ରିଲାୟନ୍ସ ଜିଓର ଡାଇରେକ୍ଟର ଭାବେ ଦାୟିତ୍ୱ ଗ୍ରହଣ କଲେ ଅନନ୍ତ ଅମ୍ବାନୀ, ଜାଣନ୍ତୁ ତାଙ୍କ ବିଷୟରେ

ଏସିଆ ତଥା ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ନିଜ ସାନ ପୁଅ ଅନନ୍ତ ଅମ୍ବାନୀଙ୍କୁ ରିଲାୟନ୍ସ ଜିଓରେ ଆଡିସନାଲ ଡାଇରେକ୍ଟର ଭାବେ ନିଯୁକ୍ତ କରିଛନ୍ତି। ଦାଦା ଧୀରୁଭାଇ ଅମ୍ବାନୀଙ୍କ ଜୟନ୍ତୀ ଅବସରରେ ‘ରିଲାୟନ୍ସ ମେରି ଜାନ୍‌’ ନାରା ଦେଇଥିବା ୨୫ ବର୍ଷୀୟ ଅନନ୍ତଙ୍କୁ ଲକ୍‌ଡାଉନ୍‌ ପୂର୍ବରୁ ହିଁ ଏହି ଦାୟିତ୍ୱ ଦିଆଯାଇଥିଲା, କିନ୍ତୁ ଏହି ଖବର ଏବେ ସାମ୍ନାକୁ ଆସିଛି। ଆସନ୍ତୁ ଜାଣିବା ଅନନ୍ତ ଅମ୍ବାନୀଙ୍କ ବିଷୟରେ…

Anant Ambani Wiki, Biography, Weight, Height, Age, Family - News Bugz

ମୁକେଶ ଅମ୍ବାନୀଙ୍କ ତିନି ସନ୍ତାନ ମଧ୍ୟରୁ ଅନନ୍ତ ସବୁଠୁ ସାନ। ତାଙ୍କୁ ପ୍ରଥମେ ରିଲାୟନ୍ସରେ କାମ କରିବା ସୁଯୋଗ ମିଳିଥିଲା। ତାଙ୍କୁ ୨୦୧୪ ମସିହାରେ ବଡ଼ ଭାଇ ଆକାଶ ଓ ଭଉଣୀ ଈଶାଙ୍କ ସହ ରିଲାୟନ୍ସ ଗ୍ରୁପ୍‌ର ଟେଲିକମ୍‌ ଓ ରିଟେଲ ବ୍ୟବସାୟରେ ଡାଇରେକ୍ଟର ଭାବେ ଦାୟିତ୍ୱ ମିଳିଥିଲା। ରିଲାୟନ୍ସ ଫାଉଣ୍ଡେସନ୍‌ ତରଫରୁ ପ୍ରାୟତଃ ସାମାଜିକ କାର୍ଯ୍ୟରେ ସକ୍ରିୟ ରହୁଥିବା ଅନନ୍ତ ଅମ୍ବାନୀ ଆଇପିଏଲ୍‌ ମ୍ୟାଚ୍‌ରେ ମଧ୍ୟ ମା’ନୀତା ଅମ୍ବାନୀଙ୍କ ସହ ମୁମ୍ବାଇ ଇଣ୍ଡିଆନ୍‌ଙ୍କୁ ଉତ୍ସାହିତ କରିଥାନ୍ତି। ଗତ ଦେଢ଼ ବର୍ଷ ହେବ ତାଙ୍କୁ ଗୁରୁ ଦାୟିତ୍ୱ ପ୍ରଦାନ କରିବାକୁ ପରିବାର ତରଫରୁ ଯୋଜନା କରାଯାଉଥିବା ଜଣାଯାଇଛି।

anant

ଡିସେମ୍ବର ୨୮ ତାରିଖରେ ଦାଦା ଧୀରୁଭାଇ ଅମ୍ବାନୀଙ୍କ ଜୟନ୍ତୀରେ ସମ୍ବୋଧିତ କରିବା ଅବସରରେ ଅନନ୍ତ କହିଥିଲେ ରିଲାୟନ୍ସ ପରିବାର ପାଇଁ କାମ କରିବା ତାଙ୍କ ଜୀବନର ସବୁଠୁ ମହତ୍ତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ। ଅନନ୍ତ କହିଥିଲେ ଯେ ‘ଭାରତକୁ ଦୁନିଆର ପରିବର୍ତ୍ତନ ପାଇଁ ନେତୃତ୍ୱ ନେବା ଆବଶ୍ୟକ ଓ ରିଲାୟନ୍ସ ଏହି ପରିବର୍ତ୍ତନରେ ସବୁଠୁ ଆଗରେ ରହିବା ଦରକାର। ରିଲାୟନ୍ସ ମୋ ଜୀବନ’।

Leave A Reply

Your email address will not be published.