ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି LG K 31 ସ୍ମାର୍ଟଫୋନ, ଜାଣନ୍ତୁ ଏହାର ସମ୍ଭାବିତ ଦର ଓ ସ୍ପେସିଫିକେସନ

କୋରିଆନ କମ୍ପାନୀ ଏଲଜି (LG )K ସିରିଜର ଲାଟେଷ୍ଟ ସ୍ମାର୍ଟଫୋନ କେ 31କୁ ବିଶ୍ୱ ସ୍ତରରେ ଲଞ୍ଚ କରିବା ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି  । ନିକଟରେ ହିଁ ଏହି ସ୍ମାର୍ଟଫୋନର କେତେକ ରିପୋର୍ଟ ସୋସିଆଲ ମିଡ଼ିଆ ପ୍ଲାଟ୍ଫର୍ମରେ ଲିକ ହୋଇଛି  । ଯେଉଁଥିରୁ କମ୍ପାନୀ ପକ୍ଷରୁ ଫୋନ ପାଇଁ ରଖାଯିବାକୁ ଥିବା ସମ୍ଭାବିତ ଦର ଓ ଫିଚର ବିଷୟରେ କିଛି ସୂଚନା ମିଳିପାରିଛି  । ଏହି ସ୍ମାର୍ଟଫୋନର କିଛି ସ୍ପେସିଫିକେସନ ବିଷୟରେ ଜାଣିରଖିବା  ।

ଗୁଗୁଲ ପ୍ଲେ କନସୋଲ ସାର୍ଟିଫିକେସନ ସାଇଟ ଅନୁଯାୟୀ, ଏହି ସ୍ମାର୍ଟ ଫୋନରେ ଗ୍ରାହକ ମାନଙ୍କୁ ୨ ଜିବି ରାମ ଓ ମିଡ଼ିଆଟେକ ହିଲିଓ ପି- ୨୨ ଚିପସେଟର ସପୋର୍ଟ ବି ଦିଆଯାଇଛି । ସାମ୍ନାକୁ ଆସିଥିବା ଏକ ମିଡ଼ିଆ ରିପୋର୍ଟ ଅନୁଯାୟୀ, ୟୁଜର୍ସ ମାନଙ୍କୁ ଏଲଜି କେ 31 ସ୍ମାର୍ଟଫୋନରେ ଏଚଡ଼ି ପ୍ଲସ ରିଜୋଲୁସନ ଡିଷ୍ପ୍ଲେ ଓ ଆଣ୍ଡ୍ରଏଡ଼ ୧୦ ର ସପୋର୍ଟ ବି ମିଳି ଯାଇପାରିବ । ଏହା ସହ କମ୍ପାନୀ ତରଫରୁ ଏହି ଡ଼ିଭାଇସରେ ରିୟର କ୍ୟାମେରା ସୁବିଧା ଦିଆଯାଇଛି ।

lg smartphon

ନିଜର ଏହି ଲାଟେଷ୍ଟ ସ୍ମାର୍ଟ ଫୋନର ଦର କମ୍ପାନୀ ମିଡ଼ରେଞ୍ଜରେ ରଖିବ ବୋଲି ଜଣାଯାଇଛି । କିନ୍ତୁ କମ୍ପାନୀ ଏବେ ଯାଏଁ ସ୍ମାର୍ଟ ଫୋନର ଦର ଓ ଲଂଚିଙ୍ଗ ତାରିଖକୁ ନେଇ କୌଣସି ପ୍ରକାର ଖୁଲାସା କରିନାହିଁ । ସୂଚନା ଦେବା ଯୋଗ୍ୟକି, ଏହା ପୂର୍ବରୁ କମ୍ପାନୀ ତରଫରୁ ଲଞ୍ଚ କରାଯାଇଥିବା ଏଲଜି ଭେଲବେଟ ସ୍ମାର୍ଟଫୋନର ମୂଲ୍ୟ ପାଖାପାଖି ୫୫,୯୦୦ ଟଙ୍କା ରଖାଯାଇଥିଲା ।

ଏଲଜି ଭେଲବେଟରେ ୬.୮ ଇଞ୍ଚର ଓ଼ଲ୍ଡି ଏଫଏଚଡ଼ି ପ୍ଲସ ଡିଷ୍ପ୍ଲେ ଦିଆଯାଇଛି । ଏହାବାଦ ଭଲ ପରଫରମାନ୍ସ ପାଇଁ କ୍ଵାଲକମ ସ୍ନାପଡ୍ରାଗନ ୭୬୫ ଜି ଚିପସେଟ ସହ ୮ ଜିବି ରାମ ଓ ୧୨୮ ଜିବି ଷ୍ଟୋରେଜ ସୁବିଧା ବି ଦିଆଯାଇଛି । ଏହି ଆଣ୍ଡ୍ରଏଡ଼ ସ୍ମାର୍ଟଫୋନ ୧୦ ଆଉଟ ଅଫ ଅପରେଟିଙ୍ଗ ସିଷ୍ଟମ ଉପରେ ହିଁ କାମ କରିଥାଏ । ୟୁଜରଙ୍କୁ ଏଥିରେ ଟ୍ରିପଲ ରିୟାର ସେଟଅପର ସୁବିଧା ବି ମିଳିଯାଇପାରିବ । ଯେଉଁଥିରେ ୪୮ ମେଗା ପିକଶାଲର ପ୍ରାଇମେରୀ ସେନ୍ସର, ୮ ମେଗା ପିକଶାଲର ୱାଇଡ ଆଙ୍ଗଲ , ୫ ମେଗା ପିକଶାଲର ଡେ଼ପଥ ସେନ୍ସରର ସୁବିଧା ବି ମିଳିବ । ଏଲଜି ଦ୍ୱାରା ଲଞ୍ଚ ହୋଇଥିବା ଏହି ସ୍ମାର୍ଟଫୋନରେ 4,300 ଏମଏଏଚର ବ୍ୟାଟେରୀ ସୁବିଧା ବି ଦିଆଯାଇଛି ।

Leave A Reply

Your email address will not be published.