Odisha News
.

ବିବାଦୀୟ ଜମିରେ ନିର୍ମାଣ ହେବ ରାମ ମନ୍ଦିର, ସୁନ୍ନି ଓ୍ଵାକଫ ବୋର୍ଡ଼କୁ ଅଲଗା ଜାଗା ଦେବାକୁ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଏବେ ସସସ୍ତଙ୍କ ନଜର ରହିଛି ଅଯୋଧ୍ୟା ରାମଜନ୍ମଭୂମି ଓ ବାବ୍ରି ମସଜିଦ୍‌ ରାୟ ଉପରେ । ତାଜା ସୂଚନା ଅନୁଯାୟୀ ବର୍ତ୍ତମାନ ଆସିଥିବା ରାୟରେ ବିବାଦୀୟ ଜମିରେ ନିର୍ମାଣ ହେବ ରାମ ମନ୍ଦିର । ଏଥିପାଇଁ ଏକ ଟ୍ରଷ୍ଟ ଗଠନ କରାଯାଇ ତିନି ମାସ ମଧ୍ୟରେ ପଦକ୍ଷେପ ନେବାକୁ ସୁପ୍ରିମ୍‌ କୋର୍ଟ ତାଙ୍କ ରାୟରେ କହିଛନ୍ତି । ଏହି ୨.୭୭ ଏକରର ବିବାଦୀୟ ଜମି ପୂର୍ବ ପରି କେନ୍ଦ୍ର ସରକାରଙ୍କ ଅଧୀନରେ ରହିବ ।
ତେବେ ମସଜିଦ୍‌ ଭାଙ୍ଗି ସେଠାରେ ରାମ ମନ୍ଦିର ନିର୍ମାଣ ପାଇଁ ପୂର୍ବରୁ ହୋଇଥିବା ଉଦ୍ୟମକୁ ସୁପ୍ରିମ କୋର୍ଟ ଆଇନ୍‌ ବିରୋଧୀ ବୋଲି କହିଛନ୍ତି । ୧୮୫୭ ପୂର୍ବରୁ ବିବାଦୀୟ ସ୍ଥଳରେ ହିନ୍ଦୁମାନେ ପୂଜା କରୁଥିଲେ ବୋଲି କୁହାଯାଇଛି । ତେବେ ସେଠାରେ ମସଜିଦ ହେବା ପରେ ମୁସଲମାନମାନେ ନିୟମିତ ନମାଜ ପଢୁଥିବାର କୌଣସି ପ୍ରମାଣ ମିଳିନାହିଁ । ଅବଶ୍ୟ ମୁସଲମାନ ପକ୍ଷକୁ ସେଠାରେ ଏକ ବିକଳ୍ପ ଜାଗା ଦେବାକୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୁନ୍ନି ବୋର୍ଡ଼କୁ ମସଜିଦ୍‌ ନିର୍ମାଣ ପାଇଁ ୫ ଏକର ଜାଗା ଦେବାକୁ କୁହାଯାଇଛି । ବିବାଦୀୟ ସ୍ଥଳକୁ ଟ୍ରଷ୍ଟ ହାତକୁ ଦେବାକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟଳୟ ନିର୍ଦ୍ଦେଶ କହିଛନ୍ତି । ସେପଟେ ରାମଲାଲାଙ୍କ ଜନ୍ମ ସ୍ଥାନ ଭାବେ ହିନ୍ଦୁଙ୍କ ଦାବିକୁ ସମର୍ଥନ ମିଳିଥିବାରୁ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଛି । ରାମ ଲାଲ କି ଜୟ ଧ୍ୱନିରେ କମ୍ପୁଛି ସାରା ଅଯୋଧ୍ୟା ।

Loading...

Leave A Reply

Your email address will not be published.