Sabuthi Sabubele Hata Muthare Khabar

ଦମଦାର କ୍ୟାମେରା ସହ ଲଞ୍ଚ ହେଲା Oppo A31, ୟୁଜର ମାନେ ପାଇପାରିବେ ଏହି ସବୁ ସୁବିଧା

ଚୀନର ସ୍ମାର୍ଟ ଫୋନ ନିର୍ମାଣକାରୀ କମ୍ପାନୀ ଓପୋ ନିଜ ଏ ସିରିଜର ଲାଟେଷ୍ଟ ସ୍ମାର୍ଟଫୋନ Oppo A31କୁ ନିକଟରେ ଲଞ୍ଚ କରିଛି । ୟୁଜରଙ୍କୁ ଏଥିରେ ୬.୫ ଇଞ୍ଚର ଏଚଡ଼ି ପ୍ଲସ ଡିଷ୍ପ୍ଲେ, ଦମଦାର ପ୍ରୋସେସର ସମେତ ତିନି ତିନିଟି କ୍ୟାମେରାର ସୁବିଧା ବି ମିଳିପାରିବ । ଏହାବାଦ କମ୍ପାନୀ ତରଫରୁ Reno 3 proକୁ ବି ମାର୍ଚ୍ଚ ମାସରେ ବିଶ୍ୱସ୍ତରୀୟ ଭାବେ ଲଞ୍ଚ କରାଯିବ ।

କଣ ରହିଛି ଦର :

କମ୍ପାନୀ ନିଜ ଏହି ଫୋନର ମୂଲ୍ୟ ଭାରତୀୟ ମୁଦ୍ରା ଅନୁସାରେ ୧୩,୬୦୦ ଟଙ୍କା ରଖିଛି । ଯେବେକି ଗ୍ରାହକ ମାନେ ଏହି ଫୋନ ଟିକୁ ବ୍ଲାକ ଓ ହ୍ୱାଇଟ କଲର ଅପସନ ସହିତ ଅନ୍ୟାନ ତଥ୍ୟ କମ୍ପାନୀର ଅଫିସିଆଲ ୱେବସାଇଟରେ ପାଇପାରିବ ।

opp phone

କଣ ରହିଛି ସ୍ପେସିଫିକସନ:

-କମ୍ପାନୀ ନିଜ ଏହି ସେଟରେ ୬.୫ ଇଞ୍ଚର ଏଚଡ଼ି ପ୍ଲସ ଡିଷ୍ପ୍ଲେ ସମେତ ୧୫୨୦ X ୭୨୦ ପିକସାଲର ରିଜୋଲୁସନ ବି ଦେଉଛି । ଏସବୁ ବ୍ୟତୀତ ଏଥିରେ ୪ ଜିବି ରାମ ଓ ୧୨୮ ଜିବି ଷ୍ଟୋରେଜର ସୁବିଧା ବି ମିଳିବ । ଯେବେକି ଏହା ଆଣ୍ଡ୍ରଏଡ଼ ୯ ପାଇ ଆଧାରିତ ସହ କଲର ଓ ଏସ ଅପରେଟିଙ୍ଗ ସିଷ୍ଟମ ଉପରେ ବି କାମ କରିଥାଏ ।

-କ୍ୟାମେରା କଥା କହିଲେ ୟୁଜରଙ୍କୁ ଏଥିରେ ବ୍ୟାକ ପ୍ୟାନେଲ ଟ୍ରିପଲ ରିୟର କ୍ୟାମେରା ସେଟଅପ ବି ମିଳିପାରିବ । ଏହା ସହ ୧୨ ମେଗାପିକସାଲର ପ୍ରାଇମେରୀ ସେନ୍ସର, ୨ ମେଗା ପିକସାଲର ଡେ଼ପଥ ସେନ୍ସର ଓ ୨ ମେଗାପିକସଲର ମାଇକ୍ରୋ ଲେନ୍ସର ସୁବିଧା ବି ସହଜରେ ମିଳିପାରିବ । ସେଲ୍ଫି ପାଇଁ ଏଥିରେ ୮ ମେଗା ପିକସଲର ସେଲ୍ଫି କ୍ୟାମେରା ବି ମହଜୂତ ଅଛି ।

-କନେକ୍ଟିଭିଟି ଦୃଷ୍ଟିରୁ ଏଥିରେ 4G VoLTE, ବ୍ଲୁତୁଠ, ୱାଇ- ଫାଇ, କ୍ୱିପିଏସ, ୩.୫ ଏମଏମ ଅଡିଓ ଯାକ ସମେତ ୟୁଏସବି ପୋର୍ଟର ସୁବିଧା ବି ମିଳିପାରିବ । ଏସବୁ ବାଦ ଏଥିରେ ୪,୨୩୦ ଏମଏଚର ଦମଦାର ବ୍ୟାଟେରୀ ବି ମିଳିପାରିବ ।

Leave A Reply

Your email address will not be published.