Odisha News

ଭୁବନେଶ୍ବରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆର୍ଟ ଅଫ୍‌ ଗିଭିଂ କାର୍ଯ୍ୟକ୍ରମ

କେନ୍ୟୁଜ୍: ଓଡ଼ିଶା ସଚେତନ ନାଗରିକ ଫୋରମ ପକ୍ଷରୁ ପାଳିତ ହୋଇଛି ଆର୍ଟ ଅଫ୍‌ ଗିଭିଂ । ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ବାସ ଭବନରେ କେକ କାଟି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଫୋରମର କର୍ମକର୍ତ୍ତା । ଏହି ଅବସରରେ ଆର୍ଟ ଅଫ୍‌ ଗିଭିଂର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ସମସ୍ତଙ୍କୁ ପେନ ଉପହାର ଦେଇଛନ୍ତି । ଏହି ଅବସରରେ ଫୋରମର ସଭାପତି ପ୍ରଦୋଷ ପଟ୍ଟନାୟକ, ସମ୍ପାଦକ ଦିଲ୍ଲୀପ ହାଲି, ସଂସ୍କୃତି ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ବିମଳେନ୍ଦୁ ମହାନ୍ତି, ସମାଜସେବୀ ରବି ବେହେରା, ରବି ବିଶ୍ୱାଳ, ଅଶୋକ ପାଣ୍ଡେ ପ୍ରମୁଖ ଯୋଗ ଦେଇଥିଲେ ।

କାଦମ୍ବିନୀ ପତ୍ରିକା ପକ୍ଷରୁ ଆର୍ଟ ଅଫ୍‌ ଗିଭିଂ ଅନୁଷ୍ଠିତ ହୋଇଛି । ଭୁବନେଶ୍ୱର ବାଣୀବିହାର ଶନି ମନ୍ଦିର ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । କାଦମ୍ବିନୀ ମିଡିଆର ସମ୍ପାଦକା ଡକ୍ଟର ଇତି ସାମନ୍ତ ଲୋକଙ୍କୁ ବ୍ୟାଗ୍‌ ଅଫ୍‌ ହାପିନେସ୍‌ ପ୍ରଦାନ କରିଛନ୍ତି । ଏଥିରେ କଳିଙ୍ଗ ଟିଭିର ସିଏମ୍‌ଡି ହିମାଂଶୁ ଖଟୁଆ ଉପସ୍ଥିତ ଥିଲେ ।

କଳିଙ୍ଗ ଟିଭି ପକ୍ଷର ଆର୍ଟ ଅଫ୍‌ ଗିଭିଂ ଅନୁଷ୍ଠିତ ହୋଇଛି । ଭୁବନେଶ୍ୱର ଯୋଗନଦୀ ମଙ୍ଗଳା ବସ୍ତିରେ କଳିଙ୍ଗ ଟିଭିର ସିଏମ୍‌ଡି ହିମାଂଶୁ ଖଟୁଆ ବ୍ୟାଗ୍‌ ଅଫ୍‌ ହାପିନେସ୍‌ ପ୍ରଦାନ କରିଛନ୍ତି । ଏଥିରେ ୧୦୦ ଜଣ ମହିଳା ଓ ୧୫୦ରୁ ଅଧିକ ପିଲାଙ୍କୁ ପାଠ୍ୟ ଉପକରଣ ଦିଆଯାଇଛି । ସେହିପରି କଳିଙ୍ଗ ଟିଭିର ଚିଫ୍‌ ଏଡିଟର ସୌମ୍ୟଜିତ୍‌ ପଟ୍ଟନାୟକଙ୍କ ସହ କଳିଙ୍ଗ ଟିଭିର ସଦସ୍ୟମାନେ ଭୁବନେଶ୍ୱର ରେଣ୍ଟାଲ ବସ୍ତିରେ ପିଲାମାନଙ୍କୁ ବ୍ୟାଗ୍‌ ଅଫ୍‌ ହାପନେସ୍‌ ବାଣ୍ଟିଛନ୍ତି ।

SALIASAHI_BBSR-2ଭୁବନେଶ୍ବର ସାଲିଆ ସାହିରେ ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏକାମ୍ର କ୍ଳବ୍ ପକ୍ଷରୁ ସୌରଭ ରଏ(ବାଂଲାଦେଶ),ବେଞ୍ଜାମିନ୍ କୋଜୋ(ଲିବେରିୟା) ଦ୍ବାରା ଦିବ୍ୟ ରଞ୍ଜନ ସାହୁଙ୍କ (ଆଇଆରଓ)ଙ୍କ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।

Leave A Reply

Your email address will not be published.