Odisha News

NDRF ନିୟମାବଳି କୋହଳ କରାଯାଉ, ରାଜନାଥ ସିଂଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

NDRF ନିୟମାବଳି କୋହଳ କରାଯାଉ । ଏ ନେଇ କେନ୍ଦ୍ର ଗହମନ୍ତ୍ରୀ ରାଜନାଥ ସିଂଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚିଠିରେ ଉଲ୍ଲେଖ କରିଛନ୍ତି ଯେ ବାତ୍ୟାରେ ବିଦ୍ୟୁତ ଭିତ୍ତିଭୂମିର ବ୍ୟାପକ କ୍ଷତି ହୋଇଛି । ୨୨୦ ଓ ୧୩୨ କେଭି ଟାଓ୍ଵାର କ୍ଷତିଗ୍ରସ୍ତ ହୋଇଛି । ଗ୍ରୀଡ ସବଷ୍ଟେସନ, ୩୩ KV ପୋଲ୍‌ ମଧ୍ୟ ନଷ୍ଟ ହୋଇଛି । ଏଥି ସହ ୧୧୬୦ କୋଟିର ବିଦ୍ୟୁତ୍‌ ଭିତ୍ତିଭୂମି ନଷ୍ଟ ହୋଇଛି । ଏହାର ପୁନରୁଦ୍ଧାର ପାଇଁ NDRF ନିୟମ କୋହଳ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.