Odisha News
.

ରାଜ୍ୟ କ୍ୟାବିନେଟର ଶେଷ ବୈଠକ : ମହିଳା ସଂରକ୍ଷଣ, ବିଧାନ ପରିଷଦ ଗଠନ ଆଦି ପ୍ରସ୍ତାବ ସହ ଗତ ୫ ବର୍ଷରେ ଗୃହୀତ ହୋଇଛି ବହୁ ଗୁରୁତ୍ୱପୁର୍ଣ୍ଣ ବିଲ୍

ରାଜ୍ୟ କ୍ୟାବିନେଟର ଶେଷ ବୈଠକରେ ପଞ୍ଚଦଶ ବିଧାନସଭା ଭଙ୍ଗ ନେଇ ନିଷ୍ପତ୍ତି ହୋଇଛି। ଏନେଇ ରାଜ୍ୟପାଳଙ୍କୁ ସୁପାରିସ କରାଯାଇଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏହି ସୂଚନା ଦେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ବସିଥିଲା ଶେଷ କ୍ୟାବିନେଟ୍ ବୈଠକ। ଏଥରେ ବାତ୍ୟା ଫନି କ୍ଷୟକ୍ଷତି ନେଇ ମଧ୍ୟ ଆଲୋଚନା ହୋଇଥିଲା। ପୁରୀରେ ପୋଖରୀ ସଫା ପାଇଁ ୧୫ ଲକ୍ଷ ଟଙ୍କା ମଞ୍ଜୁର କରିଛି ରାଜ୍ୟ କ୍ୟାବିନେଟ୍। ସେହିପରି ଫନି ପରବର୍ତ୍ତୀ ପୁନରୁଦ୍ଧାର କାମରେ ୧୦ ହଜାର ଶ୍ରମିକ ନିୟୋଜିତ ହୋଇଛନ୍ତି । ଶ୍ରମିକଙ୍କୁ ପ୍ରତିଦିନ ୧୫୦ ଟଙ୍କା ଲେଖାଏଁ ଖାଇବା ଖର୍ଚ୍ଚ ଦିଆଯିବ। ଅଗ୍ନିଶମ କର୍ମଚାରୀ ଓ ସିଭିଲ ଡିଫେନ୍ସଙ୍କ ବବାଦରେ ୨୪ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି।

ଘଟଣା ବହୁଳ ଥିଲା ପଞ୍ଚଦଶ ବିଧାନସଭାର କାର‌୍ୟ୍ୟକାଳ। ମହିଳା ସଂରକ୍ଷଣ, ବିଧାନ ପରିଷଦ ଗଠନ ଆଦି ପ୍ରସ୍ତାବ ସହ ଗତ ୫ ବର୍ଷରେ ଗୃହୀତ ହୋଇଛି ବହୁ ଗୁରୁତ୍ୱପୁର୍ଣ୍ଣ ବିଲ୍।

cabinet 2

ପଞ୍ଚଦଶ ବିଧାନସଭା। ବିଜେଡିର ଥିଲେ ୧୧୭ ବିଧାୟକ। କଂଗ୍ରେସର ୧୬ ଓ ବିଜେପିର ଥିଲେ ୧୦ ବିଧାୟକା ସିପିଏମ୍-୧, ଏସ୍କେଡି-୧ ଓ ଦୁଇ ସ୍ୱାଧୀନ ପ୍ରାର୍ଥୀ ଥିଲେ। ନବୀନଙ୍କ ୪ଟି ଟର୍ମ ଭିତରେ, ପଞ୍ଚଦଶ ବିଧାନସଭାରେ ବିଜେଡିକୁ ମିଳିଥିଲା ସର୍ବାଧିକ ଆସନ। ବିରୋଧୀ ଦଳ ନେତା ଥିଲେ ନରସିଂହ ମିଶ୍ର । ପ୍ରଥମେ ବିଜେପି ବିଧାୟକ ଦଳ ନେତା ଥିଲେ ବସନ୍ତ ପଣ୍ଡା ଓ ପରେ ବିଧାୟକ ଦଳ ନେତା ହୋଇଥିଲେ କେ.ଭି ସିଂଦେଓ। ଏ ସମୟ ମଧ୍ୟରେ ପ୍ରଥମେ ବାଚସ୍ପତି ଥିଲେ ନିିରଂଜନ ପୁଜାରୀ। ପରେ ନିରଞ୍ଜନଙ୍କ ସ୍ଥାନରେ ବାଚସ୍ପତି ହୋଇଥିଲେ ପ୍ରଦୀପ ଅମାତା। ପଞ୍ଚଦଶ ବିଧାନସଭା ଦେଖିଥିଲା ଦୁଇଟି ରାଜ୍ୟପାଳ। ଆରମ୍ଭରୁ ରାଜ୍ୟପାଳ ଥିଲେ ଏସସି ଜମୀର। ଶେଷ ବେଳକୁ ରାଜ୍ୟପାଳ ଅଛନ୍ତି ଗଣେଶୀ ଲାଲା ପଞ୍ଚଦଶ ବିଧାନସଭାରେ ବିଜେପୁରର କଂଗ୍ରସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ହୋଇଥିଲା।

ପଞ୍ଚଦଶ ବିଧାନସଭାରେ ପାରିତ ହୋଇଛି ବହୁ ଗୁରୁତ୍ୱପୁର୍ଣ୍ଣ ବିଲ। ଲୋକସଭା ଏବଂ ବିଧାନସଭାରେ ୩୩ ପ୍ରତିଶତ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ଲାଗି ସଂକଳ୍ପ ପାରିତ ହୋଇଥିଲା। ଓଡିଆ ଭାଷାରେ ସରକାରୀ କାର‌୍ୟ୍ୟ ନେଇ ବିଲ ସହ ଓଡିଆ ଭାଷାରେ ସବୁ ଦୋକାନ ଏବଂ ବାଣିଜ୍ୟି ଅନୁଷ୍ଠାନର ବୋର୍ଡ ଓଡ଼ିଆରେ ଲେଖାଯିବା ନେଇ ବିଲ ପାରିତ ହୋଇଥିଲାା ସ୍ୱତନ୍ତ୍ର ଅଧିବେଶନରେ ପାସ୍ ହୋଇଛି ଜିଏସଟି ସମ୍ପର୍କିତ ସମ୍ବିଧାନ ସଂଶୋଧନ ବିଲ୍। ଏହାସହ ସହାରାଞ୍ଚଳ ଭୂମିହୀନଙ୍କୁ ଜମି ଯୋଗାଇବାକୁ, ଗୃହୀତ ହୋଇଥିଲା ଓଡ଼ିଶା ଲାଣ୍ଡ ରାଇଟ୍ସ ସ୍ଲମ୍ ଡୁଏଲର୍ସ ବିଲ୍। ବିଧାନପରିଷଦ ଗଠନ ନେଇ ସଂକଳ୍ପ ସହ ଓଡ଼ିଆ ୟୁନିର୍ଭସିଟି ବିଲ୍ ମଧ୍ୟ ପଞ୍ଚଦଶ ବିଧାନସଭା ଅଧିବେଶନରେ ଗୃହୀତ ହୋଇଥିଲା।

ଏଥର ବିଧାନସଭାରେ, ସ୍ୱାଧୀକାର ଭଙ୍ଗକୁ ନେଇ ଅଭିଜିତ ଆୟର ମିତ୍ରଙ୍କ ପ୍ରସଙ୍ଗ ବେଚ୍ ଚର୍ଚ୍ଚିତ ଥିଲା। ଅଭିଜିତ୍ ଓଡିଶାର ବିଧାୟକଙ୍କ ପ୍ରତି ଅସମ୍ମାନଜନକ ମନ୍ତବ୍ୟ ଦେଇଥିଲେ। ସେ ବିଧାନସଭା ଗୃହ କମିଟି ନିକଟରେ ହାଜର କ୍ଷମା ମାଗିଥିଲେ। ଗୃହ କମିଟି ତାଙ୍କୁ କ୍ଷମା କରିଥିଲା ।

ପଞ୍ଚଦଶ ବିଧାନସଭାରେ ପ୍ରମୁଖ ପ୍ରସଙ୍ଗ ମଧ୍ୟରେ ଥିଲା ମହାନଦୀ। ବିଜେଡି ଏ ପ୍ରସଂଗକୁ ନେଇ କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ କରିଥିଲା। ସେହିପରି ପୋଲାଭରମ ଏବଂ ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ବୃଦ୍ଦି ପ୍ରମୁଖ ପ୍ରସଙ୍ଗ ଥିଲା। ସେପଟେ ଚାଷୀ, ଆଇନଶୃଙ୍ଖଳା,ଚିଟଫଣ୍ଡ ଆଦି ପ୍ରସଂଗକୁ ନେଇ କଂଗ୍ରେସ ଏବଂ ବିଜେପି ଶାସକ ବିଜେଡିକୁ ଘେରିଥିଲୋ ଅଧିକାଂଶ ସମୟରେ ହଟ୍ଟଗୋଳ ଯୋଗୁଁ ସମୟ ଅପଚୟ ଅଭିଯୋଗ ମଧ୍ୟ ଆସିଥିଲା। ଏବେ ଷୋଡ଼ଷ ବିଧାନସଭା ଗଠନକୁ ଅପେକ୍ଷା।

Leave A Reply

Your email address will not be published.