Odisha News
.

ଆଯୋଧ୍ୟା ମାମଲାର ରାୟ ଆସିବା ପୂର୍ବରୁ ଉଚ୍ଚସ୍ତରୀୟ ବୈଠକ ଡାକିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଟ୍ଵିଟ୍ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ :ଆଜି ଆସିବ ଆଯୋଧ୍ୟା ମାମଲାର ରାୟ । ଦିନ ୧୦ଟା ୩୦ରେ ସୁପ୍ରିମକୋର୍ଟ ରାୟ ଶୁଣାଇବା ସମ୍ଭାବନା ରହିଛି । ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ରାୟ ଶୁଣାଇବେ । ରାୟ ଆସିବା ପୂର୍ବରୁ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଓ ପୋଲିସ ଡିଜିକୁ ବୈଠକକୁ ଡକାଯାଇଛି । ସେପଟେ ରାୟ ଆସୁଥିବାରୁ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ସବୁ ସ୍କୁଲ ବନ୍ଦ କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ମୁତୟନ ହୋଇଛନ୍ତି ହଜାର ହଜାର ସୁରକ୍ଷା କର୍ମୀ ।

yogiରାଜ୍ୟ ପୋଲିସ ସହ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟ ମୁତୟନ ହୋଇଛନ୍ତି । ସେପଟେ ରାୟକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟକୁ ସତର୍କ ରହିବା ପାଇଁ କହିଛି । ଭାଷଣ ଓ ଧାରଣା ପ୍ରଦର୍ଶନ ଉପରେ କଟକଣା ଜାରି କରାଯାଇଛି । ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କୁ କଡ଼ା ତାଗିଦ୍ କରିଛନ୍ତି ପ୍ରଧାନମନ୍ତ୍ରୀ । ଟିଭି ଆଲୋଚନାରେ ଭାଗ ନେବେନି ବିଜେପି ମୁଖପାତ୍ର । ଅଯୋଧ୍ୟା ମାମଲାର ରାୟ ପରେ ଦେଶରେ ଶାନ୍ତି ବଜାୟ ରଖିବାକୁ ସବୁ ପ୍ରକାର ପ୍ରୟାସ କରାଯାଉଛି । ଦେଶରେ ଶାନ୍ତି ଶୃଙ୍କଳା ଯେମିତି ବ୍ୟାହତ ନହେବ ସୋସିଆଲ ମିଡିଆ ଉପରେ ନଜର ରଖିବାକୁ ବିଶେଷ ଧ୍ୟାନ ଦିଆଯାଇଛି । ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ।

modiଅନ୍ୟପଟେ ଅଯୋଧ୍ୟା ରାୟ ଆସିବା ପୂର୍ବରୁ ଟ୍ଵିଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କହିଛନ୍ତି ଅଯୋଧ୍ୟା ଉପରେ ସୁପ୍ରିମକୋର୍ଟଙ୍କ ଯାହା ବି ରାୟ ଆସୁ ତାହା କାହାର ଜୟ କି ପରାଜୟ ନୁହଁ। ଦେଶବାସୀଙ୍କୁ ଅପିଲ କରି କହିଛନ୍ତି, ଆମ ସମସ୍ତଙ୍କର ଏହା ପ୍ରାଥମିକତା ହେବା ଉଚିତ, ଏହି ରାୟ ଭାରତର ଶାନ୍ତି, ଏକତା ଓ ସଦ୍‌ଭାବନର ମହାନ ପରମ୍ପରାକୁ ଶକ୍ତି ପ୍ରଦାନ କରିବ।

Loading...

Leave A Reply

Your email address will not be published.