Sabuthi Sabubele Hata Muthare Khabar

ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ରି-ପେଡ୍ ଅଟୋ ସର୍ଭିସ ସେବା ଆରମ୍ଭ

ଭୁବନେଶ୍ବର (କେନ୍ୟୁଜ୍) : ଆଜିଠୁ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦର ଟର୍ମିନାଲ-୧ରେ ପ୍ରି-ପେଡ୍ ଅଟୋ ସର୍ଭିସ ସେବା ଆରମ୍ଭ ହୋଇଛିା କମିଶନରେଟ ପୋଲିସ ପକ୍ଷରୁ ସମସ୍ତ ସୁବିଧା ଓ ସୁଯୋଗ ଯୋଗାଇ ଦିଆଯାଇଛି । ଆଜି ପୋଲିସ କମିଶନର ସତ୍ୟଜିତ ମହାନ୍ତି ,ଏୟାରପୋର୍ଟ ନିର୍ଦ୍ଦେଶକ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତ ଥିଲେ ।

ଯାତ୍ରୀମାନେ ଏହି ସେବା ଦ୍ୱାରା ଉପକୃତ ହେବେ । ଏୟାରପୋର୍ଟ ଟାକ୍ସି ଆସୋସିଏସନ ଓ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆଙ୍କ ସାହାଯ୍ୟ ଓ ସହଯୋଗରେ ଏହି ସେବା ଆରମ୍ଭ ହୋଇଛି। ୨୪ ଘଣ୍ଟା ଜଣେ ପୋଲିସ କର୍ମଚାରୀ ଓ ଟ୍ୟାକ୍ସି ଆସୋସିଏସନର କର୍ମଚାରୀ ଉପସ୍ଥିତ ରହିବେ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର । ଯାତ୍ରୀମାନଙ୍କ ସୁବିଧା ପାଇଁ ରେଟ୍ ଚାର୍ଟ ମଧ୍ୟ ଲଗାଯାଇଛି ।

 

Leave A Reply

Your email address will not be published.