Odisha News
.

ଲୋକସଭା ନିର୍ବାଚନ : ଶେଷ ତିନିଟି ପର୍ଯ୍ୟାୟ ଭୋଟିଂ ହୋଇପାରେ ଭୋର ୫ଟାରୁ

ନୂଆଦିଲ୍ଲୀ : ଦେଶରେ ଚାଲିଥିବା ସାଧାରଣ ନିର୍ବାଚନର ଆଉ ତିନିଟି ପର୍ଯ୍ୟାୟ ବାକି ଅଛି । ଆସନ୍ତା ୬, ୧୨ ଓ ୧୯ ତାରିଖରେ ଶେଷ ତିନିଟି ପର୍ଯ୍ୟାୟ ଭୋଟ୍‌ ହେବ । ତେବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ରମଜାନ୍‌ ମାସ ଯୋଗୁଁ ଭୋଟ୍‌ ଗ୍ରହଣ ସମୟକୁ ଆଗୁଆ କରିବା ଲାଗି ଦାବି ହୋଇଥିଲା । ଏ ନେଇ ସୁପ୍ରିମ୍‌ କୋର୍ଟରେ ଆବେଦନ ମଧ୍ୟ କରାଯାଇଥିଲା । ଏହାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ନିର୍ବାଚନ କମିଶନ୍‌ଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ମଧ୍ୟପ୍ରଦେଶ, ବିହାର, ହରିୟାଣା, ଦିଲ୍ଲୀ, ଚଣ୍ଡିଗଡ଼, ଝାଡ଼ଖଣ୍ଡ, ରାଜସ୍ଥାନ ଆଦି ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ବର୍ତ୍ତମାନ ସମୟରେ ଏହିସବୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜରି ରହିଛି । ଏହା ସହିତ ରମଜାନ୍‌ ଉପବାସ ଯୋଗୁଁ ଭୋଟ୍‌ଦାତାଙ୍କ ସୁବିଧା ପାଇଁ ମତଦାନ ପ୍ରକ୍ରିୟା ସକାଳ ୭ଟା ପରିବର୍ତ୍ତେ ଭୋର ୫ଟାରୁ ଆରମ୍ଭ କରିବା ଲାଗି ଆବେଦନ କରାଯାଇଥିଲା । ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ଦୀପକ ଗୁପ୍ତା ଏବଂ ଜଷ୍ଟିସ୍‌ ସଞ୍ଜୀବ ଖନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ନିର୍ବାଚନ କମିଶନ୍‌ଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି ।

 

Loading...

Leave A Reply

Your email address will not be published.