Odisha News
.

ଜୁଲାଇ ୧୮ରୁ ଆରମ୍ଭ ହେବ +୨ ଇନଷ୍ଟାଣ୍ଟ ପରୀକ୍ଷା

କେନ୍ୟୁଜ୍: ଜୁଲାଇ ୧୮ରୁ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଇନଷ୍ଟାଣ୍ଟ ପରୀକ୍ଷା । ଏଥିପାଇଁ ଆସନ୍ତା ୨୭ରୁ ଜୁଲାଇ ୧ ମଧ୍ୟରେ ଛାତ୍ରଛାତ୍ରୀ ଅନଲାଇନରେ ଫର୍ମ ପୂରଣ କରିପାରିବେ । ଜୁଲାଇ ୨ ଓ ୩ରେ ପରୀକ୍ଷା ଫି ଦାଖଲ କରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷାର ପ୍ରଥମ ଦିନ ଜୁଲାଇ ୧୮ରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନୁଷ୍ଠିତ ହେବ । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ।

Leave A Reply

Your email address will not be published.