Odisha News

କଟକ, ଆଇନ ମାନିଲେନି ଆଇନଜୀବୀ

କଟକ (କେନ୍ୟୁଜ୍) : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମାନିଲେ ନାହିଁ ହାଇକୋର୍ଟ ବାର ଆସୋସିଏସନ ଓକିଲ। ନିର୍ଦ୍ଦେଶ ସତ୍ୱେ କାର୍ଯ୍ୟରେ ଯୋଗ ଦେଲେ ନାହିଁ। ବରଂ ପାଲଟା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କଟକରେ ପୋଲିସ ଆକ୍ରମଣ ଘଟଣାରେ ଆଇନଜୀବୀଙ୍କ ଆନ୍ଦୋଳନ ଆସନ୍ତା ବୁଧବାର ଯାଏଁ ଜାରି ରହିବ ବୋଲି କହିଛନ୍ତି ହାଇକୋର୍ଟ ବାର୍ ଆସୋସିସିଏନ୍ ସମ୍ପାଦକ ସତ୍ୟବ୍ରତ ମହାନ୍ତି । ଆସନ୍ତା ୩ ତାରିଖରେ ବାର୍ ଆସୋସିଏସନ୍ ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ । ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନକୁ କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରିବାକୁ ଗତକାଲି ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ।

strike1ମହକିଲମାନେ ଯେପରି ହଇରାଣ ହରକତ ନହୁଅନ୍ତି ସେଥିପାଇଁ କୋର୍ଟ କାର୍ଯ୍ୟ ସ୍ୱାଭାବିକ କରିବାକୁ କୁହାଯାଇଥିଲା । ଅଭିଜିତ ଆୟର ମିତ୍ରଙ୍କ ରିଟ୍ ପିଟିସନ ଉପରେ ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ। ଆଡଭୋକେଟ୍ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ଅଗଷ୍ଟ ୨୮ରେ ପୋଲିସ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଆଇନଜୀବୀମାନେ ଅଗଷ୍ଟ ୨୯ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି ।

Loading...

Leave A Reply

Your email address will not be published.