କେନ୍ଦୁଝର କାଳିକାପ୍ରସାଦ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଲା ବସ୍ : ୧୭ ଆହତ, ୨ ଗୁରୁତର

କେନ୍ଦୁଝର: କାଳିକାପ୍ରସାଦ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଲା ବସ୍ । ବସ୍ ଟି ରିମୂଳି ପଟୁ ଚମ୍ପୁଆ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା। ଏଥିରେ ୧୭ଜଣ ଆହତଙ୍କୁ ଚମ୍ପୁଆ ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ସାମାନ୍ୟ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡିଦିଆ ଯାଇଛି ।

ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ଅଛନ୍ତି । ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବସରେ ପାଖାପାଖି ୫୦ଜଣ ଯାତ୍ରୀ ଥିଲେ । ଦୁର୍ଘଟଣା ପରେ ବସ୍ କର୍ମଚାରୀ ମାନେ ଫେରାର ହୋଇଯାଇଛନ୍ତି । ବସଟି ବଡ଼ବିଲରୁ ଚମ୍ପୁଆ ଭାୟା ରିମୂଲି ଦେଇ ଆସୁଥିଲା ।

Leave A Reply

Your email address will not be published.