ପାଇଲଟ୍‌ଙ୍କୁ କରୋନା ଜଣା ପଡ଼ିବା ପରେ ମଝି ଆକାଶରୁ ଫେରାଇ ଅଣାଗଲା ଏୟାର ଇଣ୍ଡିଆ ବିମାନ, ଦିଲ୍ଲୀରୁ ବିମାନ ଯାଉଥିଲା ମସ୍କୋ

ନୂଆଦିଲ୍ଲୀ : ଏକ ଅଭାବନୀୟ ଘଟଣା କ୍ରମେ ନୂଆଦିଲ୍ଲୀରୁ ମସ୍କୋ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନକୁ ମଝି ଆକାଶରୁ ଫେରାଇ ନିଆଯାଇଛି । ନୂଆଦିଲ୍ଲୀରୁ ବିମାନଟି ଛାଡ଼ିବା ପରେ ବିମାନର ପାଇଲଟ୍‌ଙ୍କୁ କରୋନା ପଜେଟିଭ୍‌ ହୋଇଥିବା ଜଣାପଡ଼ିଥିଲା ।  ଫଳରେ ପୋଟୋକଲ୍‌ ଅନୁଯାୟୀ ମଝି ଆକାଶୁ ବିମାନକୁ ଫେରାଇ ନିଆଯାଇଛି ।

ଉଜ୍‌ବେକିସ୍ଥାନରେ ଫସି ରହିଥିବା ପ୍ରବାସୀଙ୍କୁ ଆଣିବା ପାଇଁ ଶନିବାର ସକାଳେ VT-EXR ଏୟାର ଇଣ୍ଡିଆର ବିମାନ ନୂଆଦିଲ୍ଲୀରୁ ମସ୍କୋ ଉଡାଣ ଭରିଥିଲା । ବିମାନଟି ଅଧାବାଟ ଯିବା ପରେ ଉକ୍ତ ବିମାନର ପାଇଲଟ୍‌ଙ୍କୁ କରୋନା ହୋଇଥିବା ଜଣା ପଡ଼ିଥିଲା ।

flight

ପୋଟୋକଲ୍‌ ଅନୁଯାୟୀ ବିମାନରେ ଯିବାକୁ ଥିବା ସମସ୍ତଙ୍କର କରୋନା ଟେଷ୍ଟ ବାଧ୍ୟତାମୂଳକ କରାଯାଇଥିଲା । ହେଲେ ପାଇଲଟ୍‌ଙ୍କ ରିପୋର୍ଟରେ ଭୁଲ୍‌ ବଶତଃ ପଜେଟିଭ ସ୍ଥାନରେ ନେଗେଟିଭ୍‌ ଲେଖି ହୋଇଯାଇଥିଲା ।

ବିମାନ ନୂଆଦିଲ୍ଲୀ ଛାଡ଼ିବା ପରେ ପାଇଲଟ୍‌ଙ୍କର ରିପୋର୍ଟ ପଜେଟିଭ୍‌ ଥିବା ଘୋଷଣା କରାଯାଇଥିଲା । ଫଳରେ ପାଇଲଟ୍‌ଙ୍କୁ ମଝି ଆକାଶରୁ ଫେରିବାକୁ କୁହାଯାଇଥିଲା । ବିମାନ ୧୨ ଟା ୪୫ରେ ଦିଲ୍ଲୀରେ ପହଞ୍ଚିବା ପରେ ପାଇଲଟ୍‌ଙ୍କ ସହ ସବୁ ଯାତ୍ରୀଙ୍କୁ କ୍ୱାରେଣ୍ଟାଇନରେ ନିଆଯାଇଛି ।

ବିମାନଟିକୁ ସମ୍ପୂର୍ଣ୍ଣ ରୂପେ ସାନିଟାଇଜ କରାଯାଇଛି । ଆଜି ଆଉ ଏକ ବିମାନରେ ଯାତ୍ରୀମାନଙ୍କୁ ପଠାଯିବ ବୋଲି ଏୟାର ଇଣ୍ଡିଆ ପ୍ରକାଶ କରିଛି  ।ପ୍ରକାଶଯୋଗ୍ୟ ଯେ ବିଦେଶରେ ଫସି ରହିଥିବା ପ୍ରବାସୀମାନଙ୍କୁ ଫେରାଇ ଆଣିବା ପାଇଁ ସରକାର ବନ୍ଦେ ଭାରତ ବିମାନ ଅଭିଯାନ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.