ଜୁନ୍‌ରୁ ଅଗଷ୍ଟ ୩ ମାସରେ ୩୦ ଦିନ ବ୍ୟାଙ୍କ୍‌ ଛୁଟି , ଜାଣନ୍ତୁ କିପରି ରହିଛି ଛୁଟି ତାଲିକା

ନୂଆଦିଲ୍ଲୀ : କର୍ମଚାରୀଙ୍କ ପାଇଁ ଛୁଟି ବଡ଼ ଆରାମ୍‌ଦାୟକ ଦିନ । ଏହି ଛୁଟି ଏବେ ବ୍ୟାଙ୍କ୍‌ କର୍ମଚାରୀଙ୍କ ପାଇଁ ଆଣିଛି ଖୁସ ଖବର । ଆଗାମୀ ୩ ମାସ ଜୁନ୍‌, ଜୁଲାଇ ଓ ଅଗଷ୍ଟ ମଧ୍ୟରେ ୩୦ ଦିନ ଛୁଟି ସେମାନେ ଭୋଗ କରିବେ ବୋଲି ଆର୍‌ବିଆଇ ଛୁଟି ତାଲିକାରୁ ଜଣାପଡ଼ିଛି ।

ଅବଶ୍ୟ ଏଥିରେ ଦ୍ୱିଦୀୟ ଓ ଚତୁର୍ଥ ଶନିବାର ସହ ରବିବାରକୁ ସାମିଲ କରାଯାଇଛି । ଜାଣନ୍ତୁ କିପରି ରହିଛି ୨୦୨୦ ର ଜୁନ୍‌, ଜୁଲାଇ ଓ ଅଗଷ୍ଟ ମାସର ଏହି ଛୁଟି ତାଲିକା । ଯାହାଦ୍ୱାରା ଆପଣ ପୂର୍ବରୁ ନିଜର ଦେଣନେଣର ବ୍ୟବସ୍ଥା କରି ପାରିବେ । ପାଇଁ କେତେକ ବୋଲି ଆର୍‌ବିଆଇ ଛୁଟି ତାଲିକାରୁ ଜଣାପଡ଼ିଛି ।

କେଉଁ ତାରିଖରେ ବନ୍ଦ ରହିବ ବ୍ୟାଙ୍କ

ଜୁନ୍- ୭,୧୩,୧୪,୧୭,୨୩,୨୪ ଓ ୩୧ ଜୁନ୍ ଶନିବାର ଓ ରବିବାର ଯୋଗୁଁ ବ୍ୟାଙ୍କ ଛୁଟି ରହିବ । ଏହା ବ୍ୟତୀତ ୧୮ ଜୁନ୍ ଗୁରୁ ହରଗୋବିନ୍ଦ ଜୟନ୍ତୀ ପାଇଁ ଅନେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ ।

ଜୁଲାଇ- ୫,୧୧,୧୨,୧୯,୨୫ ଓ ୨୬ ଜୁଲାଇ ଶନିବାର ଓ ରବିବାର ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ । ଏହା ସହିତ ୩୧ ଜୁଲାଇ ବକରା ଇଦ୍ ଯୋଗୁଁ ବନ୍ଦ ରହିବ ବ୍ୟାଙ୍କ ।

ଅଗଷ୍ଟ- ୨, ୮, ୯, ୧୬, ୨୨, ୨୩, ୨୯ ଓ ୩୦ ଅଗଷ୍ଟ ଶନିବାର ଓ ରବିବାର ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ । ଅଗଷ୍ଟରେ ୩ ଅଗଷ୍ଟ ରାକ୍ଷୀପୂର୍ଣ୍ଣିମା ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ । ୧୧ ଅଗଷ୍ଟ ଜନ୍ମାଷ୍ଟମୀ ଓ ୧୨ ଅଗଷ୍ଟ ମଧ୍ୟ ବନ୍ଦ ରହିବ ବ୍ୟାଙ୍କ ।

୧୫ ଅଗଷ୍ଟ ସ୍ୱାଧୀନତା ଦିବସ, ୨୧ ଅଗଷ୍ଟ ହରିତାଳିକା ପାଇଁ କେତେକ ସ୍ଥାନରେ ଛୁଟି ଏବଂ ୨୨ ଅଗଷ୍ଟ ଗଣେଷ ଚତୁର୍ଥୀ ପାଇଁ ବନ୍ଦ ରହିବ ବ୍ୟାଙ୍କ । ୩୦ ଅଗଷ୍ଟ ମହରମ୍ ଏବଂ ୩୧ ଅଗଷ୍ଟ ଓଣମ୍ ପାଇଁ କିଛି ଅଞ୍ଚଳରେ ବ୍ୟାଙ୍କ ବନ୍ଦ ରହିବ ।

Leave A Reply

Your email address will not be published.