Odisha News

ସ୍ମାର୍ଟଫୋନ କିଣିବା ଅପେକ୍ଷାରେ ଅଛନ୍ତି କି, ଭାରତରେ ଲଞ୍ଚ ହେଲା ଭିଭୋ ଭି୯ ପ୍ରୋ, ଜାଣନ୍ତୁ କଣ ରହିଛି ଫିଚର ଏବଂ ମୂଲ୍ଯ

ନୂଆଦିଲ୍ଲୀ : ଚାଇନା ସ୍ମାର୍ଟଫୋନ୍ ମେକର ଭିଭୋ ଭାରତରେ ଆଜି ଲଞ୍ଚ କରିଛି ଭିଭୋ ଭି୯ ପ୍ରୋ। କମ୍ପାନି ଚଳିତ ବର୍ଷ ମାର୍ଚ୍ଚ ମାସରେ ଭିଭୋ ଭି୯ ଲଞ୍ଚ କରିଥିବା ବେଳେ ଏହା ଭାରତ ବଜାରରେ ବହୁତ ଭଲ ବିକ୍ରି ହୋଇଥିଲା। ତେବେ ଏବେ ଏହାର ଅପଗ୍ରେଡ଼େଟ ଭର୍ସନ୍ ଲଞ୍ଚ କରାଯାଇଛି। ଏଥିରେ କମ୍ପାନି କିଛିଟା ଖାସ ଫିଚରକୁ ଅପଗ୍ରେଡ଼୍ କରୁଛି। ଆସନ୍ତୁ ଜାଣିବା ଏହାର ଫିଚର ଏବଂ ମୂଲ୍ଯ ବିଷୟରେ।

Vivo-V9

ଭିଭୋ ଭି୯ ପ୍ରୋ ସ୍ମାର୍ଟଫୋନରେ କ୍ବାଲକମ୍ ସ୍ନାପଡ଼୍ରାଗୋନ୍ ୬୬୦ ପ୍ରୋସେସର ରହିଥିବା ବେଳେ ୬ଜିବି ରାମ୍  ଏବଂ ୬୪ଜିବି ଷ୍ଟୋରେଜ୍ ରହିଛି। ଏହାର ଡ଼ିସପ୍ଲେ ୬.୩ ଇଞ୍ଚ ଫୁଲ ଏଚଡ଼ି ଡ଼ିସପ୍ଲେ ଦିଆଯାଇଛି। ତେବେ ଏଥିରେ ଫଟୋଗ୍ରାଫି ପାଇଁ ଡ଼ୁଆଲ ରିଅର କ୍ଯାମେରା ଦିଆଯାଇଛି। ସ୍ମାର୍ଟଫୋନ୍ ୧୩/୨ ମେଗାପିକ୍ସଲ କ୍ଯାମେରା ରିୟର ରହିଥିବା ବେଳେ ଫ୍ରଣ୍ଟ କ୍ଯାମେରା ୧୬ ମେଗାପିକ୍ସଲ ରହିଛି। ଭିଭୋ ଭି୯ ପ୍ରୋରେ ବ୍ଯାଟେରୀ ୩,୨୬୦ଏମଏଏଚ୍ ରହିଥିବା ବେଳେ ଏହାର  ମୂଲ୍ଯ ରହିଛି ୧୭,୯୯୦ ଟଙ୍କା।

Vivo-V11

ଏହା ପୂର୍ବରୁ ମଧ୍ୟ ହୋଇଥିଲା ଭିଭୋର ଦମଦାର ସ୍ମାର୍ଟଫୋନ ଭାରତରେ ହେଲା ଲଞ୍ଚ  

ଅନେକ ଲିକ୍ ହେଲା ପରେ ଶେଷକୁ ଚାଇନିଜ୍ ସ୍ମାର୍ଟଫୋନ୍ ର୍ନିମାତା କମ୍ପାନି ଭାରତରେ ନିଜର ନୂଆ ସ୍ମାର୍ଟଫୋନ୍ ଭିଭୋ ବି୧୧ ପ୍ରୋ ଲଞ୍ଚ କରିଛି। ଦେଖିବାକୁ ଗଲେ ଭାରତ ବଜାରରେ କମ ମୂଲ୍ଯରେ ମିଳୁଥିବା ଇନ-ଡ଼ିସପ୍ଲେ  ଫିଙ୍ଗରପ୍ରିଂଣ୍ଟ ସେନ୍ସର ସ୍ମାର୍ଟଫୋନ୍ ମଧ୍ୟରେ ଏହାକୁ ଗଣା ଯାଉଛି। ଏଥିରେ ୬ଜିବି ରାମ୍ ଦିଆଯିବା ସହ ୱାଟର ନାଞ୍ଚ ଡ଼ିସପ୍ଲେ ମଧ୍ୟ ରହିଛି। ଖାଲି ସେତିକି ନୁହଁ ଡ଼ୁଆଲ ଇଂଞ୍ଜିନ୍ ଫାଷ୍ଟ ଚାଜିଂ ବ୍ଯବସ୍ଥା ମଧ୍ୟ ଦିଆଯାଇଛି।

ଭିଭୋ ବି୧୧ ପ୍ରୋ ମୋବାଇଲର ୬/୬୪ ଜିବି ବ୍ଯାରିଏଣ୍ଟର ମୂଲ୍ଯ ୨୫,୯୯୦ ଟଙ୍କା ରହିଛି। ଏହାକୁ ଡ଼େଜିଂ ଗୋଲ୍ଡ ଏବଂ ଷ୍ଟେରୀ ନାଇଟ୍ ବ୍ଲାକ୍ କଲରରେ ଲଞ୍ଚ କରାଯାଇଛି। ତେବେ ଫୋନକୁ ଆପଣ ଉଦ୍ଭୟ ଅନଲାଇନ୍ ଏବଂ ଅଫଲାଇନରେ କିଣି ପାରିବେ। ଆଜି ଠାରୁ ଏହାର ପ୍ରିବୁକିଂ ଆରମ୍ଭ ହୋଇଥିବା ବେଳେ ସେପ୍ଟେମ୍ବର ୧୨ ତାରିଖରୁ ଏହାର ବିକ୍ରି ଆରମ୍ଭ ହେବାକୁ ଯାଉଛି। ଏହି ମୋବାଇଲକୁ କିଣୁଥିବା ସମୟରେ ଏଚଡ଼ିଏଫସି କାର୍ଡ଼ରେ ପେମେଣ୍ଟ କଲେ ୨୦୦୦ ଟଙ୍କା କ୍ଯାସବ୍ଯାକ୍ ଏବଂ ଜିଓ ତରଫରୁ ୪,୦୫୦ଟଙ୍କାର ଫାଇଦା ମିଳିବ।

vivo

ଏହି ସ୍ମାର୍ଟଫୋନର ଡ଼ିସପ୍ଲେ ୬.୪୧ ଇଞ୍ଚ ଫୁଲ ଏଚଡ଼ି ରହିଥିବା ବେଳେ ଏହାର ରିଜୋଲ୍ଯୁସନ୍ ୧୦୮୦X୨୩୪୦ ରହିଛି। ଏଥିରେ ଆନଡ଼୍ରୋଏଡ଼ ଓରିଓ ୮.୧ ରହିଥିବା ବେଳେ ୬୬୦ ଅକ୍ଟାକୋର ସ୍ନାପଡ଼୍ରାଗନ ପ୍ରୋସେସର ରହିଛି। ଏଥିରେ ୬ଜିବି ଷ୍ଟୋରେଜ୍ ୬୪ ଜିବି ରହିବା। ମୋବାଇଲର  ରିଅର କ୍ଯାମେରା ୧୨ ଏବଂ ୫ ମେଗାପିକ୍ସଲ ରହିଥିବା ବେଳେ ପ୍ରଣ୍ଟ କ୍ଯାମେରା ୨୫ ମେଗାପିକ୍ସଲ ରହିଛି। ଏହାର ବ୍ଯାଟେରୀ ୩୪୦୦ ଏମଏଏଚ୍ ବିଶିଷ୍ଟ ରହିଥିବା ବେଳେ ଡ଼ୁଆଲ ଇଞ୍ଜିନ୍ ଚାଜିଂ ସପୋର୍ଟ ସହ ରହିଛି।

Leave A Reply

Your email address will not be published.