରଥମ ଟୁଇଟ୍

ଜାରି ରହିଛି ମତଗଣନା । ସାମ୍ନାକୁ ଆସିଛି ଜନତାଙ୍କ ନିଷ୍ପତ୍ତି । ଦେଶରେ ପୁଣି ଥରେ ଦେଖିବାକୁ ମିଳିଛି ମୋଦି ଲହର୍ । ପୁଣି ଥରେ ମନ ଜିଣିଛନ୍ତି ମୋଦି । ଆଉ ପୁଣିଥରେ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ବାଛିଛନ୍ତି ଦେଶବାସୀ । ଚାଲିଥିବା ଟ୍ରେଣ୍ଡ୍ ଅନୁସାରେ ବିଜେପି ୩୪୬, କଂଗ୍ରେସ୍ ୯୨ ଏବଂ ଅନ୍ୟାନ୍ୟ ୧୦୪ ଭୋଟରେ ଆଗୁଆ ଅଛନ୍ତି । ବାରଣାଣୀରେ ସମାଜବାଦୀ ପାର୍ଟୀ ନେତ୍ରୀ ଶାଳିନୀ ଯାଦବ ଓ କଂଗ୍ରେସର ଅଜୟ ରାୟଙ୍କୁ ପରାସ୍ତ କରି ସାଢ଼େ ୪ ଲକ୍ଷ ବ୍ୟବଧାନରେ ମୋଦି ବିଜୟୀ ହୋଇଛନ୍ତି । ସେହିପରି ଗାନ୍ଧୀନଗରରେ ୮ ଲକ୍ଷରୁ ଅଧିକ ଭୋଟ୍ ପାଇ ବିଜୟୀ ହୋଇଛନ୍ତି ବିଜେପି ଚାଣକ୍ୟ ଅମିତ୍ ଶାହା ।

ତେବେ ମୋଦି ପୁଣିଥରେ ୨୦୧୪ର ଟୁଇଟକୁ ଦୋହରାଇଛନ୍ତି । ଟୁଇଟ କରି କହିଛନ୍ତି ‘‘ସବ୍‌କା ସାଥ+ ସବ୍‌କା ବିକାଶ + ସବ୍‌କା ବିଶ୍ୱାସ = ବିଜୟୀ ଭାରତ ’’

Leave A Reply

Your email address will not be published.