Odisha News

ଘରେ ବସି ଏମିତି ଜେନେରେଟ୍ କରନ୍ତୁ ପାନ କାର୍ଡ, ୧୦୧ ଟଙ୍କାରେ ହୋଇଯିବ ସବୁ କାମ

ପାନ କାର୍ଡ ଏକ ସ୍ବତନ୍ତ୍ର ପରିଚୟ ଅଟେ। ଯାହାକୁ ସ୍ଥାୟୀ ଖାତା ସଂଖ୍ୟା (Permanent Account Number) ମଧ୍ୟ କୁହାଯାଇଥାଏ। ପାନ କାର୍ଡ କୌଣସି ବି ବ୍ୟାଙ୍କରେ ଖାତା ଖୋଲିବା, ଟଙ୍କା ଉଠାଇବା କିମ୍ବା ଜମା କରିବା ଏବଂ ଆୟକର ଦେବାବେଳେ ପରିଚୟ ପତ୍ର ପାଇଁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିଥାଏ। ଏହାସହିତ କୌଣସି ବି କାଗଜପତ୍ର ଲେଣଦେଣ ସହିତ ପାନ କାର୍ଡର ବିବରଣୀର ଆବଶ୍ୟକ ପଡିଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କୁ ଅନଲାଇନ ପାନ କାର୍ଡ ବନାଇବାକୁ ଦୁଇଟି ଉପାୟ ବିଷୟରେ ଜଣାଇବୁ। ଜଣାଇବାକୁ ଚାହିଁବୁ ଯେ ଅନଲାଇନ ପାନକାର୍ଡ ତିଆରି କରିବା ବେଳେ ଆପଣଙ୍କୁ ମାତ୍ର ୧୦୧ ଟଙ୍କା ଖର୍ଚ୍ଚ କରିବାକୁ ହେବ।

ପାନ କାର୍ଡ ବନାଇବା ପାଇଁ ଯଦି ଆପଣ ଅନଲାଇନ ଇ-କେୱାସି କରୁଛନ୍ତି ତେବେ ଆପଣଙ୍କୁ ୧୦୧ ଟଙ୍କା ପେମେଣ୍ଟ କରିବାକୁ ହେବ। ସେହିଭଳି ଯଦି ପୋଷ୍ଟରେ ନିଜର କାଗଜ ପତ୍ର ପଠାଇବା ପାଇଁ ଆପଣଙ୍କୁ ୧୦୭ ଟଙ୍କା ଫିସ ଭାବରେ ଦେବାକୁ ହେବ। ଆସନ୍ତୁ ଜାଣିବା ଆପଣ ଅନଲାଇନ କେମିତି ପାନ କାର୍ଡ ପାଇଁ ଆପ୍ଲାଏ କରିପାରିବେ।

pancardଅନଲାଇନ ପାନ କାର୍ଡ ବନାଇବାର ଦୁଇଟି ଉପାୟ ରହିଛି। ଏହି ଦୁଇଟି ସାଇଟ୍ ବ୍ୟତୀତ ଅନ୍ୟ କୌଣସି ବି ସାଇଟ୍ ପାନ କାର୍ଡରେ ଜଡିତ ପ୍ରୋସେସ ପାଇଁ ଅଥରାଇଜଡ ହୋଇନାହିଁ। ଆସନ୍ତୁ ଜାଣିବା ଏହା ବିଷୟରେ।

ଯଦି ଆପଣ ଘରେ ବସି ଅନଲାଇନ ପାନ କାର୍ଡ ବନାଇବାକୁ ଚାର୍ହିବେ ତେବେ ଆପଣଙ୍କୁ https://www.utiitsl.com/UTIITSL_SITE/pan/index.html ଉପରେ କ୍ଲିକ କରିବାକୁ ହେବ। ଏହି ସାଇଟକୁ ଯାଇ ଆପଣଙ୍କୁ ଆପ୍ଲାଏ ଏଜ୍ ଇନ୍ ଇଣ୍ଡିଆନ ସିଟିଜେନ କିମ୍ବା ଏନଆରଆଇ ସେଗମେଣ୍ଟକୁ ଯାଇ ଅପ୍ଲାଏ ଫର ନ୍ୟୁ ପାନ କାର୍ଡର ବିକଳ୍ପକୁ ଚୟନ କରିବାକୁ ହେବ। ଏହାପରେ ଫର୍ମ ୪୯ଏ ଭରି ସବମିଟ୍ କରିବାକୁ ହେବ। ଫର୍ମ ଭରିବା ପରେ ଆପଣଙ୍କୁ ନିଜର ସମସ୍ତ କାଗଜପତ୍ରକୁ ଆଟାଚ୍ କରି ପେମେଣ୍ଟ ଭରିବାକୁ ହେବ।

ଏହା ସହ ପଢ଼ନ୍ତୁ : ପାନ୍ କାର୍ଡ ଅପ୍ଲିକେସନରେ ଆୟକର ବିଭାଗ କରିଛି ପରିବର୍ତ୍ତନ, ଆବେଦନ କରିବା ପୂର୍ବରୁ ଜାଣିରଖନ୍ତୁ

ଆପଣ କେଉଁ କାଗଜପତ୍ର ଜମା କରିବେ, ଏହାର ସୂଚନା ଆପଣ ତଳେ ଦିଆଯାଇଥିବା ଲିଙ୍କରୁ ପାଇପାରିବେ।https://www.utiitsl.com/UTIITSL_SITE/forms/DocumentsForPAN.pdf

ଏଥିପାଇଁ ଆପଣଙ୍କୁ କେତେ ଟଙ୍କା ଫିସ ଭରିବାକୁ ହେବ, ଏହା ଆପଣ ତଳେ ଦିଆଯାଇଥିବା ଲିଙ୍କରେ ଦେଖିପାରିବେ।https://www.utiitsl.com/UTIITSL_SITE/forms/UTIITSL%20-%20PAN%20Application%20Fees%20w_e_f_%2016th%20Jun%202018.pdf

ଏହାସହିତ ପାନ କାର୍ଡ ଆପ୍ଲାଏ କରିବା ପାଇଁ ଅନ୍ୟ ବିବରଣୀ ଆପଣ ଏହି ଲିଙ୍କରୁ ପାଇପାରିବେ।https://www.myutiitsl.com/PAN_ONLINE/IPGguidelines.html

pan card applyଅନଲାଇନ ପାନ କାର୍ଡ ଆପ୍ଲାଏ କରିବାର ଅନ୍ୟ ଏକ ଉପାୟ ରହିଛି ।https://www.onlineservices.nsdl.com/paam/endUserRegisterContact.html କୁ ଯାଇ ଆପଣଙ୍କୁ ଫର୍ମ ଭରି ଫିସ ଦେବାକୁ ହେବ। ଧ୍ୟାନ ରହେ ଯେ ପେମେଣ୍ଟ ଆପଣ ଡେବିଟ କାର୍ଡ କିମ୍ବା କ୍ରେଡିଟ କାର୍ଡ, ଡିମାଣ୍ଡ ଡ୍ରାଫ୍ଟ କିମ୍ବା ନେଟ ବ୍ୟାଙ୍କିଂରେ ମଧ୍ୟ ଭରିପାରିବେ। ଟଙ୍କା ପେମେଣ୍ଟ କରିବା ପରେ ଆପଣଙ୍କୁ ଏକ ନମ୍ବର ମିଳିବ, ଯାହାକୁ ଆପଣ ଟିପି ରଖିବେ। ଏବେ ଆପଣଙ୍କୁ ନିଜର ସମସ୍ତ ଜରୁରୀ କାଗଜପତ୍ର ପଠାଇବାକୁ ହେବ। ଏଥିପାଇଁ ଆପଣ ଅନଲାଇନ ମଧ୍ୟ କେୱାଇସି କରାଇପାରିବେ।

କାଗଜପତ୍ରର ବିବରଣୀ ଆପଣ https://www.tin-nsdl.com/services/pan/documents49A.htmlରୁ ନେଇ ପାରିବେ।

ସେହିଭଳି ଫିସ ର ସୂଚନା ଆପଣଙ୍କୁ https://www.tin-nsdl.com/services/pan/form49A.html ମିଳିଯିବ।

Leave A Reply

Your email address will not be published.