ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ : ୫ ଶ୍ରମିକ ମୃତ, ଅନେକ ଆହତ

ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀରର କୁଲଗାମରେ ମଙ୍ଗଳବାର ରାତିରେ ପାଞ୍ଚଜଣ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ। ଏହି ସମସ୍ତ ଶ୍ରମିକ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲାର ବାସିନ୍ଦା। ସେମାନେ ଅନେକ ଦିନ ଧରି କୁଲଗାମରେ କାମ କରୁଥିଲେ। ଏହି ଆକ୍ରମଣରେ ଅନ୍ୟ ଶ୍ରମିକ ମଧ୍ୟ ଆହତ ହୋଇଛନ୍ତି। ୩୭୦ ଧାରା ଉଚ୍ଛେଦ ହେବା ପରେ ଆତଙ୍କବାଦୀଙ୍କ ଦ୍ୱାରା କରାଯାଇଥିବା ସବୁଠାରୁ ବଡ ଆକ୍ରମଣ ବୋଲି କୁହାଯାଉଛି।

ଖବର ମୁତାବକ, ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିବା ଏବଂ ୩୭୦ ଅନୁଚ୍ଛେଦ ଉଠିବା ପରେ ଆତଙ୍କବାଦୀମାନେ ନିଜର କୁକାର୍ଯ୍ୟ କରିପାରୁନାହାନ୍ତି। ସେଥିପାଇଁ ବାହାର ରାଜ୍ୟରୁ ଆସି ଏଠାରେ କାମ କରୁଥିବା ଶ୍ରମିକ ଏବଂ ଟ୍ରକ ଡ୍ରାଇଭରଙ୍କୁ ହତ୍ୟା କରିବା ପାଇଁ ଯୋଜନା କରୁଛନ୍ତି। ଗତ ୧୫ ଦିନ ମଧ୍ୟରେ ପାଖାପାଖି ୧୧ ଜଣଙ୍କୁ ହତ୍ୟା କରି କରିସାରିଲେଣି ଆତଙ୍କବାଦୀ। ଆକ୍ରମଣରେ ମରିଥିବା ୫ ଜଣ ଶ୍ରମିକ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଅଞ୍ଚଳର। ସେମାନେ ଜମ୍ମୁରେ ରହି କାମ କରି ନିଜ ପରିବାର ଚଳାଉଥିଲେ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘଟଣାକୁ ଟ୍ଵିଟ୍‌ କରି ଦୁଃଖପ୍ରକାଶ କରିବା ସହ ପୀଡିତ ପରିବାରକୁ ସାହାଯ୍ୟ ଯୋଗାଇ ଦେବା ପାଇଁ କହିଛନ୍ତି।
ସୂଚନାଯୋଗ୍ୟ, ଗତ କିଛିଦିନ ହେଲାଣି ଆତଙ୍କବାଦୀମାନେ ଏପରି ହତ୍ୟା କରିଚାଲିଛନ୍ତି। ଗତ ସେମାବାର ଦିନ ଅନନ୍ତନାଗରେ ବିଜବେହରା ନାମକ ଜଣେ ଟ୍ରକ ଡ୍ରାଇଭରକୁ ହତ୍ୟା କରିଥିଲେ। ଆତଙ୍କବାଦୀ ବାହାରୁ ଆସୁଥିବା ଶ୍ରମିକ ଏବଂ ଟ୍ରକ ଡ୍ରାଇଭରକୁ ହତ୍ୟା କରିବା ପାଇଁ ଯୋଜନା କରିଛନ୍ତି।

Leave A Reply

Your email address will not be published.