Sabuthi Sabubele Hata Muthare Khabar

୧୫,୦୦୦ରୁ ବି କମ ମୂଲ୍ୟରେ ଲଞ୍ଚ ହେବାକୁ ଯାଉଛି Realme Narzo 10, ଜାଣନ୍ତୁ କଣ ରହିଛି ଏହି ସ୍ମାର୍ଟଫୋନର ଖାସିୟତ

ରିୟଲମି ଭାରତରେ ବହୁତ ଜଲଦି ନୂଆ ମୋବାଇଲ ସିରିଜ ଲଞ୍ଚ କରିବାକୁ ଯାଉଛି। ସୂଚନା ମୁତାବକ ରିୟଲମି ଆସନ୍ତା ୨୬ ମାର୍ଚ୍ଚରେ ଭାରତରେ Realme Narzo ସିରିଜ୍‌ ଲଞ୍ଚ କରିବ, ଯାହାଦ୍ୱାରା Realme Narzo 10 ଏବଂ Narzo 10A ଦୁଇଟି ସ୍ମାର୍ଟଫୋନ ଲଞ୍ଚ କରାଯିବ। ଏହି ଦୁଇଯି ଫୋନ ବିଷୟରେ କମ୍ପାନୀ ପୂର୍ବରୁ ସୂଚନା ଦେଇଛି। Realme Narzo 10 ସିରିଜ୍‌ ଫୋନରେ 5000mAh ବ୍ୟାଟେରୀ ରହିବ, ଯାହା ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିବ। ଲିକ୍‌ ହୋଇଥିବା ରିପୋର୍ଟ ଅନୁଯାୟୀ Realme Narzo 10 ସିରିଜ୍‌ ଫୋନରେ ମିଡିୟାଠେଟକ୍‌ ହିଲିୟୋ G80 ପ୍ରୋସେସର ପାଇପାରିବେ। ଏଥିସହ ଶୁଣିବାକୁ ମିଳିଛି Realme Narzo 10 ସିରିଜ୍‌ ର ମୂଳ୍ୟ ଭାରତରେ ୧୫,୦୦୦ ଟଙ୍କାରୁ କମ ହୋଇପାରେ।

realme-narzo-10-Realme Narzo 10 ସିରିଜ୍‌ର ଖାସିୟତ

Realme Narzo 10କୁ ନେଇ ଖବର ଆସିଛି ଏହି ଫୋନରେ ୬.୫ଇଞ୍ଚର ଓ୍ଵାଟରଡ୍ରପ ନଞ୍ଚ ଡିସପ୍ଲେ ପାଇପାରିବେ। ଏହାବ୍ୟତୀତ ଫୋନରେ ଚାରଟି ରିୟର କ୍ୟାମେରା ରହିଛି। ଯେଉଁଥିରେ ମୁଖ୍ୟ କ୍ୟାମେରା ୪୮ ମେଗାପିକ୍ସଲ ରହିବ। ଫୋନରେ 5000mAh ର ବ୍ୟାଟେରୀ ରହିଛି, ଯାହା ଫାଷ୍ଟ ଚାର୍ଜିର୍ଂକୁ ସପୋର୍ଟ କରିବ। ସେହିଭଳି Realme Narzo 10A ରେ ଟ୍ରିପଲ ରିୟର କ୍ୟାମେରା ସେଟଅପ୍‌ ମିଳିବ। ଏଥିରେ ହିଲିୟୋ G80 ପ୍ରୋସେସର ମଧ୍ୟ ରହିଛି। ଫୋନରେ ଆଣ୍ଡ୍ରୋଏଡ ୧୦ ଆଧାରିତ ରିୟଲମି ୟୁଆଇ ପାଇପାରିବେ। ଏହି ଫୋନରେ ୪ଜିବି ର‍୍ୟାମ ସହ ୬୪ଜିବି ର ଷ୍ଟୋରେଜ୍‌ ଉପଲବ୍ଧ ରହିଛି।

Leave A Reply

Your email address will not be published.