ଚଣ୍ଡିଗଡରେ କରୋନା ନେଲା ୪ର୍ଥ ମୁଣ୍ଡ, ଗଲା ୩ଦିନର ଶିଶୁର ଜୀବନ

ସିଟି ବ୍ଯୁଟିଫୁଲରେ କରୋନା ଭାଇରସର କାୟା ଥମିବାରେ ନାଁ ନେଉନାହିଁ। ସୂଚନା ମୁତାବକ ବର୍ତ୍ତମାନ ଲକଡାଉନରେ କୋହଳ ହେବା ପରେ ସହରରେ କରୋନା ଭାଇରସ ବ୍ଯାପିବାରେ ଲାଗିଛି। ଗତକାଲି ଡାଡୁମାଜରା ନିବାସୀ ଜନ୍ମ ହୋଇଥିବା ଏକ ୩ଦିନର ଶିଶୁର ମୃତ୍ୟୁ ହୋଇଛି। ସେହିଭଳି ବାପୁଧାମରେ ଗୋଟିଏ ଦିନରେ ସବୁଠାରୁ ଅଧିକ ୨୮ ପଜିଟିଭ୍ ଚିହ୍ନଟ ହେବା ପରେ ହଇଚଇ ସୃଷ୍ଟି ହୋଇଛି। ରିପୋର୍ଟ ଅନୁଯାୟୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ୨୮ ନୂଆ ପଜିଟିଭ ବିଯକ୍ତି ଚିହ୍ନଟ ହେବା ପରେ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୨୬୨ ହୋଇଛି। ସୂଚନା ଯୋଗ୍ଯ ଡାଡୁମାଜରା ନିବାସୀ ୩ଦିନର ହୋଇଥିବା ଶିଶୁର ଜନ୍ମ ସେକ୍ଟର-୨୨ ସ୍ଥିତ ସିଭିଲ ହସ୍ପିଟାଲରେ ଗତ ଗୁରୁବାର ଦିନ ହୋଇଥିଲା।

baby-ଗତକାଲି (ରବିବାର) ହଠାତ୍ ଶିଶୁଟିର ସ୍ବାସ୍ଥ୍ଯ ଖରାପ ହେବାରୁ ପରିବାର ଲୋକ ପିଜିଆଇରେ ନେଇ ପହଞ୍ଚିଥିଲେ, ଯେଉଁଠାରେ ପହଞ୍ଚିବା ପରେ ଡାକ୍ତର ସେଠାରେ ଛୋଟ ଶିଶୁଟିକୁ ମୃତ୍ୟୁ ଘୋଷଣା କରିଥିଲେ। ମୃତ୍ୟୁ ପରେ ଶବରୁ ଯାଞ୍ଚ ନମୁନା ନେଇ କରୋନା ଟେଷ୍ଟ କରିବା ପରେ ରିପୋର୍ଟ ପଜିଟିଭ୍ ଆସିବା ଜଣା ପଡିଛି। ଅନ୍ଯପଟେ ଶିଶୁଟିର ମା’ର ମଧ୍ଯ ସାମ୍ପଲ ଯାଞ୍ଚ ପାଇଁ ପଠାଯାଇଛି, ଯାହାର ରିପୋର୍ଟ ପେଣ୍ଡିଂ ରହିଛି। ଏହି ନବଜାତ ଶିଶୁର ମୃତ୍ୟୁ ପରେ ବର୍ତ୍ତମାନ ସହରରେ ମୃତ୍ୟୁ ସଂଖ୍ଯା ୪ରେ ପହଞ୍ଚିଛି।

Leave A Reply

Your email address will not be published.