‘ବେଲ ବଟମ୍‌’ ପାଇଁ ଅକ୍ଷୟଙ୍କୁ ମିଳିଗଲା ହିରୋଇନ୍‌, ଆପଣ ମଧ୍ୟ ନାମ ଜାଣି ହୋଇଯିବେ ଖୁସି

ଅକ୍ଷୟ କୁମାରଙ୍କ ଅପକମିଙ୍ଗ ଫିଲ୍ମ ‘ବେଲବଟମ୍‌’ ଏବେ ଖୁବ୍‌ ଚର୍ଚ୍ଚାରେ। ଯେବେଠୋରୁ ଫିଲ୍ମର ପୋଷ୍ଟର ଜାରି ସେବେଠାରୁ ଫିଲ୍ମକୁ ନେଇ ଫ୍ୟାନଙ୍କ ମଧ୍ୟରେ ଉତ୍ସୁକତା ବଢିଯାଇଛି। ଫିଲ୍ମରେ ଅକ୍ଷୟ ସହିତ କେଉଁ ହିରୋଇନ ନଜର ଆସିବେ, ତାହାକୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଥିଲା। କିନ୍ତୁ ଏବେ ଫ୍ୟାନଙ୍କ ପାଇଁ ଖୁସିଖବର ଆସିଛି। ଏହି ଫିଲ୍ମରେ ଅକ୍ଷୟଙ୍କ ସହିତ ବାଣୀ କପୁର ପ୍ରମୁଖ ଭୂମିକାରେ ନଜର ଆସିବେ।

vanni

ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ସହିତ ନୁପୂର ସେନନ ନଜର ଆସିବେ ବୋଲି ଚର୍ଚ୍ଚା ଚାଲିଥିଲା। କିନ୍ତୁ ଏବେ ଅକ୍ଷୟ ନିଜ ହିରୋଇନ ଭାବେ ବାଣୀ କପୁରଙ୍କୁ ଚୟନ କରିଛନ୍ତି। ନିକଟରେ ବାଣୀ ହ୍ରତିକିଙ୍କ ଫିଲ୍ମ ‘ଓ୍ଵାର’ରେ ନଜର ଆସିଥିଲେ। ୟଶରାଜ ବ୍ୟାନର ବାହାରେ ଏହା ବାଣୀଙ୍କ ପ୍ରଥମ ଫିଲ୍ମ। ଏକ ସପ୍ତାହ ପୂର୍ବରୁ ବାଣୀ ଏହି ଫିଲ୍ମକୁ ସାଇନ କରିଛନ୍ତି। ସେହିପରି ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ସୂର୍ଯ୍ୟବଂଶୀ ଏବଂ ବଚ୍ଚନ ପାଣ୍ଡେ ରହିଛି।

Leave A Reply

Your email address will not be published.