Odisha News

ସମ୍ବଲପୁର : ଜଙ୍ଗଲ ମାଟି ତଳୁ ମୃତ ଦେହ ଉଦ୍ଧାର କଲା ପୋଲିସ

ସମ୍ବଲପୁର କିସିନ୍ଦା ଥାନା ହିତସରା ଜଙ୍ଗଲରୁ ଶୀକାରୀର ମୃତ ଦେହ ଉଦ୍ଧାର । ମାଟି ତଳୁ ମୃତ ଦେହ ଉଦ୍ଧାର କରିଛି ପୋଲିସ । ଶୁକ୍ରବାର ରାତିରେ ଗଞ୍ଜାବାହାଲ ଗାଁର ବହାଦୁର ସିଂ ଓ ତାଙ୍କ କିଛି ସାଙ୍ଗ ଶୀକାର ପାଇଁ ଜଙ୍ଗଲକୁ ଯାଇଥିଲେ । ହେଲେ ସକାଳୁ ବହାଦୁର ସିଂ ଘରକୁ ଫେରିନଥିଲେ । ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ବହାଦୁରଙ୍କ ସାଙ୍ଗରେ ଯାଇଥିବା ଜଣେ ସହଯୋଗୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ବହାଦୁରଙ୍କୁ ତାଙ୍କ ସହଯୋଗୀମାନେ ମାରିଛନ୍ତି ନାଁ ସେ ନିଜ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି, ତାହା ଜଣାପଡ଼ିନାହିଁ ।

 

Leave A Reply

Your email address will not be published.