ପରକୀୟା ପ୍ରୀତି ହେଲା କାଳ । ଧରାପଡିଯିବା ଭୟରେ ଉଲଗ୍ନ ହୋଇ ଛାତରୁ ଡେଇଁଲେ ଯୁବକ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଘଟଣାଟି ଚୀନର ବୋଲି ଜଣା ପଡିଛି। ସୋସିଆଲ ମିଡିଆରେ ଏହି ଭିଡିଓଟି ୩୦ ତାରିଖରେ ପୋଷ୍ଟ କରି ଲେଖାଯାଇଛି ଯେ ନିଜ ପ୍ରେମିକା ସହ ଶାରୀରିକ ସମ୍ପର୍କ ରଖିବା ବେଳେ ହଠାତ ତାଙ୍କ ଘରର ସଦସ୍ୟ ଚାଲି ଆସିଲେ ଆଉ ତା ପରେ ଯାହା ଘଟିଗଲା ଏହି ଭିଡିଓ ଦେଖି ଆପଣ ମାନେ ବୁଝି ପାରୁଥିବେ।
video courtesy metro.co.uk
Related Posts
ଯୁବକ ଜଣକ ଝରକାକୁ କିଛି ସମୟ ଧରି ଉଲଗ୍ନ ଅବସ୍ଥାରେ ଓହଳି ରହିଥିଲା। ପରେ ହାତ କାଟିବାରୁ ହାତକୁ କୋହଳ କରିଦେଇଥିଲେ ଯୁବକ ଜଣକ ଯାହା ଫଳରେ ସିଧା ଡଷ୍ଟବିନ୍ ଆସି ପଡିଥିଲେ ଆଉ ତା ପରେ ରାସ୍ତା କଡକୁ ଛିଟକି ପଡିଥିଲେ । ଏହି ଦୃଶ୍ୟକୁ ସେଠାରେ ଥିବା କିଛି ଲୋକ ଦେଖି ବେଶ୍ ଉପଭୋଗ କରୁଥିଲେ। ରାସ୍ତାରେ ପଡିବା ପରେ କିଛି ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।