Odisha News
.

ଜଷ୍ଟିସ୍‌ ବି.ପି. ଦାସ ହେଲେ OHRC ଅଧ୍ୟକ୍ଷ, ଆଇନ ବିଭାଗ ପକ୍ଷରୁ ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ

ଜଷ୍ଟିସ୍‌ ବି.ପି. ଦାସ ହେଲେ OHRC ଅଧ୍ୟକ୍ଷ । ସେହିପରି OHRC ସଦସ୍ୟ ହୋଇଛନ୍ତି ଅସୀମ ଅମିତାଭ ଦାସ । ଏନେଇ ଆଇନ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ମଙ୍ଗଳବାର ରାଜ୍ୟ ମାନବାଧିକାର କମିଶନରେ ଅଧ୍ୟକ୍ଷ ଓ ସଦସ୍ୟ ପଦରେ ନିଯୁକ୍ତି ପାଇଁ ବୈଠକ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ବିରୋଧୀ ଦଳ ପ୍ରଦୀପ୍ତ ନାୟକ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଆଇନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଅଧ୍ୟକ୍ଷ ଓ ସଦସ୍ୟ ପଦ ପାଇଁ ତିନି ତିନି ଜଣଙ୍କ ନାଁ ମନୋନୀତ କରାଯାଇଥିଲା ।

 

Loading...

Leave A Reply

Your email address will not be published.