ଯଶିପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କମଳାକାନ୍ତ ନାୟକଙ୍କ ହୃଦଘାତରେ ପରଲୋକ

ଯଶିପୁର(କେ ନ୍ୟୁଜ): ମୟୁରଭଞ୍ଜ ଜିଲ୍ଲା ଯଶିପୁରର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କମଳାକାନ୍ତ ନାୟକଙ୍କର ଆଜି ପରଲୋକ ଘଟିଛି । ସେ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍) ଚାକିରୀରୁ ସ୍ଵେଚ୍ଛାକୃତ ଅବସର ନେବା ପରେ ବିଜୁ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ୧୯୯୬ ମସିହାରେ ରାଜନୀତିରେ ଯୋଗଦେଇ ପ୍ରଥମେ ଜନତା ଦଳରୁ ପ୍ରାର୍ଥୀ ହୋଇଥିଲେ । ୨୦୦୪ ରେ ସ୍ଵାଧୀନ ପ୍ରାର୍ଥୀ ରୂପେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । ଏହାପରେ ବିଜୁ ଜନତା

ଦଳ ପକ୍ଷରୁ ୨୦୦୯ ରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହି ଆସନରୁ ସେ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ବିଧାୟକ ଥିଲେ । ଆଜି ସକାଳେ କେନ୍ଦୁଝର ଜିଲ୍ଲାର ମୁଖ୍ୟ ଚିକିତ୍ସାଲୟରେ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି । କିଛି ଦିନ ହେବ ସେ ବିଜେଡି ଛାଡି ବିଜେପି ଦଳରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.