ଗଜପତି: ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଥାନାର ଚିନ୍ତାପଲ୍ଲୀ ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ରକରି ସାନ ଭାଇ ନେଇଛି ବଡ ଭାଇର ଜୀବନ। ମୃତ ବଡଭାଇଙ୍କ ନାମ ସୁନ୍ଦର ବେହେରା ବୋଲି ଜଣା ପଡିଛି। ଜମିବାଡି ବିବାଦକୁ ନେଇ ମୃତ ସୁନ୍ଦରଙ୍କ ଭାଇ ତାରକେଶ୍ବର ବେହେରା ପ୍ରବଳ ମଦ୍ୟପାନ କରି ଗଣ୍ଡଗୋଳ କରିଥିଲେ ଓ ପରେ ଉତ୍ୟକ୍ତ ହେଇ ଟାଙ୍ଗିଆରେ ବଡ ଭାଇର ବେକକୁ ଆକ୍ରମଣ କରିଥିଲେ। ଫଳରେ ଘଟଣା ସ୍ଥଳରେ ସୁନ୍ଦରଙ୍କ ପ୍ରାଣବାୟୂ ଉଡିଯାଇଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତନାଘନା କରିବା ସହ ହତ୍ୟାକାରୀ ସାନଭାଇ ତାରକେଶ୍ବରକୁ ଗିରଫ କରିଛି।
Trending
- ଆଜି ରାଜ୍ୟରୁ ସୁସ୍ଥ ହେଲେ ୨୨୮ ଜଣ କରୋନା ଆକ୍ରାନ୍ତ
- ଶୁଭ୍ରା କୁଣ୍ଡୁଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ ଆବେଦନ କଲା ସିବିଆଇ
- ଗିରଫ ହେଲେ ଦୁଇ ନକଲି ସର୍ପ ବ୍ୟବସାୟୀ
- ଜୟପୁର: କେନାଲକୁ ପଶିଗଲା କାର, ୨ ଜଣଙ୍କୁ ଉଦ୍ଧାର କଲେ ଅଗ୍ନିଶମ ଅଧିକାରୀ
- ଶାସ୍ତ୍ରୀୟ କଣ୍ଠଶିଳ୍ପୀ ଗୁଲାମ ମୁସ୍ତାଫାଙ୍କ ପରଲୋକ
- କିଡ଼ନୀ ଠକ ହିମାଂଶୁ ଅଫିସରେ ପୋଲିସ ରେଡ଼
- ରାଉରକେଲା: ପିକନିକ କରୁଥିବା ବେଳେ ଶଙ୍ଖ ନଦୀରେ ବୁଡ଼ିଗଲେ ଯୁବକ
- ଭୁବନେଶ୍ୱରରେ ପହଞ୍ଚିଲେ ଶୁଭ୍ରା କୁଣ୍ଡୁ
- ପୁରୀ: ଦୁଇ ପୋଲିସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ସଦର ଥାନା SI ସସପେଣ୍ଡ ଓ କୃଷ୍ଣପ୍ରସାଦ ASI ଗିରଫ
- କାଲିଠୁ ଖୋଲିବ ଘଟଗାଁ ମା ତାରିଣୀ ମନ୍ଦିର, କୋଭିଡ଼ କଟକଣାରେ ମାନି ଦର୍ଶନ କରିବେ ଭକ୍ତ