ସୁଶାନ୍ତଙ୍କ ଭଳି ଏଆର ରହମାନ୍‌ଙ୍କୁ ବି ବୟକଟ୍‌ କରିଛନ୍ତି ବଲିଉଡ୍‌ର ଏକ ଗ୍ୟାଙ୍ଗ୍‌, ନିଜେ କଲେ ଖୁଲାସା

ମ୍ୟୁଜିକ୍‌ କମ୍ପୋଜର ଏ ଆର ରହମାନ୍‌ ଏବେ ଦିଲ ବେଚାରାରେ ଦେଇଥିବା ନିଜ ମ୍ୟୁଜିକ୍‌ ପାଇଁ ଚର୍ଚ୍ଚାରେ ଅଛନ୍ତି। ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମରେ ଏ ଆର ରହମାନଙ୍କ ମ୍ୟୁଜିକ୍‌ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ଏ ଆର ରହମାନ୍‌ଙ୍କ ଗୀତ ଖୁଲକେ ଜିନେ କା, ତାରେ ଗିନ୍‌ ଓ ଦିଲ ବେଚାରାର ଟାଇଟଲ୍‌ ଟ୍ରାକ୍‌ ରିଲିଜ୍‌ ହେବା ପରେ ୟୁଟ୍ୟୁବ୍‌ରେ ଧମାଲ ମଚାଇଛି। ନିକଟରେ ହୋଇଥିବା ଏକ ଇଣ୍ଟରଭ୍ୟୁରେ ଏ ଆର ରହମାନ ଖୁଲାସା କରିଥିଲେ ଯେ ବଲିଉଡ୍‌ ତାଙ୍କୁ କାହିଁକି ଅଧିକ ଫିଲ୍ମ ମିଳୁନାହିଁ। ଏଥିସହ ୫ ବର୍ଷ ମଧ୍ୟରେ ତାଙ୍କୁ ମାତ୍ର ୫ଟି ଫିଲ୍ମ ମିଳିଥିବା ସେ କହିଛନ୍ତି।

AR Rahman: 'There is a whole gang working against me' in Bollywood ...

ଏ ଆର୍‌ ରହମାନ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ମୁଁ କେବେ ବି ଭଲ ଫିଲ୍ମକୁ ମନା କରେ ନାହିଁ। କିନ୍ତୁ ମୋତେ ଲାଗୁଛି ଏକ ଗ୍ୟାଙ୍ଗ୍‌ ରହିଛି ଯିଏ ମୋ ବିଷୟରେ ଭୁଲ ଖବର ପ୍ରଚାରିତ କରୁଛି। ମୁକେଶ ଛାବଡ଼ା ମୋ ପାଖକୁ ଆସିବା ପରେ ମୁଁ ମାତ୍ର ୨ ଦିନରେ ତାଙ୍କୁ ୪ଟି ଗୀତ କରିକି ଦେଇଥିଲି। ମୁକେଶ ସେତେବେଳେ ମୋତେ କହିଥିଲେ ‘କିଛି ଲୋକ ମୋତେ ଆପଣଙ୍କ ପାଖକୁ ଆସିବାକୁ ମନା କରୁଥିଲେ ସେମାନେ ମୋତେ କାହାଣୀ ପରେ କାହାଣୀ ଶୁଣାଇଥିଲେ।’ ମୁଁ କହିଥିଲି ମୁଁ ଏହା ଶୁଣିଥିଲି। ଠିକ୍‌ ଅଛି। ମତେ କମ୍‌ କାମ ମିଳିବାର କାରଣ ଜଣାପଡ଼ିଲା। ମୁଁ ଏବେ ଡାର୍କ ଫିଲ୍ମ କରୁଛି କାରଣ ଏବେ ପୂରା ଗ୍ୟାଙ୍ଗ୍‌ ମୋ ବିରୋଧରେ ଲାଗିଛନ୍ତି।

AR Rahman says a gang is spreading false rumours about him in ...

ଏ ଆର ରହମାନ କହିଛନ୍ତି ମୁଁ ଭଲ କାମ କରେ ବୋଲି ଲୋକମାନେ ମୋଠୁ ଆଶା କରୁଛନ୍ତି କିନ୍ତୁ ଗୋଟେ ଦଳ ମୋତେ ଆଗକୁ ଯିବାକୁ ରୋକୁଛି। ଅବଶ୍ୟ ଏହା ଠିକ୍‌। ମୁଁ ଭାଗ୍ୟ ଉପରେ ବିଶ୍ୱାସ କରେ। ଯାହା ବି ଆସେ ଭଗବାନଙ୍କ ଠାରୁ ଆସେ। ଏଣୁ ମୁଁ ମୋ ଫିଲ୍ମ କରେ ଓ ଅନ୍ୟ କାମ କରେ। କିନ୍ତୁ ଯେଉଁମାନେ ମୋ ନିକଟକୁ ଆସୁଛନ୍ତି ସେମାନଙ୍କୁ ସ୍ୱାଗତ କରୁଛି। ସୁନ୍ଦର ଫିଲ୍ମ ତିଆରି କରନ୍ତୁ। ମୋ ନିକଟକୁ ଆସୁଥିବାରୁ ଆପଣଙ୍କୁ ସ୍ୱାଗତ।

Leave A Reply

Your email address will not be published.