ଗ୍ୟାସ୍‌ ପାଇଁ ଆପଣଙ୍କ ପେଟ ଫୁଲିଯାଉଛି କି ? ତେବେ ଆରାମ ପାଇଁ ତୁରନ୍ତ ଆପଣାନ୍ତୁ ଏହି ଉପାୟ

ପେଟରେ ଗ୍ୟାସ୍‌ ହେବା ଏକ ସାଧାରଣ କଥା। କିନ୍ତୁ ଏହି କାରଣରୁ ଶୋଇବାରେ ଯେଉଁ ଅସୁବିଧା ହୋଇଥାଏ ତାହା ବହୁତ ଯନ୍ତ୍ରଣାଦାୟକ। ଗ୍ୟାସ ଭୟଙ୍କର ଭାବରେ ମୁଣ୍ଡକୁ ଚଢ଼ିଗଲେ ବାନ୍ତି ମଧ୍ୟ ହୋଇଥାଏ। ଯଦି ଆପଣଙ୍କର ଗ୍ୟାସ ହେଉଛି ତାହେଲେ ଦେଶୀ ଔଷଧ ବଦଳରେ କିଛି ଘରୋଇ ଉପାୟ ଜରିଆରେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।

ଗ୍ୟାସ୍‌ ହେବା ଦ୍ୱାରା ପେଟ ଫୁଲିଯାଇଥାଏ ଏବଂ ପାଚନ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇଥାଏ। ଯଦି ଆପଣଙ୍କୁ ଅଧିକ ଗ୍ୟାସ ହେଉଛି, ତାହେଲେ ଏହାକୁ ଆଦୈା ବି ହାଲକାରେ ନିଅନ୍ତୁ ନାହିଁ। କାହିଁକି ନା ଏହି କାରଣରୁ ଆପଣଙ୍କୁ ବହୁତ ମାରାତ୍ମକ ପେଟ ରୋଗର ସାମ୍ନା କରିବାକୁ ପଡ଼ିପାରେ। ପେଟ ଫୁଲିବା ଏବଂ ଗ୍ୟାସ ହେବା ସମସ୍ୟାରେ ଆପଣ ଘରୋଇ ଉପଚାର ଦ୍ୱାରା ଚିକିତ୍ସା କରିପାରିବେ। ଯାହା ଆପଣଙ୍କୁ ତୁରନ୍ତ ଆରାମ ଦେବ। ତାହେଲେ ଆସନ୍ତୁ ଜାଣିବା କ’ଣ ଏହି ଉପାୟ।

gasଯଦି ଆପଣଙ୍କର ଗ୍ୟାସ ସମସ୍ୟା ରହିଥାଏ, ତାହେଲେ ଆପଣଙ୍କୁ ପ୍ରତିଦିନ ଖାଲି ପେଟରେ ଏକ ଚାମଚ ବେକିଙ୍ଗ୍ ସୋଡାରେ ଲେମ୍ବୁ ରସ ମିଶାଇ ପିଇବା ଉଚିତ। ଏହାକୁ ପିଇବାର ତୁରନ୍ତ ପରେ ଗ୍ୟାସ ସମସ୍ୟା ଠାରୁ ଆରାମ ମିଳିପାରିବ।

ହେଙ୍ଗୁ ଖାଦ୍ୟର ସ୍ୱାଦକୁ ବଢ଼ାଇବା ସହିତ ଗ୍ୟାସ ସମସ୍ୟାକୁ ବହୁତ ମାତ୍ରାରେ ଦୂର କରିଥାଏ। ଆପଣ ଏକ ଗ୍ଲାସ ଗରମ ପାଣିରେ ହେଙ୍ଗୁ ମିଶାଇ ପିଅନ୍ତୁ। ଏହାଦ୍ୱାରା ଆପଣଙ୍କର ଗ୍ୟାସ୍‌ ସମସ୍ୟା ଦୂର ହୋଇଯିବ। ଏହିଭଳି ଦିନରେ ପ୍ରାୟ ଦୁଇ ରୁ ତିନି ଥର ହେଙ୍ଗୁ ପିଅନ୍ତୁ।

ଗୋଲମରୀଚ ମଧ୍ୟ ଗ୍ୟାସ୍‌ ସମସ୍ୟାକୁ ଦୂର କରିବାରେ ବେଶ୍ ସହାୟକ ହୋଇଥାଏ। ଗୋଲମରିଚ ଖାଇବା ଦ୍ୱାରା ନା କେବଳ ଗ୍ୟାସ ସମସ୍ୟା ଠାରୁ ଆରାମ ମିଳିଥାଏ ବରଂ ଏହାଦ୍ୱାରା ହଜମ ପ୍ରକ୍ରିୟା ମଧ୍ୟ ଠିକଠାକ୍ ହୋଇଥାଏ। ପେଟରେ ଗ୍ୟାସ୍‌ ହେବା ଦ୍ୱାରା ଆପଣ କ୍ଷୀରରେ ଗୋଲମରିଚ ମିଶାଇ ପିଇପାରିବେ।

golmarichaଡାଲଚିନି ଖାଇବା ଦ୍ୱାରା ମଧ୍ୟ ଗ୍ୟାସ ସମସ୍ୟା ଦୂର ହୋଇଥାଏ। ଆପଣ ଗ୍ୟାସ ସମସ୍ୟାରେ ଡାଲଚିନିକୁ ପାଣିରେ ଫୁଟାଇ ପିଅନ୍ତୁ। ପ୍ରତିଦିନ ସକାଳୁ ଖାଲି ପେଟରେ ଡାଲଚିନି ପାଣି ସେବନ କରନ୍ତୁ। ଯଦି ଆପଣଙ୍କୁ ଏହାର ସ୍ୱାଦ ଭଲ ନଲାଗୁଥାଏ ତାହେଲେ ଆପଣ ଏଥିରେ ମହୁ ମଧ୍ୟ ମିଶାଇ ପିଇପାରିବେ।

ରସୁଣ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଗ୍ୟାସ ସମସ୍ୟାରେ ରସୁଣ ଖାଇବା ବହୁତ ଲାଭଦାୟକ ହୋଇଥାଏ। ଯେତେବେଳେ ଆପଣଙ୍କ ପେଟରେ ଗ୍ୟାସ୍‌ ହୋଇଯାଏ ସେତେବେଳେ ଆପଣ ରସୁଣକୁ ଜିରା ସହିତ ଫୁଟାଇ ପିଅନ୍ତୁ। ଏହାକୁ ଦିନରେ ଦୁଇ ଥର ପିଅନ୍ତୁ, ଦେଖିବେ ଆପଣଙ୍କ ଗ୍ୟାସ୍‌ ସମସ୍ୟା ଦୂର ହୋଇଯିବ।

Leave A Reply

Your email address will not be published.